Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀଲଙ୍କା ଆତ୍ମଘାତୀ ହମଲା ପାଇଁ ନିଜକୁ ଦାୟୀ କଲା ଆଇଏସ ସଂଗଠନ

କଲମ୍ବୋ ୨୩/୪ : ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଇଏସ ସଂଗଠନ (ଇସ୍ଲାମିକ ଷ୍ଟେଟ) ନିଜକୁ ଦାୟୀ କରିଛି | ଅମାକ ନ୍ୟୁଜ ଏଜେନ୍ସି ତରଫରୁ ଏହି ଖବର ସ୍ପଷ୍ଟ ହୋଇଛି | ହମଲାରେ ମୃତକଙ୍କ ସଂଖ୍ୟା ଲଗାତାର ବଢି ଚାଲିଛି | ଆଜି ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୩୦୦ ଛୁଇଁଛି | ରବିବାର ଦିନ ଇଷ୍ଟର ପର୍ବ ପାଳନ ବେଳେ ଶ୍ରୀଲଙ୍କାର ୩ଟି ଚର୍ଚ୍ଚ, ୩ଟି ହୋଟେଲ ଓ ଗେଷ୍ଟ ହାଉସରେ ୮ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା |


ଆତ୍ମଘାତୀ ହମଲାରେ ପ୍ରାଣ ହରାଇଥିବା ୩୦୦ ମୃତକଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ସାମିଲ ଅଛନ୍ତି | ୩୦୦ ମୃତକଙ୍କ ମଧ୍ୟରୁ ୩୫ ଜଣ ବିଦେଶୀ ପ୍ରାଣ ହରାଇଛନ୍ତି | ଶ୍ରୀଲଙ୍କାରେ ଆଜି ସଂସଦର ଏକ ବିଶେଷ ଶ୍ରଦ୍ଧାଞ୍ଜଳି ସଭା ଡକା ଯାଇଛି | ଏହି ସଭାରେ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ | ଏହାଛଡା ଆଜି ଦେଶରେ ଶୋକ ଦିବସ ମଧ୍ୟ ପାଳନ କରାଯିବ |


Siyatha TV ଏକ ଭିଡିଓ ଜାରି କରିଛି | ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧ ଗୋଟିଏ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳିଛି | ରବିବାର ଦିନ ସେ ଚର୍ଚ୍ଚ ପାଖରେ ଥିବା ମଧ୍ୟ ଦେଖିବାକୁ ମିଳିଛି |


ପ୍ରାଣ ହରାଇଥିବା ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୨ଜଣ କର୍ଣ୍ଣାଟକର ଜେଡିଏସ କାର୍ଯ୍ୟକର୍ତ୍ତା ଥିଲେ | କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଟ୍ୱିଟ କରି ସୂଚନା ଦେଇଥିଲେ ଯେ, ତାଙ୍କର ୮ଜଣ କର୍ମୀ ଶ୍ରୀଲଙ୍କାରେ ନିଖୋଜ ଅଛନ୍ତି | ୮ ଜଣ ନିଖୋଜଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା |


ରବିବାର ଦିନ ହମଲା ହେବାପରେ ସୋମବାର ମଧ୍ୟ ବିପଦ ରହିଥିଲା | ପେଟ୍ଟାର ମୁଖ୍ୟ ବସ ଷ୍ଟାଣ୍ଡରୁ ୮୭ ଡେଟୋନେଟର ଉଦ୍ଧାର ହୋଇଥିଲା | ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା | ଏହାଛଡା ବିମାନବନ୍ଦର ନିକଟରୁ ଏକ ଜୀବନ୍ତ ବୋମା ମଧ୍ୟ ଉଦ୍ଧାର ହୋଇଥିଲା |

321 Views

   ସମ୍ବନ୍ଧିତ ଖବର