Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କୁଦ୍ସ୍ ଡେପୁଟି କମାଣ୍ଡର ଇସ୍ମାଇଲ ଘନି ହେଲେ ଇରାନର ନୂଆ ସେନାମୁଖ୍ୟ, ଜାଣନ୍ତୁ ସେ କିଏ?

3/01/2020 at 8:14 PM

ବଗଦାଦା ୩।୧୨:   ଆମେରିକା ରକେଟ୍ ଆକ୍ରମଣରେ ଶୁକ୍ରବାର ଇରାନ ସେନାର ଟାଣୁଆ କମାଣ୍ଡର କାସିମ ସୋଲେମାନୀଙ୍କ ମୃତ୍ୟୁ ହୋଇଛି। ଫଳରେ ତାଙ୍କ ପଦରେ ଇରାନ ସରକାର କ୍ୱାଦସ୍ ଫୋର୍ସ (କ୍ୟୁଏଫ)ର ଦ୍ୱିତୀୟ ମୁଖ୍ୟ ଇସ୍ମାଇଲ ଘନୀଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଇସ୍ଲାମ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ବ୍ରିଗେଡିୟର ଜେନେରାଲ ଅବସ୍ଥାପିତ ଘନୀ ୧୯୯୭ ମସିହାରେ ତତ୍କାଳୀନ ଆଇଆରଜିସି ମୁଖ୍ୟ ରହିମ ସଫାଭି ଙ୍କ ନେତୃତ୍ୱରେ ସୋଲେମାନୀଙ୍କ ସହ ଯୋଗଦେଇଥିଲେ। ସୋଲେମାନୀ କମାଣ୍ଡର ନିଯୁକ୍ତ ହୋଇଥିବା ବେଳେ ଘନି ଡେପୁଟି କମାଣ୍ଡର ଭାବେ ଆଇଆରଜିସିର ବିଦେଶ ଶାଖା  ଡେପୁଟି କମାଣ୍ଡର ନିଯୁକ୍ତ ହୋଇଥିଲେ।

ଘନି ଗତ ୨୦୧୭ ମସିହାରେ ପ୍ରଥମ ଥର ଇରାନୀ ଗଣମାଧ୍ୟମ ଦ୍ୱାରା ଚର୍ଚ୍ଚାରେ ଆସିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଧମକ୍ ଆମେରିକାକୁ ଧ୍ୱଂସ୍ତ କରିବ ବୋଲି କହିଥିଲେ ଘନି। ସେ କହିଥିଲେ ଯେ ଆମେରିକା ବିରୋଧରେ କିପରି ଲଢାଯାଇପାରିବ ତାହା ଆମକୁ ବେଶ ଜଣା। ଏଣୁ ଇରାନକୁ ଡରେଇବାକୁ ଟ୍ରମ୍ଫ ଚେଷ୍ଟା ନକରନ୍ତୁ ।  ତେବେ ଘନି ଆଇଆରଜିସି-କ୍ୟୁଏଫ୍‌ର ବିଭିନ୍ନ ସ୍ରୋତକୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ସହାୟତା ବ୍ୟବସ୍ଥାର ନିରିକ୍ଷଣ କରୁଥିଲେ। ଯେଉଁଥିରେ ଆଇଆରଜିସିର ଆଫ୍ରିକା ଓ ହିଜବୁଲ୍ଲା ସହାୟତା ବି ସାମିଲ ରହିଛି।    

ଅକ୍ଟୋବର ୨୦୧୦ରେ ଆଇଆରଜିସି-କ୍ୟୁଏଫର ଏକ ଅସ୍ତ୍ରଶସ୍ତ୍ର ସିପ୍‌ମେଣ୍ଟ ଧରାପଡିଥିଲା। ଗାମ୍ବିଆକୁ ଯାଉଥିବା ଏହି ବିପୁଳ ଅସ୍ତ୍ରଶସ୍ତ୍ରରେ ରକେଟ୍, ମୋର୍ଟାର ସେଲ, ଗ୍ରେନେଡ ଓ ପ୍ରଚୁର ଗୁଳି ରହିଥିଲା। ବେହିନହ ଟ୍ରେଡିଂ କମ୍ପାନୀ ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ଚାଲାଣ ବେଳେ ଧରାପଡିବାରୁ ୨୦୧୨ ମସିହାରେ ଆତଙ୍କବାଦ ଗତିବିଧି ଯୋଗୁ ଆମେରିକା ଟ୍ରେଜରୀ ଡିପାର୍ଟମେଣ୍ଟ ଆମେରିକା ନିୟନ୍ତ୍ରଣାଧୀନ ଅଞ୍ଚଳରେ ଘନିଙ୍କର ସମସ୍ତ ସମ୍ପତ୍ତି ଫ୍ରିଜ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।  

   Related Posts