ମାଟିପାତ୍ରରେ ଭର୍ତ୍ତି ହୋଇଥିଲା ସ୍ୱର୍ଣ୍ଣ ମୁଦ୍ରା, ହଜାରେ ବର୍ଷ ତଳର ଖାଣ୍ଟି ସୁନା କଏନ ପାଇଲେ ଇସ୍ରାଏଲୀ ବାଳକ, ଦାମ୍ କୋଟି କୋଟି ଟଙ୍କା

Published By : Prameya-News7 Bureau | August 24, 2020 IST

ଇସ୍ରାଏଲ, ୨୪|୦୮:  କେନ୍ଦ୍ରୀୟ ଇସ୍ରାଏଲରେ ଏକ ଖନନ କାର୍ଯ୍ୟ ଚାଲିଥିବା ବେଳେ ମାଟିତଳୁ ଜଣେ ବାଳକ ୧୦୦୦ ବର୍ଷ ତଳର ସୁନା କଏନ ପାଇଛନ୍ତି । ଏହି କଏନ ଏକ ମାଟି ପାତ୍ରରେ ପୋତାଯାଇଥିଲା । ଏନେଇ ସେ ଇସ୍ରାଏଲ ପ୍ରତ୍ନତତ୍ତ୍ୱ ବିଭାଗକୁ ଜଣାଇଥିଲେ ।

ଖନନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଲିଆତ ନଦାଭ ଜିଭ୍ କହିଛନ୍ତି ଯେ, ଗତ ୧୮ ତାରିଖରେ କେନ୍ଦ୍ରୀୟ ଇସ୍ରାଏଲରେ କୌଣସି ଏକ ଖନନ କାର୍ଯ୍ୟ ଚାଲିଥିଲା । ସେହି ସମୟରେ ଜଣେ ସ୍ଥାନୀୟ ଯୁବକ ମାଟିପାତ୍ରରେ ରଖାଯାଇଥିବା ସୂର୍ଣ୍ଣ ମୁଦ୍ରା ପାଇଥିଲେ ।ଏହି ମୁଦ୍ରା ପ୍ରାୟ ୧୧୦୦ ବର୍ଷ ତଳର ।ଯାହାର ଦାମ୍ କୋଟି କୋଟି ଟଙ୍କା ଦେବ ବୋଲି ଅନୁମାନ କରାଯାଉଛି ।

ଏହି ମୁଦ୍ରା ପାଇଥିବା ଯୁବକ ଓଜ୍ କୋହେମ୍ କହିଛନ୍ତି ଯେ, ଏହା ସତରେ ଆଶ୍ଚର୍ଯ୍ୟଜନକ । ସେ ମାଟି ଖୋଳିବା ବେଳେ ଏହା ପାଇଥିଲେ । ପ୍ରଥମେ ମାଟି ଭିତରେ ହଳଦିଆ ରଙ୍ଗର କିଛି ଥିବା ତାଙ୍କୁ ଦେଖାଯାଇଥିଲା । ପରେ ଏହା ସୁନା ମୁଦ୍ରା ବୋଲି ସେ ଜାଣିବାକୁ ପାଇଥିଲେ । ଏହି ମୁଦ୍ରା ସବୁ ଶୁଦ୍ଧ ସୁନାରେ ତିଆରି କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.