ଇସ୍ରାଏଲର ଏହି ଗୁପ୍ତ ଲ୍ୟାବ୍‌ରୁ ବାହାରିଲା କରୋନା ଟୀକା ! ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | May 05, 2020 IST

ମୁମ୍ବାଇ ୦୫।୦୫: କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ସୋମବାର ଦାବି କରିଛନ୍ତି, ଦେଶର ବୈଜ୍ଞାନିକ ଏହି ମହାମାରୀର ଟୀକା ବାହାର କରି ଦେଇଛନ୍ତି। ଇସ୍ରାଏଲର ଯେଉଁ ଅତ୍ୟାଧୁନିକ ପ୍ରତିରକ୍ଷା ଜୈବିକ ସଂସ୍ଥା କରୋନା ଭାଇରସ୍‌ ଟୀକା ବାହାର କରିଛି, ସେହି ସଂସ୍ଥା ପୂରା ଦୁନିଆରେ ନିଜର ଗୋପନୀୟତା ପାଇଁ ପରିଚିତ ଅଟେ। କୁହାଯାଉଛି ଯେ, ଏହି ସଂସ୍ଥା କଡା ସୁରକ୍ଷା ମଧ୍ୟରେ ପୂରା ଦୁନିଆ ନଜରରୁ ନିଜକୁ ଲୁଚାଇ ଜୈବିକ ଓ ରସାୟନିକ ଅସ୍ତ୍ର ଶସ୍ତ୍ର ତିଆରି କରେ।

୧୯୫୨ରେ ପ୍ରଫେସର ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଅର୍ଣ୍ଣେଷ୍ଟ ଡେଭିଡ୍ ବେର୍ଗମାନ ଏହି ପ୍ରତିରକ୍ଷା ସଂଗଠନ ସ୍ଥାପନ କରିଥିଲେ। ଏହି ସଂସ୍ଥା ଚିକିତ୍ସା ବିଜ୍ଞାନର ପ୍ରଯୁକ୍ତିବିଦ୍ୟା ଓ ସଂକ୍ରାମକ ରୋଗରୁ ଉପଶମ ପାଇଁ କାର୍ଯ୍ୟ କରେ। ଇସ୍ରାଏଲରେ ଭ୍ୟାକସିନ୍ ଓ ଔଷଧ ତିଆରି କରିବାର ଦାୟିତ୍ଵ ମଧ୍ୟ ଏହି ସଂସ୍ଥାକୁ ଦିଆଯାଇଛି। ଏବେ ଏହି ଲ୍ୟାବ୍‌ରେ କରୋନା ଭାଇରସ୍‌ର ଟୀକା ପ୍ରସ୍ତୁତ ହୋଇଥିବା ଦାବି କରାଯାଉଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ ଏହି ଭ୍ୟାକସିନ୍ ମୋନୋକ୍ଲୋନଲ ପ୍ରକ୍ରିୟାରେ କରୋନା ଭାଇରସ୍‌କୁ ଆକ୍ରମଣ କରି ଲୋକଙ୍କ ଶରୀର ଭିତରେ ଏହାକୁ ନଷ୍ଟ କରେ।

{"id":265080,"sizeSlug":"large"}

ଇସ୍ରାଏଲର ପ୍ରତିରକ୍ଷା ଜୈବିକ ସଂସ୍ଥା ଦକ୍ଷିଣ ତେଲଅବିବରୁ ୨୦ କିଲୋମିଟର ଦୂରରେ ସ୍ଥିତ ନେସ୍ ଜିଓନରେ ରହିଛି। ଏହି ସଂସ୍ଥାରେ ୩୫୦ରୁ ଅଧିକ ଲୋକ କାମ କରନ୍ତି। ସେମାନଙ୍କ ମଧ୍ୟରେ ୧୫୦ ବୈଜ୍ଞାନିକ ଅଛନ୍ତି। ଇସ୍ରାଏଲର ଏହି ସଂସ୍ଥା କେତେ ମହତ୍ଵପୂର୍ଣ୍ଣ ଆପଣ ଏହାର ଅନୁମାନ ଏଥିରୁ ଲଗାଇ ପାରିବେ ଯେ, ସଂସ୍ଥା ସିଧାସଳଖ  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ରିପୋର୍ଟ କରିଥାଏ। କୌଣସି ବି ସଙ୍କଟରେ ଏହା ସରକାରୀ ଏଜେନ୍ସିଙ୍କ  ସହିତ ମିଶି କାମ କରିଥାଏ।

{"id":265081,"sizeSlug":"large"}

ଇସ୍ରାଏଲର ପ୍ରତିରକ୍ଷା ଜୈବିକ ସଂସ୍ଥା ଦୁନିଆର ସବୁଠୁ ବଡ ରହସ୍ୟମୟ ଲ୍ୟାବ୍‌ ମଧ୍ୟରୁ ଏକ। କୁହାଯାଉଛି ଯେ, ଏହି ସଂସ୍ଥାରେ ଇସ୍ରାଏଲର  ଜୈବିକ ଓ ରସାୟନ ଅସ୍ତ୍ର ତଥା ବିଭିନ୍ନ ପ୍ରକାରର  ଆକ୍ରମଣରୁ ବଞ୍ଚିବା ପାଇଁ ହତିଆର ପ୍ରସ୍ତୁତ କରେ। ଏହା ବ୍ୟତୀ ଏହି ସଂସ୍ଥା ଗୁଇନ୍ଦା ଏଜେନ୍ସି ପାଇଁ ବିଷ ତିଆରି କରେ। ଏହି ବିଷର ବ୍ୟବହାର ସମଗ୍ର ଦୁନିଆରେ ଇସ୍ରାଏଲର ଶତ୍ରୁ ବିପକ୍ଷରେ କରାଯାଏ। କୁହାଯାଏ ଯେ, ଏହି ଘାତକ ବିଷ ଏବଂ ରସାୟନ ଅସ୍ତ୍ର ଶସ୍ତ୍ରର ତିଆରି ପାଇଁ ଭୂପୃଷ୍ଠରୁ ଗଭୀରରେ ଲ୍ୟାବ୍ ତିଆରି କରିଛି। ବ୍ରିଟିଶର ଗୁଇନ୍ଦା ଅଧିକାରୀ ଗାର୍ଡେନ୍ ଥୋମାସ କହିଛନ୍ତି ଇସ୍ରାଏଲର ଏହି ସିକ୍ରେଟ୍ ଲ୍ୟାବ୍ ଅତ୍ୟଧିକ ସୁରକ୍ଷା ଘେରରେ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.