Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ପାକିସ୍ତାନକୁ ରକ୍ଷା ନାହିଁ : ଭାରତ ସହ ଛିଡା ହୋଇଛି ଏହି ଦେଶ, କେତେଦିନ ଲୁଚିବ ମସୁଦ !

20/02/2019 at 4:26 PM

ଦିଲ୍ଲୀ ୨୦/୨ : ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ବଢ଼ିବାରେ ଲାଗିଛି | ପାକିସ୍ତାନଠୁ ପ୍ରତିଶୋଧ ନେବା ପାଇଁ ଭାରତ ଖୋଲାଖୋଲି ଭାବେ ଘୋଷଣା କରିଛି | ଏନେଇ ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେଇଛି | ଅନେକ ଦେଶ ପାକିସ୍ତାନ ବିରୋଧରେ ଭାରତ ସହ ଛିଡା ହୋଇଛନ୍ତି | କିଛି ଦେଶ ଖୋଲାଖୋଲି ଭାବେ ପାକିସ୍ତାନ ବିରୋଧରେ ଭାରତର ସାଥ ଦେବା ପାଇଁ ଘୋଷଣା କରିଛନ୍ତି | ଏହି ଦେଶମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛି ଇସ୍ରାଇଲ | କୌଣସି ସର୍ତ୍ତ ନରଖି ଭାରତକୁ ସବୁ ପ୍ରକାର ସହାୟତା ଦେବ ବୋଲି ଇସ୍ରାଇଲ ଘୋଷଣା କରିଛି |


ଫିଲିପାଇନ୍ସ ବିରୋଧରେ ଇସ୍ରାଇଲ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ସେହିଭଳି ପଦକ୍ଷେପ ନେଉ ବୋଲି କହିଛି ଇସ୍ରାଇଲ | ଭାରତରେ ଥିବା ଇସ୍ରାଇଲ ରାଜଦୂତ ଡାକ୍ତର ରାଂନ ମଲ୍କା ଏହି ସୂଚନା ଦେଇଛନ୍ତି | ଇସ୍ରାଇଲ ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେନା ଭାବେ ପରିଗଣିତ |


ଇସ୍ରାଇଲ ସରକାର ଭାରତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ନିଜ ସୁରକ୍ଷା ପାଇଁ ଭାରତକୁ କିଭଳି ସହାୟତା ଦରକାର | ଇସ୍ରାଇଲ ଭାରତକୁ ନିଜର ଘନିଷ୍ଠ ବନ୍ଧୁ ବୋଲି କହିଛି | ସେ କହିଛନ୍ତି ଯେ, ଆତଙ୍କବାଦୀ ସମଗ୍ର ବିଶ୍ୱ ପାଇଁ ଏକ ବଡ ସମସ୍ୟା | ପାକିସ୍ତାନ ସହ ଇସ୍ରାଇଲର କୌଣସି ପ୍ରକାର ସମ୍ପର୍କ ନାହିଁ | ଜେରୁଜେଲମ ପ୍ରସଙ୍ଗରେ ପାକିସ୍ତାନ ସହ ସମସ୍ତ ମୁସଲମାନ ଦେଶ ଇସ୍ରାଇଲ ବିରୋଧରେ ରହିଛି | ଏହି ପ୍ରସଙ୍ଗରେ ଭାରତ ମଧ୍ୟ ଇସ୍ରାଇଲର ସାଥ ଦେଇନାହିଁ | ତଥାପି ଇସ୍ରାଇଲ ଭାରତକୁ ସବୁ ପ୍ରକାର ସହାୟତା ଯୋଗେଇ ଦେବା ବହୁତ ମହତ୍ଵପୂର୍ଣ୍ଣ |


ସୂଚନାଯୋଗ୍ୟ ଯେ, ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ କୂଟନୀତି ସ୍ଥରରେ ଜବାବ ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି | ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଆମେରିକାରେ ଥିବା ଭାରତୀୟ କାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି | ଲାହୋର-ଦିଲ୍ଲୀ ଏବଂ ଶ୍ରୀନଗର ବସ ସେବାକୁ ଏହି ହମଲା ପରେ ବନ୍ଦ କରିଦେଇଛି ଭାରତ | ଏହାଛଡା ପାକିସ୍ତାନରୁ ଆମଦାନୀ ହେଉଥିବା ବସ୍ତୁ ଉପରେ ୨୦୦ ପ୍ରତିଶତ ସୀମା ଶୁଳ୍କ ଲଗାଇଛି | ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ କାମ ନଦେବା ପାଇଁ ନିଷ୍ପତ୍ତି ନିଆଯାଇଛି |


୧୪ ତାରିଖରେ ପୁଲୱାମା ହମଲା ଦିନ ଇରାନର ରିଭଲ୍ୟୁସନାରୀ ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଆତ୍ମଘାତୀ ହମଲା ହୋଇଥିଲା | ଏଥିରେ ୨୮ ଯବାନ ସହିଦ ହୋଇଥିଲେ | ଏହି ଆତ୍ମଘାତୀ ହମଲା ପାଇଁ ଇରାନ ମଧ୍ୟ ପାକିସ୍ତାନକୁ ଦାୟୀ କରିଛି |

   Related Posts