ଭାରତ ଆସୁଛନ୍ତି ଇସ୍ରାଏଲ୍ ବୈଜ୍ଞାନିକ: ନେଇ ଆସୁଛନ୍ତି ଚାରୋଟି ଅନନ୍ୟ କୋଭିଡ୍ ନିରୂପଣ ଟେକ୍ନୋଲୋଜି, କଣ୍ଠସ୍ୱରରୁ ଜାଣିହେବ ସଂକ୍ରମଣ
24/07/2020 at 4:55 PM

ନୂଆଦିଲ୍ଲୀ, ୨୪|୦୭: କରୋନା ଭାଇରସର ମୁକାବିଲା ପାଇଁ ଇସ୍ରାଏଲର ବୈଜ୍ଞାନିକଙ୍କ ଏକ ଟିମ୍ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସୁଛନ୍ତି । ଏହି ଟିମ୍ କରୋନା ଟେଷ୍ଟିଂ ପାଇଁ ଯାଞ୍ଚ୍ କିଟ୍ ବିକଶିତ କରିବା ପାଇଁ ଭାରତୀୟ ବୈଜ୍ଞାନିକଙ୍କ ସହ ମିଳିତ ଭାବେ କାମ କରିବେ । ଏହି କିଟ୍ ମାତ୍ର ୩୦ ସେକେଣ୍ଡରେ କରୋନା ସଂକ୍ରମଣ ନେଇ ସୂଚନା ଦେବ ।
ଇସ୍ରାଏଲ ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆଗାମୀ ଦିନରେ ଭାରତ ସହ ପ୍ରତିରକ୍ଷା ଓ କରୋନା ମୁକାବିଲାକୁ ନେଇ ଏକ ବଡ ସହଯୋଗିତା ହେବ । ଏହି ସ୍ୱତନ୍ତ୍ର ବିମାନରେ ମେକାନିକାଲ ଭେଣ୍ଟିଲେଟର୍ ଆସିବ ଯାହା ଭାରତକୁ ରପ୍ତାନୀ କରାଯିବ । ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଟିମ୍ ଭାରତ ଗସ୍ତ କରିବ । ସେମାନେ ଡିଆରଡିଓ ସହ କାମ କରିବେ । ଭାରତୀୟ ବଜାରରେ ଇସ୍ରାଏଲ ଉଦ୍ୟୋଗୀଙ୍କୁ ପାଇଁ ରାସ୍ତା ଖୋଲାଗଲେ ଅନେକ ଉନ୍ନତି ହେବ । ଏଥିରୁ ଉତ୍ପାଦ ସାମଗ୍ରୀକୁ ଅନ୍ୟ ଦେଶରେ ମଧ୍ୟ ବିକ୍ରି କରିହେବ ।
କରୋନା ମହାମାରୀ ଆରମ୍ଭ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ଟେଲି ଫୋନରେ ଆଲୋଚନା କରିସାରିଛନ୍ତି । ମହାମାରୀ ମୁକାବିଲା ପାଇଁ ପରସ୍ପରର ସହଯୋଗ ବାବଦରେ ଆଲୋଚନା ହୋଇଛି । ଇସ୍ରାଏଲର ବୈଜ୍ଞାନିକମାନେ ନିଜ ବିଭିନ୍ନ ଜ୍ଞାନ କୌଶଳ ସହ ଭଆଥ ଆସୁଛନ୍ତି । ଏହାମଧ୍ୟରୁ ଚାରୋଟିରେ କରୋନା ଯାଞ୍ଚ୍ କରାଯିବ । ଏହି ଟେକନିକ୍ ବ୍ୟକ୍ତିର ସ୍ୱର ଶୁଣି କରୋନା ସଂକ୍ରମିତ ନା ନାହିଁ ତାହା କହିଦେବ । ଏହା ଏକ ଭାଇରସ ଡିଟେକ୍ଟର ଯାହା ରେଡିଓ ତରଙ୍ଗର ଉପଯୋଗ କରିଥାଏ ।