Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପ୍ରଥମ ଦେଶ ଭାବେ କରୋନାର ବୁଷ୍ଟର ଡୋଜ୍‌ ଦେଲା ଇସ୍ରାଏଲ୍‌, ଜାଣନ୍ତୁ କାହାକୁ ମିଳିବ ଏହି ଟିକା

20/07/2021 at 8:22 AM

ନୂଆଦିଲ୍ଲୀ, ୨୦/୦୭: ଟିକା ଅଭାବରୁ ଭାରତରେ ଯେତେବେଳେ ଭ୍ୟାକ୍‌ସିନ୍‌ ସେଣ୍ଟର ବନ୍ଦ ହେଉଛି ସେତେବେଳେ ଇସ୍ରାଏଲ୍‌ କରୋନାକୁ ପ୍ରତିହତ କରିବା ପାଇଁ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଆରମ୍ଭ କରିଛି । ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହର ସୋମବାର ଠାରୁ ଟିକାକରଣ ଆରମ୍ଭ କରିଦେଇଛି । ବର୍ତ୍ତମାନ ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ ମାନଙ୍କୁ ହିଁ  ଦିଆଯାଉଛି ।

କରୋନାର ଡେଲ୍‌ଟା ଭାରିଆଣ୍ଟ କାରଣରୁ ଦେଶରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଇସ୍ରାଏଲ୍‌ରେ କରୋନା ମାମଲା ଗୋଟିଏ ସଂଖ୍ୟାରେ ସୀମିତ ଥିବା ବେଳେ ଗତ ମାସରେ ଏହା ଗୋଟିଏ ଦିନରେ ୪୫୦କୁ ବୃଦ୍ଧି ପାଇଥିଲା । ମାମଲାକୁ ଦେଖି ଇସ୍ରାଏଲ୍‌ର ସ୍ୱାସ୍ଥ୍ୟମନ୍ତ୍ରୀ ନିତଜନ ହୋରୋଭିଜ୍ କହିଛନ୍ତି ଯେ, ବୁଷ୍ଟର ଡୋଜ୍‌ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଇସ୍ରାଏଲର ବୟସ୍କମାନେ ଏବଂ ଯେଉଁମାନେ ଫାଇଜର୍‌ର ଦୁଇଟି ଯାକ ଡୋଜ୍‌ ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହୁଥିବ ସେମାନେ ଫାଇଜର ଏକ ବୁଷ୍ଟର୍ ସଟ୍ ପାଇପାରିବେ।

Pfizer ଏବଂ ଏହାର ସହଭାଗୀ Biontech-SE ହେଉଛି ଇସ୍ରାଏଲକୁ ଟିକା ରପ୍ତାନି କରୁଥିବା ବୃହତ୍ତମ କମ୍ପାନୀ । ଏହି କମ୍ପାନୀ କହିଛି ଯେ ଏହା ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କୁ କିଛି ସପ୍ତାହ ମଧ୍ୟରେ ବୁଷ୍ଟର ଡୋଜ ଦେବା ପାଇଁ ଅନୁମୋଦନ କରିବାକୁ କହିବ । କମ୍ପାନୀ ଦାବି କରିଛି ଯେ ଟୀକାର ଉଭୟ ଡୋଜ୍‌ ଗ୍ରହଣ କରିବାର ୬ ମାସ ପରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ, ତେଣୁ ଏଥିପାଇଁ ତୃତୀୟ ଡୋଜ୍‌ ଆବଶ୍ୟକ ।   

   Related Posts