Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୧ ଦିନର ରକ୍ତାକ୍ତ ସଂଘର୍ଷ ପରେ ଗାଜା ଷ୍ଟ୍ରିପ୍‌ରେ ବନ୍ଦ ହେଲା ଯୁଦ୍ଧ, ଅସ୍ତ୍ରବିରତି ଘୋଷଣା କଲା ଇସ୍ରାଏଲ

21/05/2021 at 8:45 AM

ତେଲ ଅବିବ୍ ୨୧/୫ : ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ବିବାଦ ଶେଷରେ ଗୁରୁବାର ଶେଷ ହୋଇଛି । ଅସ୍ତ୍ରବିରତି ନେଇ ଘୋଷଣା କରିଛି ଇସ୍ରାଏଲ । ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜା ଅଞ୍ଚଳରେ ୧୧ ଦିନିଆ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ହାମାସର ଜଣେ ଅଧିକାରୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ଏହି ଅସ୍ତ୍ରବିରତି ଶୁକ୍ରବାର ସକାଳ ୨ ଟାରୁ କାର୍ଯ୍ୟକାରୀ ହେବ । ଇସ୍ରାଏଲ୍ କ୍ୟାବିନେଟ୍ ଅସ୍ତ୍ରବିରତି ନେଇ ଘୋଷଣା କରିଛି, କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ସମୟ ଦେଇନାହିଁ । ଆମେରିକାର ଚାପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ୱାସ କରାଯାଏ । ଏହାପୂର୍ବରୁ ବୁଧବାର ଦିନ ନେତାନ୍ୟାହୁ ସାମରିକ ମୁଖ୍ୟାଳୟ ପରିଦର୍ଶନ କରିବା ପରେ କହିଥିଲେ ଯେ ସେ ଆମେରିକାର ରାଷ୍ଟ୍ରପତିଙ୍କ ସହଯୋଗକୁ ବହୁତ ପ୍ରଶଂସା କରୁଛୁ ।

କିନ୍ତୁ ଦେଶ ‘ଇସ୍ରାଏଲବାସୀଙ୍କୁ ଶାନ୍ତି ଏବଂ ନିରାପତ୍ତା ଫେରାଇ ଆଣିବା’ ଅଭିଯାନ ଜାରି ରଖିବ । ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ପୂରଣ ନହେବା ପର୍ଯ୍ୟନ୍ତ ସେ ଅଭିଯାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ ହ୍ୱାଇଟ ହାଉସ୍ ଦ୍ୱାରା ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଏକ ଟେଲିଫୋନିକ୍ ବାର୍ତ୍ତାଳାପରେ ଆମେରିକା ରାଷ୍ଟ୍ରପତି ନେତାନ୍ୟାହୁଙ୍କୁ “ଅସ୍ତ୍ରବିରତି” ଆଡକୁ ଯିବାକୁ ପରାମର୍ଶ ଦେଇଥିଲେ ।

   Related Posts