କରୋନା ରୋକିବାକୁ ତିହାରରେ ହେଲା ଆଇସୋଲେସନ ୱାର୍ଡ, ରହୁଛନ୍ତି ୧୭ ହଜାର ବନ୍ଦୀ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୩: ଦେଶରେ କରୋନା ସଂକ୍ରମଣ ବ୍ୟାପୀବାରେ ଲାଗିଛି। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ପରେ ସରକାର ଏବେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ତିହାର ବନ୍ଦୀଙ୍କ ଲାଗି ଜେଲ ପରିସରରେ ଏକ ଆଇସୋଲେସନ ୱାର୍ଡ ସ୍ଥାପିତ ହୋଇଛି।

{"id":238117,"sizeSlug":"large"}

ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ କରୋନା ସଂକ୍ରମଣ ପରଠାରୁ ରାଜଧାନୀରେ ମୋଟ ୭ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଏଥିରେ ଶୁକ୍ରବାର ଜଣେ ୬୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୂର୍ବରୁ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ତେବେ ତିହାର ଜେଲରେ ଏପର୍ଯ୍ୟନ୍ତ କେହି କରୋନା ଚିହ୍ନଟ ହୋଇ ନାହାନ୍ତି। ତେବେ ଏଠାରେ ୧୭ ହାର ୫୦୦ ବନ୍ଦୀ ଅବସ୍ଥାନ କରୁଥିବାରୁ କର୍ତ୍ତୃପକ୍ଷ ସତର୍କତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।

{"id":238118,"sizeSlug":"large"}

ତେବେ ସତର୍କତା ସ୍ୱରୂପ ଜେଲ କର୍ତ୍ତୃପକ୍ଷ କାରାଗାର ପରିସରରେ ଏକାନ୍ତ ୱାର୍ଡ ସ୍ଥାପନା କରିଛନ୍ତି। ଯଦି କାହାଠାରେ କରୋନା ଲକ୍ଷଣ ପ୍ରକାଶ ପାଏ ତାଙ୍କୁ ସେଠାରେ ୩ ଦିନ ପୃଥକ କରି ରଖାଯିବ ବୋଲି ଜେଲ  କର୍ତ୍ତୃପକ୍ଷ କହିଛନ୍ତି। କରୋନା ସଂକ୍ରମଣ ୧ଲକ୍ଷ ୩୮ ହଜାରରେ ପହଞ୍ଚିଥିବା ବେଲେ  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମହାମାରୀ ଘୋଷଣା କରିଛନ୍ତି।

{"id":238119,"sizeSlug":"large"}

ଏପର୍ଯ୍ୟନ୍ତ ସିଓଭିଆଇଡି-୧୯ ଲାଗି କୌଣସି ଟିକା ଅଥବା ଆଣ୍ଟିବୋୟାଟିକ୍ସର ଆବିଷ୍କାର ହୋଇ ନାହିଁ। ଏଣୁ କେବଳ ସଚେତନତା ଓ ସାବଧାନତା ଦ୍ୱାରା ସଂକ୍ରମଣ ରୋକାଯାଇପାରେ ବୋଲି ଡବ୍ଲୁଏଚଓ ସତର୍କ କରାଇଦେଇଛନ୍ତି। ଚୀନ ପରେ ଇଟାଲୀ ଓ ଇରାନ ଏବେ ବିଶ୍ୱର ସବୁଠୁ ଅଧିକ କରୋନା ସଂକ୍ରମିତ ଦେଶ । ଏଠାରେ ମୃତ୍ୟୁ ସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.