Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

‘ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ’, ଅର୍ଦ୍ଧାଧିକ ଜନତାଙ୍କୁ ଟିକା ଦେବା ପରେ ବଡ ଘୋଷଣା କଲେ ଇସ୍ରାଏଲ ସରକାର

19/04/2021 at 11:12 AM

ନୂଆଦିଲ୍ଲୀ,୧୯/୦୪:   ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସର ଆତଙ୍କରେ ଆତଙ୍କିତ । ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା ସହ ହଜାର ହଜାର ଜୀବନ ଯାଉଛି । ଅନ୍ୟ ପଟେ କିନ୍ତୁ ଇସ୍ରାଏଲ କରୋନା ମୁକାବିଲାରେ ସଫଳ ହେଉଛି । ଦେଶରେ ଗୋଟିଏ ବର୍ଷ ପରେ ଘରୁ ବାହାରିଲେ ମାସ୍କ ଆଉ ଜରୁରୀ ନୁହେଁ ବୋଲି ସରକାର କହିଛନ୍ତି । ଇସ୍ରାଏଲ ଏହି ପଦକ୍ଷେପ ସେତେବେଳେ ନେଇଛି ଯେତେବେଳେ ୮୦ ପ୍ରତିଶତ ଜନତା ଟିକା ଲଗାଇବାରେ ସଫଳ ହୋଇଛନ୍ତି ।

ରବିବାର ଇସ୍ରାଏଲ ସରକାର ମାସ୍କ ବ୍ୟବହାର ଜରୁରୀ ନୁହେଁ ବୋଲି କହିଛନ୍ତି । କାରଣ ଟିକାକରଣ ପରେ କରୋନା ଯୁଦ୍ଧରେ ଇସ୍ରାଏଲକୁ ବଡ ସଫଳତା ମିଳିଥିବା କୁହାଯାଉଛି । ଇସ୍ରାଏଲ୍ ସ୍ୱାସ୍ଥ୍ୟମନ୍ତ୍ରୀ ୟୁଲି ଇଡେଲଷ୍ଟେଇନ୍ ଗୁରୁବାର କହିଥିଲେ ଯେ, ଭାକସିନ୍ ଲଗାଇବା ପରେ କରୋନା ସଂକ୍ରମଣ ହାର କମିଛି । ତେଣୁ କଟକଣାକୁ କୋହଳ କରାଯାଇଛି । କିନ୍ତୁ ଅଫିସ ମଧ୍ୟରେ ମାସ୍କ ପିନ୍ଧିବା ଦରକାର ।

ରାୟଟର୍ସ ରିପୋର୍ଟ ଅନୁସାରେ, ୯୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଭାକସିନ୍ ଦିଆଯାଇଛି । ତେଣୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇଛି । ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଫାଇଜର ସହ ମେଡିକାଲ ଡାଟା ସେୟାର କରିବା ସର୍ତ୍ତରେ ଭାକସିନ୍ ହାସଲ କରିଥିଲେ । ଇସ୍ରାଏଲ ଭାକସିନ୍ ବାବଦରେ ଅନେକ ତଥ୍ୟ ଫାଇଜର ସହ ସେୟାର କରିଛି ।

ସୂଚନାଯୋଗ୍ୟ, ଜାନୁଆରୀ ମଧ୍ୟ ଭାଗରେ ଇସ୍ରାଏଲରେ ଦୈନିକ ଦଶ ହଜାରରୁ ଅଧିକ କେସ୍ ଆସୁଥିଲା । ଏବେ ଦୈନିକ ମାତ୍ର ୨୦୦ କେସ୍ ସାମ୍ନାକୁ ଆସୁଛି । କେବଳ ମାସ୍କ ନୁହେଁ ଇସ୍ରାଏଲ ସରକାର ଆହୁରି ଅନେକ କଟକଣାକୁ କୋହଳ କରିଛନ୍ତି ।

   Related Posts