PUBG ନୂଆ ଭର୍ସନକୁ ନେଇ ଇସ୍ଲାମ ଜଗତ ଖପ୍ପା, ଗେମ୍‌ରେ ଟୋଟେମ୍ସ ପୋଡୁଛନ୍ତି ଖେଳାଳି

Published By : Prameya-News7 Bureau | June 04, 2020 IST

ଜବରିୟା ୪।୬:  ଲୋକପ୍ରୀୟ ମୋବାଇଲ ଗେମ୍‌ ପିୟୁବିଜିର ନୂଆ ଭର୍ସନ ‘ମିଷ୍ଟ୍ରିୟସ୍ ଜଙ୍ଗଲ ମୋଡ’କୁ ନେଇ ଇସ୍ଲାମ ଜଗତରେ ବିବାଦ ଉପୁଜିଛି। ମୋବାଇଲ ଭିଡିଓ ଗେମ୍‌ର ଏହି ଭର୍ସନରେ ଜଙ୍ଗଲ ଫୁଡ, ହଟ୍ ଏୟାର ବେଲୁନ୍ସ ସମେତ ଅନେକ ନୂଆ ଫିଚର ରହିଛି। ତେବେ ଏଥିରେ ମୂର୍ତ୍ତି ପୂଜା ଇସ୍ଲାମ ଧର୍ମାବଲମ୍ବୀଙ୍କୁ କ୍ଷୁବ୍ଧ କରିଛି। ଯେଉଁଥିପାଇଁ ଇସ୍ଲାମ ଧର୍ମାବଲମ୍ବୀ ଖେଳାଳିମାନେ ଖେଳିବା ବେଳେ ଟୋଟେମ ପୋଡି ଖେଳରୁ ବାହାରି ଯାଉଛନ୍ତି।

{"id":281256,"sizeSlug":"large"}

କ୍ୱେତ୍‌ରେ ଇସ୍ଲାମ ଧାର୍ମିକ ନେତାମାନେ ପିଲମାନଙ୍କୁ ଏଭଳି ଖେଳରୁ ବିରତ ରଖିବା ଲାଗି ଅଭିଭାବକଙ୍କୁ ପରାମର୍ଶ ଦେଇଥିବା ବେଳେ ପ୍ରଶାସନକୁ ଏଭଳି ଇସ୍ଲାମ ବିରୋଧୀ ମୋବାଇଲ ଗେମ୍‌ର ପ୍ରସାର ବନ୍ଦ କରିବାକୁ ନିବେଦନ ବି କଲେଣି। ଇସ୍ଲାମରେ ମୂର୍ତ୍ତି ପୂଜା ନିଷିଦ୍ଧ। ତେବେ ଏହି ଗେମ୍‌ରେ ଶକ୍ତିଶାଳୀ ମୂର୍ତ୍ତିଙ୍କୁ ଟୋଟେମ୍ସ କରାଯାଇଛି। ଖେଳାଳି ଏହିମୂର୍ତିଙ୍କୁ ପୂଜା କଲେ ତାଙ୍କୁ ଇମ୍ୟୁନିଟି ମିଳୁଛି। ଏଣୁ ପିୟୁବିଜିର ଇସ୍ଲାମ ଖେଳାଳିମାନେ ଏହାକୁ ବିରୋଧ କରୁଛନ୍ତି।

{"id":281257,"width":576,"height":348,"sizeSlug":"large"}

କ୍ୱେତ୍ ବିଶ୍ୱବିଦ୍ୟାଳୟର ଶରିୟା କଲେଜ ପ୍ରଫେସର ଡା.ବାସମ ଅଲ ସଟ୍ଟୀ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଲୋକଙ୍କ ଉପରେ ଭିଡିଓ ଗେମ୍‌ର ଭଲ ଓ ମନ୍ଦ ପ୍ରଭାବ ରହିଛି ବୋଲି କହିଛନ୍ତି। ତେବେ ପିୟୁବିଜି ଖେଳ ବାହାନାରେ ଇସ୍ଲାମ ପିଲାଙ୍କ ମନରେ ମୂର୍ତ୍ତି ପୂଜାର ପ୍ରୋତ୍ସାହନ କରୁଥିବା କହିଛନ୍ତି ଯାହାକି ଇସ୍ଲାମରେ କଡାକଡି ନିଷିଦ୍ଧ ବୋଲି ସେ କହିଛନ୍ତି। ସେହିପରି ବେଶିକ୍ ଏଜୁକେସନ କଲେଜର ପ୍ରଫେସର ରସିଦ ଅଲ ଅଲିମୀ ଏହି ଭିଡିଓ ଗେମ୍‌କୁ ମୁସଲମାନଙ୍କ ଲାଗି ବିପଦଜନକ ବୋଲି କହିଛନ୍ତି। ଏପରି ଖେଳ ପ୍ରତି ଋଚି ରଖୁଥିବା ପିଲା ଓ ବୟସ୍କ କ୍ରମେ ସେହି ଆଡକୁ ଢଳିବେ ଯାହା ଇସ୍ଲାମ ଲାଗି ଅପମାନଜନକ ହେବ। ଏହା ସେମାନଙ୍କ ମନରେ ବହୁ ଦେବବାଦ ସୃଷ୍ଚି କରିବ ବୋଲି ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି।

{"id":281258,"width":579,"height":381,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.