୪୦ ମିନିଟ୍‌ରେ ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ, ହମାସ୍‌ର ୧୫୦ ଠିକଣା ଉପରେ କଲା ଟାର୍ଗେଟ

Published By : Prameya-News7 Bureau | May 14, 2021 IST

ଜେରୁସାଲେମ୍‌ ୧୪/୫: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି। ହମାସ ଉପରେ ଜୋରଦାର ଆକ୍ରମଣ କରିବା ସହ ଇସ୍ରାଏଲ କେବଳ ୪୦ ମିନିଟ୍‌ରେ ୪୫୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି। ଏହି ସବୁ ମିସାଇଲ୍‌ ମାଧ୍ୟମରେ ଇସ୍ରାଏଲ ହମାସର ୧୫୦ରୁ ଅଧିକ ଠିକଣା ଉପରେ ଟାର୍ଗେଟ କରିଥିଲା । ମିସାଇଲ୍‌ ବର୍ଷା କରିଥିବା ନେଇ ଖୋଦ ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ସୂଚନା ଦେଇଛି।

ଏହି ଆଟାକ ମାଧ୍ୟମରେ ଇସ୍ରାଏଲ୍‌ ହମାସର ସୁଢ଼ଙ୍ଗ ଠିକଣା ଧ୍ବଂସ କରିଛି। ନିଜର ଆଇରନ୍‌ ଡୋମ୍‌ ଏରିୟଲ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଶତ୍ରୁର ବହୁସଂଖ୍ୟକ ରକେଟ୍‌କୁ ଆକାଶରେ ହିଁ ଧ୍ବଂସ କରିଛି ଇସ୍ରାଏଲ। ଏହା ସହ ମିସାଇଲ୍‌ ବର୍ଷା କରି ଗାଜାର ବିଭିନ୍ନ ଆତଙ୍କୀ ଠିକଣା ଧ୍ବଂସ କରିଛି। ଇସ୍ରାଏଲ ଆଟାକରେ ଗାଜାରେ ୧୧୧ ଜଣ ମୃତ୍ୟୁବରଣ କରିଥିବା ଏଥିରେ ୩୧ ଜଣ ପିଲା ଏବଂ ୧୯ ଜଣ ମହିଳା ଅଛନ୍ତି ବୋଲି ଜଣାପଡ଼ିଛି।

ଅନ୍ୟପଟେ ୮ ଜଣ ଇସ୍ରାଏଲୀ ମୃତ୍ୟୁବରଣ କରିଛନ୍ତି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପିଏମ ବୋରିସ ଜନସନଙ୍କ ସମେତ ଅନେକ ନେତା ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ସରକାରଙ୍କୁ ଶାନ୍ତି ସ୍ଥାପନ ପାଇଁ ଅପିଲ୍‌ କରିଥିବା ବେଳେ ଉଭୟ ଦେଶର ଅଧିକାରୀକ ଭାଷାରେ ଟ୍ବିଟ୍‌ ମଧ୍ୟ କରିଛନ୍ତି । କିନ୍ତୁ ଏବେ ସୁଦ୍ଧା ଇସ୍ରାଏଲ ଏବଂ ହମାସ ପକ୍ଷରୁ ଶାନ୍ତି ରକ୍ଷା ନେଇ କୌଣସି ସଂକେତ ମିଳିପାରିନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍‌ ନେତାନ୍ୟାହୁ ହମାସକୁ ଚେତବନୀ ଦେଇ କହିଛନ୍ତି, ଏହି ଆକ୍ରମକତା ପାଇଁ ଶକ୍ତ ଦଣ୍ଡ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.