ନୂଆଦିଲ୍ଲୀ ୦୨/୧୧: ବିଶ୍ବରେ ସୁନାର ଚାହିଦା ଅଧିକ ରହିଛି । ସୁନା ଅଳଙ୍କାର ମୂଲ୍ୟ ଆକାଶଛୁଆଁ ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଦୁର୍ଲଭ ସୁନା ଟିକେ ପାଇବାକୁ ଲୋକେ ଆତୁର ହୋଇ ଚାହିଁ ରହୁଛନ୍ତି । କିନ୍ତୁ ଥରେ ଚିନ୍ତା କଲେ ଏମିତି ଏକ ସ୍ଥାନ ଯେଉଁଠି କେବଳ ସୁନା ହିଁ ସୁନା ବାହାରୁଛି । ସେମିତି ଏକ ଦ୍ବୀପ ଇଣ୍ଡୋନେସିଆରେ ଠାବ ହୋଇଛି । ବହୁ ବର୍ଷ ପରେ ଦ୍ବୀପଟି ହଠାତ ଦୃଶ୍ୟମାନ ହୋଇଛି । ସେଠାରୁ ବହୁ ପରିମାଣରେ ସୁନା ଅଳଙ୍କାର, ବାସନ କୁସନ ବାହାରୁଥିବା ଜଣାପଡ଼ିଛି ।
ଏହାକୁ ‘ସୁନାର ଦ୍ବୀପ’ ବୋଲି କୁହାଯାଉଛି । ଲୋକମାନେ ଦ୍ବୀପରୁ ସୁନା ଅଳଙ୍କାର, ମୁଦି, ବୌଦ୍ଧ ମୂର୍ତ୍ତି, ଦାମୀ ସେରାମିକ୍ ବାସନ ଆଦି ମିଳୁଛି । ଇଣ୍ଡୋନେସିଆର ପାଲେମବ୍ୟାଗ ପ୍ରାନ୍ତରେ ଦ୍ବୀପ ବାହାରକୁ ଦୃଶ୍ୟମାନ ହୋଇଛି। ‘ଦ ସାଇନ୍ସ’ ରେ ପ୍ରକାଶିତ ଖବର ମୁତାବିକ, ସେଠାରେ ଥିବା ମୁଷୀ ନଦୀରେ ଏକ ଗାଏବ ଦ୍ବୀପ ପୁଣି ଥରେ ଦେଖିବାକୁ ମିଳିଛି । ନଦୀରୁ ସୁନା ଆଭୂଷଣ ଏବଂ ଦାମୀ ସାମଗ୍ରୀ ମିଳୁଛି ।
ନିର୍ମାଣ କମ୍ପାନୀ ଦ୍ବାରା ନଦୀରୁ ବାଲି ବାହାର କରିବା ପରେ ଏନେଇ ଜଣାପଡ଼ିଛି । ଏହି ଦ୍ବୀପରେ ଇଣ୍ଡୋନେସିଆର ପ୍ରାଚୀନ ସହର ଶ୍ରୀବିଜୟା ଥିଲା । ସେହି ସମୟରେ ବହୁ ଧନୀ ଲୋକ ସେଠାରେ ବସବାସ କରୁଥିଲେ । ଦ୍ବୀପଟି ମୁଷୀ ନଦୀରେ ମିଳିଛି । ଏବେ ସେହି ସ୍ଥାନରେ ଯେତେ ଖୋଳିଲେ ଆଭୂଷଣ, ମନ୍ଦିର ଘଣ୍ଟି, ମୂଦ୍ରା, ସେରାମିକ ବାସନ, ବୌଦ୍ଧ ମୂର୍ତ୍ତି ବାହାରୁଛି ।
ଏବେ ସୁଦ୍ଧା ସୁନାର ଖଣ୍ଡା, ସୁନା ଏବଂ ମୁକ୍ତା ଖଚ୍ଚିତ ମୁଦି ଆଦି ମିଳିଥିବା ଜଣାପଡ଼ିଛି। ସମୁଦ୍ର ପ୍ରତ୍ନତତ୍ତ୍ବବିତ ସୀନ କିଙ୍ଗସଲେ କହିଛନ୍ତି, ଶ୍ରୀବିଜୟାକୁ ଖୋଜିବା ପାଇଁ ସରକାରଙ୍କ ପାଖରୁ ଖନନ କାର୍ଯ୍ୟ ପାଇଁ କୁହାଯାଇନଥିଲା। ଏହା ପୂର୍ବରୁ ଶ୍ରୀବିଜୟା ସହର ୨୦୧୧ରେ ମୁଷୀ ନଦୀରୁ ବାହାରକୁ ଦୃଶ୍ୟମାନ ହୋଇଥିଲା। ସେତେବେଳେ ନଦୀରେ କମ୍ ପାଣି ଥିଲା ।