ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା

Published By : Prameya-News7 Bureau | June 16, 2021 IST

ହମାସ,୧୬|୦୬:  ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ପୁଣି ଇସ୍ରାଏଲ ଓ ଗାଜା ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଗାଜା ଉପରେ ଆଉ ଥରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଅସ୍ତ୍ରବିରତି ଉଲଙ୍ଘନ କରି ପୁଣି ଥରେ ଗାଜା ଉପରେ ରକେଟ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ପରେ ଘଟିଥିବା ସବୁଠାରୁ ବଡ ଘଟଣା ଅଟେ ।

ଆକ୍ରମଣକୁ ନେଇ ଇସ୍ରାଏଲ କହିଛି ଯେ, ହମାସ ତରଫରୁ ଗୁଳିଗୋଳା ମାଡ ହେବା ପରେ ରକେଟ୍ ଆକ୍ରମଣ କରାଯାଇଛି । ଏହାର ଠିକ୍ ପୂର୍ବରୁ ଇସ୍ରାଏଲର ଦକ୍ଷିଣପନ୍ଥୀମାନେ ଜେରୁଜେଲମ ନିକଟରେ ଶୋଭାଯାତ୍ରା କରିଥିଲେ । ଅନେକ ଉତ୍ତେଜନାପୂର୍ଣ୍ଣ ନାରା ମଧ୍ୟ ସେମାନେ ଲଗାଇଥିଲେ । ପାଲେଷ୍ଟାଇନ୍ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା ।

ସୂଚନାଯୋଗ୍ୟ, ଗତମାସରେ ଉଭୟ ପକ୍ଷ ମଧ୍ୟରେ ୧୧ ଦିନ ଧରି ଯୁଦ୍ଧ ଚାଲିଥିଲା । ଏହା ଚଳିତ ଦଶନ୍ଧୀର ଚତୁର୍ଥ ଯୁଦ୍ଧ ଥିଲା । ଏହା ମେ ୨୧ ତାରିଖରେ ଅସ୍ତ୍ରବିରତି ବୁଝାମଣାରେ ଶେଷ ହୋଇଥିଲା । ଏହି ଯୁଦ୍ଧରେ ଇସ୍ରାଏଲ ପକ୍ଷରୁ ଶତାଧିକ ରକେଟ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୫୦ରୁ ଅଧିକ ଲୋକହ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଫାଲେଷ୍ଟାଇନ୍ ନାଗରିକ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.