କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତର ଶେଷ ପାହାଚରେ ଆମେରିକୀୟ କମ୍ପାନୀ ମାଡର୍ନା : ନଜର ରଖିଛି ଇସ୍ରାଏଲ, କିଣିବାକୁ ଚାଲିଛି ମୁଲଚାଲ

Published By : Prameya-News7 Bureau | June 16, 2020 IST

ଓ୍ବାଶିଂଟନ୍ ୧୬।୬: ଇସ୍ରାଏଲ ନିଜ ଦେଶର ଲୋକମାନଙ୍କୁ କରୋନା ଭାଇରସ୍ କବଳରୁ ରକ୍ଷା କରିବା ପାଇଁ ଆମେରିକୀୟ ଔଷଧ କମ୍ପାନୀ ମାଡର୍ନାଠାରୁ ଟୀକା ନେବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ସହିତ ଇସ୍ରାଏଲ ସରକାରଙ୍କ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି । ଇସ୍ରାଏଲ୍ ମିଡିଆ ଇନଷ୍ଟିଚ୍ୟୁଟ୍ YNET ଦ୍ବାରା ଏହି ସୂଚନା ପ୍ରଦାନ କରାଯାଇଛି ।

{"id":286920,"sizeSlug":"large"}

ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ବିଷୟରେ କହିବାକୁ ମନା କରିଦେଇଛି । କିନ୍ତୁ YNET ଗଣମାଧ୍ୟମ ଏହି ଖବରକୁ ପ୍ରାଧାନ୍ୟ ଦେଇଛି । ଅନ୍ୟପଟେ, ମାଡର୍ନା ନିଶ୍ଚିତ କରିଛନ୍ତି ଯେ, ସେ ଜୁଲାଇରେ ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ତାର ନୂତନ ଟୀକାର କ୍ଲିନିକାଲ ଟ୍ରାଏଲ କରିବ।

{"id":286921,"sizeSlug":"large"}

ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ବାୟୋଟେକ୍ନୋଲୋଜି କମ୍ପାନୀ ମାଡର୍ନା ଥେରାପିଟିକ୍ସ ଏକ ଟୀକା ପ୍ରସ୍ତୁତ କରୁଛି ଯାହା ମନୁଷ୍ୟର ଇମ୍ୟୁନିଟି ଅର୍ଥାତ୍ ରୋଗ ପ୍ରତିରୋଧ କ୍ଷମତାକୁ କରୋନା ବିରୋଧରେ ଲଢିବା ପାଇଁ ସାହଯ୍ୟ କରିବ । ଏହି ଟୀକା କରୋନା ଭାଇରସ୍ କୁ ଶରୀରରେ ବ୍ୟାପିବାରେ ରୋକିବ। ଏଥିପାଇଁ ମାଡର୍ନା ଦୁର୍ବଳ ଏବଂ ପ୍ରାୟ ନିଷ୍କ୍ରିୟ ଭାଇରସ୍ କୁ ମନୁଷ୍ୟ ଶରୀରରେ ରଖିବାକୁ ପ୍ରସ୍ତୁତି କରିଛି । ଯାହା ଦ୍ବାରା ଶରୀର ଏହା ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇପାରିବ ।

{"id":286922,"sizeSlug":"large"}

ମଡର୍ନା ଏଥିପାଇଁ କରୋନା ଭାଇରସ୍ ବ୍ୟବହାର କରିନାହିଁ। ଏଥିପାଇଁ ବୈଜ୍ଞାନିକମାନେ କରୋନାର ଜେନେଟିକ୍ କୋଡ୍ ପ୍ରସ୍ତୁତ କରିଛନ୍ତି । ଏହାର ଏକ ଛୋଟ ଅଂଶ ଛୁଞ୍ଚି ସାହାଯ୍ୟରେ ଶରୀରରେ ପ୍ରବେଶ କରାଇ ଦିଆଯିବ । ଯାହା ପରେ କରୋନା ଭାଇରସ୍ ସହିତ ଲଢିବ ।

{"id":286924,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଶ୍ବବ୍ୟାପୀ କୋଭିଡ୍-୧୯ ଟୀକା ପାଇଁ ବୈଜ୍ଞାନିକମାନଙ୍କର ପ୍ରାୟ ୯୦ଟି ଟିମ୍ କାର୍ଯ୍ୟ କରୁଛନ୍ତି । ସମସ୍ତେ ବିଭିନ୍ନ ସ୍ତରରେ ପହଞ୍ଚିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬ ଟିମ୍ ଏମିତି ଅଛନ୍ତି ଯେଉଁମାନେ ସେମାନଙ୍କର ଲକ୍ଷ୍ୟର ନିକଟତର ହୋଇଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ମାଡର୍ନା କମ୍ପାନୀ ଦ୍ବାରା ପ୍ରସ୍ତୁତ ଟୀକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.