Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ଭ୍ୟାକସିନକୁ ନେଇ ପ୍ରଶ୍ନ କଲେ ମୁସଲମାନ ଧାର୍ମିକ ସମ୍ପ୍ରଦାୟ: କହିଲେ-‘ଏହା ହଲାଲ ନା ହରାମ ?’

21/12/2020 at 3:06 PM

ନୂଆଦିଲ୍ଲୀ ୨୧/୧୨ : କରୋନା ଭାଇରସ ଯୋଗୁଁ ସାରା ଦୁନିଆରେ ହାହାକାର ଖେଳି ଯାଇଛି। ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଇତି ମଧ୍ୟରେ କିଛି ଦେଶ କରୋନା ଭ୍ୟାକସିନ ଦେବା ମଧ୍ୟ ଆରମ୍ଭ କଲେଣି। ବ୍ରିଟେନ ଓ ଆମେରିକା ଭଳି ଦେଶରେ କରୋନା ଭ୍ୟାକସିନ ଡୋଜ ଦେବା ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ଦୁନିଆର ଅନେକ ମୁସଲମାନ ଧର୍ମଗୁରୁ ଯୁକ୍ତି କରିଛନ୍ତି ଯେ ଭ୍ୟାକସିନ ହଲାଲ ନା ହରାମ ? 

ଅକ୍ଟୋବରରେ ଇଣ୍ଡୋନେସିଆ କୂଟନୀତିଜ୍ଞ ଓ ମୁସଲମାନ ମୌଲବୀଙ୍କ ଏକ ସମୂହ ଚୀନରେ ପହଞ୍ଚିଥିଲା। କୂଟନୀତିଜ୍ଞ ଇଣ୍ଡୋନେସିଆ ନାଗରିକଙ୍କ ପାଖରେ ଭ୍ୟାକସିନ ପହଞ୍ଚାଇବାକୁ ଲକ୍ଷ ଲକ୍ଷ ଡୋଜର ଡିଲ ଫାଇନାଲ କରିବାକୁ ଚୀନରେ ପହଞ୍ଚିଥିଲେ। କିନ୍ତୁ ମୌଲବୀ ଅଲଗା ଚିନ୍ତାରେ ପଡିଯାଇଥିଲେ। ଇସ୍ଲାମିକ ଆଇନ ଅନୁସାରେ କୋଭିଡ-୧୯ ଭ୍ୟାକସିନ ବ୍ୟବହାର ଗ୍ରହଣୀୟ ନା ନାହିଁ ସେହି ଚିନ୍ତାରେ ପଡ଼ିଥିଲେ।

ଦୁନିଆର ଅନେକ ଔଷଧ କମ୍ପାନୀ କରୋନା ଭ୍ୟାକସିନ ତିଆରି କରିବାରେ ଲାଗିଛନ୍ତି। ଆଉ କିଛି ଦେଶ ଭ୍ୟାକସିନର ଲକ୍ଷ ଲକ୍ଷ ଡୋଜ କିଣିବାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ଇତି ମଧ୍ୟରେ ଧାର୍ମିକ ସମୂହ ତରଫରୁ କରୋନା ଟୀକାକରଣକୁ ନେଇ ଚିନ୍ତା ଜାହିର କରିଛନ୍ତି ଯେ ଟୀକା ହଲାଲ ନା ହରାମ। କିଛି ଧାର୍ମିକ ସମୂହ ପ୍ରତିବନ୍ଧିତ ଘୁଷୁରୀ ମାଂସ (ପୋର୍କ)ରୁ ତିଆରି ଭ୍ୟାକସିନ ସମ୍ବନ୍ଧୀୟ ଉତ୍ପାଦକୁ ନେଇ ପ୍ରଶ୍ନ କରିଛନ୍ତି। ଭ୍ୟାକସିନ ଭଣ୍ଡାରକୁ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ନେବାକୁ ସୁରକ୍ଷା ଦୃଷ୍ଟିରୁ ଘୁଷୁରୀ ମାଂସରେ ତିଆରି ଜିଲୋଟିନ ବ୍ୟବହାର କରାଯାଉଛି। କିନ୍ତୁ ଆଉ କିଛି ଔଷଧ କମ୍ପାନୀ ଘୁଷୁରୀ ମାଂସରେ ତିଆରି ଉତ୍ପାଦ ବ୍ୟବହାର କରିବାକୁ ମନା କରିଦେଇଛନ୍ତି।

ଭ୍ୟାକସିନ ନିର୍ମାଣ କରୁଥିବା କମ୍ପାନୀ ଫାଇଜର, ମାଡର୍ନା, ଏସ୍ଟ୍ରାଜେନେକା ତରଫରୁ କୁହାଯାଇଛି ଘୁଷୁରୀ ମାଂସରେ ତିଆରି ଉତ୍ପାଦ କରୋନା ଭ୍ୟାକସିନରେ ବ୍ୟବହାର କରାଯାଇନାହିଁ। ଆଉ କିଛି କମ୍ପାନୀ ଏନେଇ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଯେ ସେମାନେ ଘୁଷୁରୀ ମାଂସ ଉତ୍ପାଦ ବ୍ୟବହାର କରୁଛନ୍ତି ନା ନାହିଁ। 

କିଛି ଧାର୍ମିକ ସମୂହ ପ୍ରତିବନ୍ଧିତ ଘୁଷୁରୀ ମାଂସରେ ତିଆରି ଉତ୍ପାଦକୁ ନେଇ ପ୍ରଶ୍ନ ଛିଡା କରିଛନ୍ତି। ଇସ୍ଲାମିକ ଧର୍ମଗୁରୁ ଚିନ୍ତାରେ ପଡିଯାଇଛନ୍ତି ଯେ ଘୁଷୁରୀ ମାଂସର ବ୍ୟବହାର ତିଆରି ଭ୍ୟାକସିନ ଇସ୍ଲାମିକ ଆଇନ ବିରୋଧୀ। ଅଧିକ ଜନସଂଖ୍ୟା ଯୁକ୍ତ ମୁସଲମାନ ଦେଶ ଇଣ୍ଡୋନେସିଆରେ ଏନେଇ ଅଧିକ ଚିନ୍ତା। କୁହାଯାଏ ଯେ ଇଣ୍ଡୋନେସିଆରେ ହଲାଲ ସାର୍ଟିଫିକେଟ ପରେ ହିଁ କରୋନା ଭ୍ୟାକସିନକୁ ଅନୁମତି ଦିଆଯିବ।

ବ୍ରିଟିଶ ଇସ୍ଲାମିକ ଆସୋସିଏସନ ମହାସଚିବ ସଲମାନ କହିଛନ୍ତି ଯେ ଏହି ମାମଲାରେ ଇହୁଦୀ ଓ ମୁସଲମାନଙ୍କ ଛଡା ଅନ୍ୟ ଧର୍ମ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ବି ଟୀକା ବ୍ୟବହାରକୁ ନେଇ ଦ୍ଵନ୍ଦ ରହିଛି। ଉତ୍ପାଦରେ ଘୁଷୁରୀ ମାଂସ ବ୍ୟବହୃତ ହୋଇଥିବାରୁ ଏହାକୁ ଅପବିତ୍ର ବୋଲି କୁହାଯାଉଛି। ଅପରପକ୍ଷରେ ସିଡନୀ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡାକ୍ତର ହରନୁର ରଶିଦ କହିଛନ୍ତି ଯେ ଜିଲୋଟିନ ଉପଯୋଗ ଉପରେ ଏବେ ଯାଏଁ ହୋଇଥିବା ଚର୍ଚ୍ଚାରେ ହୋଇଥିବା ସହମତିରେ ଜଣାପଡିଛି ଯେ ଇସଲାମ ଆଇନ ଅନୁଯାୟୀ ଏହା ଗ୍ରହଣୀୟ। ଇସ୍ରାଇଲର ରବ୍ବାନି ସଂଗଠନ ‘ଜୋହର’ର ଅଧ୍ୟକ୍ଷ ଡେଭିଡ ସ୍ଟିବ ଏହାକୁ ଯଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି, ଇହୁଦୀ ଆଇନ ଅନୁସାରେ ଆବଶ୍ୟକସ୍ଥଳେ ଘୁଷୁରୀ ମାଂସ ଖାଇ ହେବ ବା ବ୍ୟବହାର କରାଯାଇପାରିବ।

   Related Posts