Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନିଶ୍ଚିହ୍ନ ହୋଇଗଲା ପରିବାର, ହେଲେ ମା’ କୋଳର ସୁରକ୍ଷା ଭେଦ କରିପାରିଲାନି ଇସ୍ରାଏଲ୍ ରକେଟ୍

21/05/2021 at 11:35 AM

ଇସ୍ରାଏଲ ୨୧/୫ : ରକେଟ ହମଲା ସାରା ଦେଶକୁ ଦୋହଲାଇ ରଖିଦେଇଛି । ଏମିତିକି ଗାଜା ଷ୍ଟ୍ରିପ୍ ରେ ଆତଙ୍କ ଖେଳିଯାଇଛି । ଚାରିଆଡେ ମୃତ୍ୟୁର ନିରବତା ଛାଇଯାଇଛି । ତେବେ ଏହାରି ଏଭଳି ପରିସ୍ଥିତିରେ ଗାଜାର ଏମିତି ସ୍ଥିତି ନଜରକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କୁହାଯାଏ ମାଆ ଅଛି ଯାହାର ତାର ନାହିଁ ଡର । ମାଆର ପଣତକାନୀ ହେଉଛି ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ।

ଇସ୍ରାଏଲର ଆକ୍ରମଣରେ ଜଣେ ମହିଳା ଏବଂ ତାଙ୍କର ଚାରି ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ବଞ୍ଚିଯାଇଥିଲା ଗୋଟିଏ ପାଞ୍ଚ ମାସର ଶିଶୁ । ମାଆ ସିନା ଚାଲିଗଲା ହେଲେ ମାଆ କୋଳରେ ସୁରକ୍ଷିତ ରହିଯାଇଥିଲା ଶିଶୁଟି । ଏବେ ସେ ପିଲା ହସ୍ପିଟାଲରେ ଚିକିତ୍ସିତ ହେଉଛି । ପିଲାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ ଉଦ୍ଧାର କାରୀ ଦଳ । ପିଲାଟି ଚିକିତ୍ସିତ ହେଉଥିବା ଖବର ପାଇ ଗାଜାର ଡାକ୍ତରଖାନାରେ ପହଞ୍ଚିଥିଲେ ପିତା ମହମ୍ମଦ ଅଲ-ହାଦିଦ୍ ।

ପିଲାଟିକୁ କୋଳରେ ଧରି ଭୋ ଭୋ ହୋଇ କାନ୍ଦିଥିଲେ । ଗତ ଶନିବାର ଦିନ ଇସ୍ରାଏଲ୍ ଆକ୍ରମଣରେ ତାଙ୍କ ପତ୍ନୀ ଅବୁ ହୁତାବ ଏବଂ ଚାରି ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ମା’ଙ୍କ କୋଳରେ ଶୋଇଥିବା ଓମାର ବଞ୍ଚିଥିଲେ । ତେବେ ତାଙ୍କ ଗୋଡରେ ଆଘାତ ଲାଗିଛି ଯାହା ପ୍ଲାଷ୍ଟର ହୋଇଛି । ଘଟଣା ପରେ ମହମ୍ମଦ ଅଲ-ହାଦିଦି ଅତ୍ୟନ୍ତ ନିରାଶ ହୋଇଛନ୍ତି ।

   Related Posts