୧୧ ଦିନର ଗୁଳି ଓ ଗୋଳା ମାଡ଼ ପରେ ସଂଘର୍ଷ ବିରାମ ଘୋଷଣା କଲା ଇସ୍ରାଏଲ

Published By : Prameya-News7 Bureau | May 21, 2021 IST

ଗାଜା ସିଟି : ଗାଜା ପଟ୍ଟିରେ ଶୁକ୍ରବାର ଯୁଦ୍ଧ ଥମିଛି। ଗତ ୧୧ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଗାଜା ପଟ୍ଟି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏହି ଯୁଦ୍ଧ ଯୋଗୁ ଅଧିକାଂଶ ଇସ୍ରାଏଲରେ ଜନଜୀବନ ଠପ ହୋଇଯାଇଥିବା ବେଳେ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁଙ୍କ ସୁରକ୍ଷା କ୍ୟାବିନେଟ୍ ଗାଜାପଟ୍ଟିରେ ୧୧ ଦିନ ହେଲା ଚାଲିଥିବା ସଂଘର୍ଷରେ ରୋକ ଲଗାଇବାକୁ ଏକତରଫା ସଂଘର୍ଷ ବିରାମକୁ ମଞ୍ଜୁର କରିଛି।

{"id":455332,"sizeSlug":"large","linkDestination":"none"}

ତେବେ ଗଣମାଧ୍ୟମରୁ ମିଳୁଥିବା ସୂଚନାରେ ଆମେରିକା ପକ୍ଷରୁ ଚାପ ପଡିବା ଯୋଗୁ ସଂଘର୍ଷରେ ରୋକ ଲାଗିଥିବା କୁହାଯାଇଛି। ଅନ୍ୟପକ୍ଷରେ ନେତାନ୍ୟହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ସୁରକ୍ଷା କ୍ୟାବିନେଟ, ଇସ୍ରାଏଲ ସେନାମୁଖ୍ୟ ଓ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସୁପାରିଶ ଆଧାରରେ ଇଜିପ୍ଟର ସଂଘର୍ଷ ବିରାମ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିବା କୁହାଯାଇଛି। ଏହି ବୟାନରେ ଅପରେସନରୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ମିଳିଥିବା କୁହାଯାଇଛି। ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ବୟାନକୁ ହମାସ ଧମକ ବୋଲି ଏବେ ଭାବୁଛି।

{"id":455333,"sizeSlug":"large","linkDestination":"none"}

୧୧ ଦିନର ଏହି ସଂଘର୍ଷ ଯୋଗୁ ଗାଜା ପଟ୍ଟିରେ ୬୫ ଜଣ ଶିଶୁ, ୩୯ ଜଣ ମହିଳାଙ୍କ ସମେତ ମୋଟ ୨୩୦ ପାଲେଷ୍ଟେନିୟ ପ୍ରାଣ ହରାଇଛନ୍ତି। ସେହିପରି ୧ହଜାର ୭ଶହ ୧୦ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ହମାସ ଆକ୍ରମଣ ଯୋଗୁ ଇସ୍ରାଏଲରେ ଏକ ୫ ବର୍ଷ ବୟସର ବାଳକ ଓ ୧୬ ବର୍ଷ ବୟସର କିଶୋରୀ ସମେତ ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକା ରାଷ୍ଟ୍ରପତ ଜୋ ବାଇଡେନ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିରାମ ନେଇ ଘୋଷଣା କରିଛନ୍ତି। ଏଥିଲାଗି ଇସ୍ରାଏଲର ପଦକ୍ଷେପକୁ ବାଇଡେନ ଉଚ୍ଚ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.