ଇସରାଇଲ ଆବିଷ୍କାର କଲା ପିଷ୍ଟନ ଇଞ୍ଜିନ, ଡିଜେଲ-ଗ୍ୟାସ ନୁହେଁ ପାଣି ଓ ମଦରୁ ଚାଲିବ ଗାଡି …

Published By : Prameya-News7 Bureau | October 27, 2019 IST

ଇସରାଇଲର ଏକ କମ୍ପାନୀ ଏମିତି ଗୋଟିଏ ଇଞ୍ଜିନ ଆବିଷ୍କାର କରିଛି ଯାହାର କଳ୍ପନା କେହି କରିନଥିବେ। ଏବେ ଗାଡି ଡିଜେଲ ବା ଗ୍ୟାସରେ ନୁହେଁ ପାଣିରେ ଚାଲିବ। ରିପୋର୍ଟ ଅନୁସାରେ ଇସରାଇଲି କମ୍ପାନୀ ମେମନ ରିର୍ସଚ୍ଚ ଏହି ପିଷ୍ଟନ ଇଂଜନ ଆବିଷ୍କାର କରିଛି ଯାହା ପାଣି ଓ ମଦରୁ ଚାଲିବ।

କମ୍ପାନୀର ମାଲିକଙ୍କ ଅନୁସାରେ ଯେତେ ଯାଏଁ ମେମନ ସଫଳ ଗ୍ୟାରେଜ-ଆଧାରିତ ଷ୍ଟାର୍ଟ ଅପ୍‌ ର୍ୟାଙ୍କରେ ସାମିଲ ହୋଇନାହିଁ ସେତେଯାଏଁ ସଂଘର୍ଷ ଜାରି ରହିବ।  ପିଷ୍ଟନ ଇଂଜନ ୭୦ ପ୍ରତିଶତ ପାଣି ଓ ୩୦ ପ୍ରତିଶତ ଇଥାନଲରେ ଚାଲିବ। ଏହା ଚଲାଇବା ପାଇଁ ଏବେ ଡିଜେଲ ଓ ଗ୍ୟାସର ଆବଶ୍ୟକ ପଡିବ ନାହିଁ।

କମ୍ପାନୀର ସଂସ୍ଥାପକଙ୍କ ଅନୁସାରେ ଏହି ଇଂଜିନର ଡିଜାଇନ ସାଧାରଣ ଇଂଜିନ ଭଳି ଦେଖିବାକୁ। ଏହା ଦ୍ବାରା ପେଟ୍ରୋଲ ମଧ୍ୟ ସଞ୍ଚୟ ହେବ। ଏବେ ଯାଏଁ ମେମନ ୪ଟି ଅପରେଟିଂ ପ୍ରଟୋଟାଇପ କରିଛି। ଏଥିରେ ଏକ କାର, ଏକ ଜେନେରେଟର ଓ ବିଭିନ୍ନ ଇଂଜିନ ସାମିଲ ଅଛି। ସଂସ୍ଥାପକଙ୍କ ଅନୁସାରେ ଏହି ପିଷ୍ଟନ ପାଣି ଓ ମଦର ମିଶ୍ରଣକୁ ପେଟ୍ରୋଲରେ ବଦଳାଇଦିଏ । ଏହା ଇଂଜିନକୁ ଶକ୍ତି ପ୍ରଦାନ କରେ ଯାହା ବହୁତ ଅଧିକ ଟର୍କ ଦେଇଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.