ଇସ୍ରାଏଲରେ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକାର ତୃତୀୟ ଡୋଜ୍, ଏଭଳି କରିବାରେ ବିଶ୍ବର ଏହା ପ୍ରଥମ ଦେଶ

Published By : Prameya-News7 Bureau | July 30, 2021 IST

ୟରୁସଲମ ୩୦।୭: କରୋନା ଭାଉରସକୁ ହରାଇବା ପାଇଁ ଇସ୍ରାଏଲ ଏକ ବଡ ପଦକ୍ଷେପ ନେଇଛି । ଏଠାରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ଦିଆଯିବ । ଆସନ୍ତା ସପ୍ତାହରୁ ତୃତୀୟ ଡୋଜ୍ ଦେବା ଆରମ୍ଭ ହେବ । ତୃତୀୟ ଡୋଜ୍ ଦେଉଥିବା ପ୍ରଥମ ଦେଶ ହେଉଛି ଇସ୍ରାଏଲ । କାରଣ ଏପର୍ଯ୍ୟନ୍ତ ସମସ୍ତ ଟିକା ଦ୍ବିତୀୟ ଡୋଜ୍ ଲୋକଙ୍କୁ ଦିଆଯାଉଛି। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ନୂତନ ଗାଇଡଲାଇନ ଜାରି କରିଛି।

ଇସ୍ରାଏଲ୍ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ସେହିମାନଙ୍କୁ ଟିକାର ତୃତୀୟ ଡୋଜ୍ ଦେବ ଯେଉଁମାନେ ଅତି କମରେ ୫ ମାସ ପୂର୍ବରୁ ଉଭୟ ଡୋଜ୍ ନେଇ ସାରିଛନ୍ତି । ଚ୍ୟାନେଲ ୧୩ ଅନୁଯାୟୀ, ସରକାରଙ୍କ ଏହି ପଦକ୍ଷେପ ଡେଲଟା ଭାରିଆଣ୍ଟର ସଂକ୍ରମଣ କମାଇବାକୁ ଏକ ପ୍ରୟାସ ବୋଲି କୁହାଯାଉଛି। ଏହାପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଂକ୍ରମଣ ବିରୋଧରେ ଟିକାର ପ୍ରଭାବଶୀଳତା ହ୍ରାସ ପାଉଥିବା ସୂଚନା ଦେଇଥିଲେ ।

ଇସ୍ରାଏଲରେ ନୂଆ ଗୁରୁତର ରୋଗୀଙ୍କ ସଂଖ୍ୟା ଗତ ଦୁଇ ଦିନ ଧରି କ୍ରମାଗତ ଭାବେ ବଢିବାରେ ଲାଗିଛି। ସୋମବାର ଏହି ସଂଖ୍ୟା ୨୦ ରହିଥିଲା ବେଳେ ମଙ୍ଗଳବାର ଏହା ୩୩କୁ ବୃଦ୍ଧି ପାଇଛି । ସେହିଭଳି ବୁଧବାର ଦିନ ଏହି ସଂଖ୍ୟା ୪୧ରେ ପହଞ୍ଚିଛି।  ସ୍ବାସ୍ଥ୍ୟ ସେବା ସହ ଜଡିତ ଅଧିକାରୀ ଅନୁସାରେ ଅଗଷ୍ଟ ଶେଷ ସୁଦ୍ଧା ଗୁରୁତର ରୋଗୀଙ୍କ ସଂଖ୍ୟା ୧,୦୦୦ ହଜାରରେ ପହଞ୍ଚିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.