Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଇସ୍ରାଏଲ ହମଲାରେ ଟାର୍ଗେଟ ହେଲା ମିଡିଆ : ଆମେରିକାରେ ହଇଚଇ, ଚିନ୍ତା ପ୍ରକଟ କଲେ ବାଇଡେନ୍

16/05/2021 at 10:05 AM

ଇସ୍ରାଏଲ୧୬/୫: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ରକ୍ତାକ୍ତ ସଂଘର୍ଷ । ଘଟଣା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସାଧାରଣ ନାଗରିକ ଆହତ ତଥା ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ବାଇଡେନ ଚିନ୍ତାପ୍ରକଟ କରିଛନ୍ତି । ଇସ୍ରାଏଲ୍‌ ଓ ଗାଜାରେ ଉଗ୍ର ହେଉଥିବା ହିଂସାକାଣ୍ଡ ବିଷୟରେ ଆମେରିକ ଚିନ୍ତିତ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ।

ଶନିବାର ଦିନ, ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଗାଜା ସହରର ଏକ ଉଚ୍ଚ କୋଠାକୁ ଧ୍ୱଂସ କରିଦେଇଛି । ଯେଉଁଠି ଆସୋସିଏଟେଡ୍ ପ୍ରେସ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମର କାର୍ଯ୍ୟାଳୟ ଥିଲା । ସୂଚନା ଅନୁଯାୟୀ, ଆସୋସିଏଟେଡ୍ ପ୍ରେସ୍‌ର ସମସ୍ତ କର୍ମଚାରୀ ଏବଂ ଫ୍ରିଲାନ୍ସମାନଙ୍କୁ ସୁରକ୍ଷିତ ଭାବେ କୋଠା ବାହାରକୁ ନିଆଯାଇଥିଲା । ଏପି ସଭାପତି ତଥା ସିଇଓ ଗ୍ୟାରୀ ପ୍ରୁଇଟ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ଯେ ଇସ୍ରାଏଲ୍ ସୈନ୍ୟ ଏପିର ବ୍ୟୁରୋ ଏବଂ ଗାଜାରେ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରୁଛନ୍ତି ।

ସେମାନେ ଦୀର୍ଘ ଦିନ ଧରି ଆମ ବ୍ୟୁରୋର ଗତିବିଧି ଲକ୍ଷ କରୁଥିଲେ, ଏବଂ ଜାଣିଥିଲେ ଯେ ସାମ୍ବାଦିକମାନେ ସେଠାରେ ଅଛନ୍ତି । ସେ ଆହୁରି କହିଛନ୍ତି ଯେ କୋଠାଟି ନଷ୍ଟ ହୋଇଯିବ ବୋଲି ଆମକୁ ଚେତାବନୀ ବି ଦିଆଯାଇଛି । ସେପଟେ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ବାଇଡେନ ଇସ୍ରାଏଲରେ ଆନ୍ତ ସାମ୍ପ୍ରଦାୟିକ ହିଂସା ଏବଂ ଉତ୍ତେଜନା ବୃଦ୍ଧି ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।

   Related Posts