Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜେରୁଜେଲମ୍ ଜଳୁଛି : ଇସ୍ରାଏଲ ପୋଲିସ ସହ ପାଲେଷ୍ଟାଇନ୍ ବାସିନ୍ଦାଙ୍କ ଘମାଘୋଟ ମାରପିଟ୍ ଓ ପୋଡାଜଳା, ଶତାଧିକ ଆହତ

23/04/2021 at 2:45 PM

ଜେରୁଜେଲମ,୨୩/୦୪: ପୂର୍ବ ଜେରୁଲେଜମରେ ଗୁରୁବାର ବିଳମ୍ବିତ ରାତ୍ରରେ ପୋଲିସ ସହ ସଙ୍ଘର୍ଷ ଘଟି ୧୦୦ରୁ ଅଧିକ ପାଲେଷ୍ଟିନିଆନ୍ ଆହତ ହୋଇଛନ୍ତି । ପାଲେଷ୍ଟିନିଆନ ମାନେ ଆନ୍ଦୋଳନ କରୁଥିବା ବେଳେ ଇସ୍ରାଏଲ୍ ପୋଲିସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ଫଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଏହା ରମଜାନମାସ ଚାଲିଥିବା ବେଳେ ସବୁଠାରୁ ବଡ ବିଦ୍ରୋହ ବୋଲି କୁହାଯାଉଛି ।

ପାଲେଷ୍ଟିଆନ୍ ରେଡ୍ କ୍ରିସେଣ୍ଟଙ୍କ କହିବାନୁସାରେ, ସେ ୧୦୫ ଲୋକଙ୍କ ଚିକିତ୍ସା କରିଛନ୍ତି । ସେମାନଙ୍କୁ ମଧ୍ୟରୁ ୨୦ ଜଣହ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୨୦ ଅଧିକାରୀ ଆହତ ହୋଇଥିବା ଇସ୍ରାଏଲ୍ ପୋଲିସ କହିଛି ।

ପୋଲିସର କହିବାନୁସାରେ, ଆନ୍ଦୋଳନକାରୀମାନେ ଓଲ୍ଡ ସିଟିରେ ଆନ୍ଦୋଳନ କରୁଥିଲେ । ପୋଲିସର ବାରଣ ସତ୍ତ୍ୱେ ସେମାନେ ବହୁ ମାତ୍ରାରେ ଉପସ୍ଥିତ ହୋଇଥିଲେ । ସୂଚନାଯୋଗ୍ୟ, ରମଜାନ ମାସର ସନ୍ଧ୍ୟାରେ ପାଲେଷ୍ଟିଆନ୍ ମାନେ ଓଲ୍ଡ ସିଟିରେ ରାତି ହେଲା ମାତ୍ରେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥାନ୍ତି ।

ତେବେ ହିଂସାକାଣ୍ଡର କାରଣ ହେଉଛି ଏକ ଭାଇରାଲ ଭିଡିଓ । ଏହି ଭିଡିଓରେ କିଛି ପାଲେଷ୍ଟିଆନଙ୍କୁ ଜିଓ୍ୱିସ୍ ଯୁବକ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ଓଲ୍ଡ ସିଟିରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଚଳିତ ସପ୍ତାହର ଆରମ୍ଭରେ ମଧ୍ୟ ସମାନ ଘଟଣା ପାଇଁ ୪ ପାଲେଷ୍ଟାଇନ୍ ଇସ୍ରାଏଲ ପୋଲିସ ଦ୍ୱାରା ଆହତ ହୋଇଥିଲେ । ସେହିପରି ଗୁରୁବାର ରାତିରେ ମଧ୍ୟ ଇସ୍ରାଏଲର ଦକ୍ଷିଣପନ୍ଥୀ ସଙ୍ଗଠନ ଲେହାଭାରେ ଏକାଠି ହୋଇଥିଲେ । ଏହାସହ ସେମାନେ ଆଣ୍ଟି ଜିଓ୍ୱିସ୍ ହିଂସାକୁ ବିରୋଧ କରି ନାରାବାଜି କରିଥିଲେ ।

   Related Posts