Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଶେଷରେ ଗିରଫ ହେଲା ଆତଙ୍କୀ ସୈତାନ : ବାରମ୍ବାର ଶିଖ୍ ସମ୍ପ୍ରଦାୟ ଉପରେ କରୁଥିଲା ଆକ୍ରମଣ

22/04/2020 at 6:02 PM

ନୂଆଦିଲ୍ଲୀ ୨୨/୪: ମାନବତା ପାଇଁ ସବୁକିଛି ବଳିଦାନ କରୁଥିବା ଶିଖଙ୍କୁ ବାରମ୍ବାର ଆଘାତ ଦେଉଥିବା ଆତଙ୍କବାଦୀର ପତ୍ତା ମିଳିଯାଇଛି। ଏହା ସହ କାବୁଲର ଗୁରୁଦ୍ବାର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥବା ଲୋକଙ୍କ ବିଷୟରେ ମଧ୍ୟ ଜଣା ପଡ଼ିଯାଇଛି।

ଶିଖଙ୍କ ବିରୁଦ୍ଧରେ ପାକିସ୍ତାନୀ ଷଡ଼ଯନ୍ତ୍ରର ଆଉ ଏକ ବଡ଼ ଖୁଲାସା ହୋଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଶିଖଙ୍କୁ ଅସ୍ତ୍ର ବନାଇ ଭାରତ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ କିନ୍ତୁ ସବୁର ପୋଲ ଖୋଲିଯାଇଛି। ଏହି ଦୁଇଟି ଘଟଣାରୁ ଜଣା ପଡ଼ିଯାଇଛି ଯେ ଇମରାନ୍ ଖାନ୍ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ ଏବଂ ଶିଖଙ୍କ ଭାବନା ସହ ଖେଳୁଥିଲେ । କେବଳ ଏତିକି ନୁହେଁ ଶିଖ ଏବଂ ଶିଖଙ୍କ ଗୁରୁଦ୍ବାର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ମଧ୍ୟ ପ୍ରଶ୍ରୟ ଦେଉଥିଲେ।

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗତ ମାର୍ଚ୍ଚ ୨୫ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ କରିଥିବା ଜଣା ପଡ଼ିଯାଇଛି। ଆଫଗାନିସ୍ତାନି ସୁରକ୍ଷା ବଳ ପାକିସ୍ତାନ ପେଶାଓ୍ବରର ଆତଙ୍କବାଦୀ ଗିରୋହ ହକ୍କାନି ନେଟଓ୍ବାର୍କର ସଦସ୍ୟ ମୁନିବଙ୍କୁ ଗିରଫ କରିଛି। ମୁନିବ ପଚରାଉଚୁରା ସମୟରେ ପାକିସ୍ତାନୀ ଲିଙ୍କ ଥିବା ମାନିଛି। ବର୍ତ୍ତମାନ ମୁନିବ ଆଇଏସକେପି ପାଇଁ କାମ କରୁଥିଲା। ମୁନିବର ଦାୟିତ୍ବ ଲସ୍କର-ଏ-ତୟବା,ସିପାହ-ଏ-ସାହେବା,ଜମିୟତ-ଏ-ଉଲେମା-ଏ-ଇସଲାମ୍ ଏବଂ ପେଶାଓ୍ବର କାଉନସିଲ୍ ଅଫ୍ ତାଲିବାନ ସହ ସମନ୍ବୟ କରିବା ଥିଲା।

ଆଫଗାନ୍ ଫୋର୍ସେସ୍ ପାଇଁ ଏହି ଗିରଫଦାରୀ କେତେ ମହତ୍ତ୍ବପୂର୍ଣ୍ଣ ଏହାର ସୂଚନା କେବଳ ଏଥିରୁ ଲଗାଯାଇପାରିବ ଯେ ମୁନିବର ଗିରଫ ସୂଚନା ଆଫଗାନିସ୍ତାନର ନ୍ୟାସନାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି ଦେଇଛି। ଅପ୍ରେଲ୍ ୪ତାରିଖରେ ଆଫଗାନି ସୁରକ୍ଷା ବଳ ମାଲାଓ୍ବି ଅବଦୁଲ୍ଲା ଓରଫ ଅସଲମ୍ ଫାରୁକୀକୁ ଗିରଫ କରିସାରିଛି। ସେ କାବୁଲ ଗୁରୁଦ୍ବାର ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଥିଲା। ଏହି ଆକ୍ରମଣରେ ୩୫ଜଣ ନିର୍ଦୋଷ ଶିଖ୍ ମୃତ୍ୟୁବରଣ କରିଥିଲେ।



   Related Posts