Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରକେଟ୍‌ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୋମ୍ୟା ସନ୍ତୋଷଙ୍କ ପରିବାରର ଦାୟିତ୍ବ ନେବେ ଇସ୍ରାଏଲ ସରକାର

13/05/2021 at 10:15 PM

ଜେରୁସାଲେମ ୧୩/୫: ଭାରତର ପରମମିତ୍ର ଇସ୍ରାଏଲରେ ଏବେ ଦୀପାବଳି ଭଳି ଆକାଶରେ ଆତଶବାଜୀର ଶବ୍ଦ ଶୁଭୁଛି। ପ୍ରକୃତରେ ଏହା ଦୀପାବଳି ସମୟର ବାଣ ନୁହେଁ ବରଂ ପାଲେଷ୍ଟାଇନ୍‌ ବର୍ଷା କରୁଥିବା ରକେଟର ଗର୍ଜନ। ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଯୁଦ୍ଧ ଆଡ଼କୁ ମୁହାଁଇଛି। ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ୍‌ ଉପରେ ଲଗାତାର ଆକ୍ରମଣ କରିଚାଲିଥିବା ବେଳେ ଜବାବ ଦେଉଛି ଇସ୍ରାଏଲ । ଏହି ଆକ୍ରମଣରେ ଗାଜାରେ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି। ଅନ୍ୟପଟେ ଇସ୍ରାଏଲରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥରେ ଜଣେ ଭାରତୀୟ ମୂଳର ମହିଳା ମଧ୍ୟ ସାମିଲ ଅଛନ୍ତି।

କେରଳର ମହିଳାଙ୍କ ମୃତ୍ୟୁ ପରେ ଏବେ ଇସ୍ରାଏଲ୍‌ ବଡ଼ ଘୋଷଣା କରିଛି। ଭାରତରେ ଇସ୍ରାଏଲର ଉପ ରାଷ୍ଟ୍ରଦୂତ ରୋନି ୟେଡିଡିଆ କ୍ଲେନ୍‌ ଗୁରୁବାର କହିଛନ୍ତି ମଙ୍ଗଳବାର ଇସ୍ରାଏଲରେ ରକେଟ ଆକ୍ରମଣରେ ପ୍ରାଣ ହରାଇଥିବା କେରଳର ମହିଳା ସୋମ୍ୟା ସନ୍ତୋଷଙ୍କ ପରିବାରର ଦେଖାଶୁଣା କରିବେ ସ୍ଥାନୀୟ ଅଧିକରାୀ । ରୋନି ୟେଡିଡିଆ କହିଛନ୍ତି, ‘ଜଣେ ମା ଏବଂ ପତ୍ନୀ ମୃତ୍ୟୁ ପ୍ରତିବଦଳରେ କ୍ଷତିପୂରଣ ଦିଆଯାଇପାରିବ ନାହିଁ। ତେଣୁ ଆମେ ଦୁଃଖିତ। ସୋମ୍ୟା ସନ୍ତୋଷଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏହା ସହ ଇସ୍ରାଏଲୀ ଅଧିକାରୀଙ୍କ ଦ୍ବାରା ତାଙ୍କ ପରିବାରର ଯତ୍ନ ନିଆଯାଉଛି।’

ନ୍ୟୁଜ ଏଜେନ୍ସି ଏଏନଆଇ ସହ ଆଲୋଚନା କରିବା ବେଳେ କ୍ଲେନ୍‌ କହିଛନ୍ତି, ‘ ସନ୍ତୋଷଙ୍କ ମୃତଦେହ ଶନିବାର କିମ୍ବା ରବିବାର ଦିଲ୍ଲୀ ଫ୍ଲାଇଟ୍‌ରେ ଭାରତ ଅଣାଯିବ। ପରେ ତାଙ୍କ ଗାଁକୁ ମୃତଦେହ ନିଆଯିବ। ସଂଘର୍ଷ ସମୟ​‌ରେ ଏକ ଇସ୍ରାଏଲୀ ଏବଂ ଜଣେ ଭାରତୟର ଫରକ କରିହେବ ନାହିଁ।’ ସୋମ୍ୟା ସନ୍ତୋଷ ୭ ବର୍ଷ ହେଲା ଇସ୍ରାଏଲ୍‌ରେ  ଜଣେ ଘରୋଇ ସହାୟିକା ଭଳି କାର୍ଯ୍ୟ କରୁଥିଲେ। ଅସ୍କେଲୋନ ସହରରେ ୩୧ ବର୍ଷୀୟା ସୋମ୍ୟା ଘରେ ଥିବା ବେଳେ ରକେଟ ମାଡ଼ ହୋଇଥିଲା। ​‌ସେହି ସମୟରେ ସୋମ୍ୟା ଭିଡିଓ କଲ୍‌ରେ ନିଜ ସ୍ବାମୀ ସନ୍ତୋଷଙ୍କ ସହ କଥା ହେଉଥିଲେ।  

   Related Posts