Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଇସ୍ରାଏଲ ବିରୋଧରେ ଆମେରିକାର ବଡ ପଦକ୍ଷେପ : ପାଲେଷ୍ଟାଇନକୁ ଝଟକା

18/05/2021 at 9:35 AM

ୱାଶିଂଟନ୍‌ ୧୮/୫ : ଆମେରିକା ଗତ ସପ୍ତାହ ମଧ୍ୟରେ ୩ୟ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଉପରେ ମିଳିତ ବିବୃତ୍ତି ଦେବା ବନ୍ଦ କରିଦେଇଛି । । ଏହି ମାମଲା ସହ ଜଡିତ କୂଟନୀତିଜ୍ଞଙ୍କ ଉଦ୍ଦେଶ୍ୟରେ ଇସ୍ରାଏଲ୍ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ରବିବାର ଦିନ ଜରୁରୀକାଳୀନ ବୈଠକ ପରେ ନରୱେ, ଟ୍ୟୁନିସିଆ ଓ ଚୀନ ବୟାନ ଉପସ୍ଥାପନା କରିଛନ୍ତି, ଯେଉଁଥିରେ କି ଉଭୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ଦାବି ହୋଇଛି ।

କିନ୍ତୁ ଆମେରିକା ଏହାକୁ ଜାରି ହେବାକୁ ଦେଇନାହିଁ । ଆମେରିକା ଦୂତାବାସ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ବୟାନ ଦିଆଯାଇ ନାହିଁ । ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଯୁକ୍ତି କରିଛନ୍ତି ଯେ କୂଟନୈତିକ ମାଧ୍ୟମରେ ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆମେରିକା ନିରନ୍ତର କାର୍ଯ୍ୟ କରୁଛି । ଆମେରିକାର ପ୍ରତିନିଧୀ ହୈଦି ଆମର ଶୁକ୍ରବାର ଦିନ ତେଲ ଅଭିଭରେ ପହଞ୍ଚି ଇସ୍ରାଏଲ୍-ପାଲେଷ୍ଟାଇନ ଅଧିକାରୀଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆଲୋଚନା କରିଛନ୍ତି ।

ଆମେରିକାର ରାଷ୍ଟ୍ରଦୂତ ଥୋମାସ ଗ୍ରୀନଫିଲ୍ଡ କହିଛନ୍ତି ଯେ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହାମାସ ତୁରନ୍ତ ଇସ୍ରାଏଲ ଉପରେ ରକେଟ୍ ଗୁଳି ବନ୍ଦ କରିବା ଉଚିତ୍ । ୧୫ ସଦସ୍ୟଯୁକ୍ତ ସୁରକ୍ଷା ପରିଷଦରେ ୧୪ଟି ଦେଶ ଇସ୍ରାଏଲ ଗାଜାରେ ଜାରି ଥିବା ହିଂସାକୁ ନେଇ ସଂଯୁକ୍ତ ବୟାନ ଜାରି କରିବାକୁ ଦାବି କରିଛନ୍ତି । ମାତ୍ର ପରିଷଦରେ କୌଣସି ମଧ୍ୟ ବୟାନ ଜାରି କରିବା ଲାଗି ସବୁ ଦେଶର ସହମତି ଜରୁରୀ ଅଟେ । ମୋଟାମୋଟି ଭାବେ କହିବାକୁ ଇସ୍ରାଏଲକୁ ଆମେରିକା ସମର୍ଥନ ଜଣାଇଥିବା ବେଳେ ପାଲେଷ୍ଟାଇନ୍‌କୁ ଝଟକା ମିଳିଛି ।

   Related Posts