ସଲମାନଙ୍କୁ ଧମକ ଦେଲେ କେଆରକେ, କହିଲେ- ‘କ୍ୟାରିୟର ବରବାଦ କରିଦେବି, ରାସ୍ତାକୁ ନେଇଆସିବି’

Published By : Prameya-News7 Bureau | May 30, 2021 IST

ମୁମ୍ବାଇ ୩୦/୫: କମାଲ ଆର ଖାନ (କେଆରକେ) ଏବେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ପ୍ରଯୋଜକ ତଥା ଅଭିନେତା କମାଲ ଖାନଙ୍କ ବିରୋଧରେ ଏତଲା ଦେଇଥିଲେ। ଏବେ କମାଲ କାହା ନାଁ ନନେଇ କ୍ୟାରିୟର ଖରାପ କରିବାକୁ ଧମକ ଦେଇଛନ୍ତି। କିଛି ଦିନ ପୂର୍ବରୁ କମାଲ  ଆର ଖାନ  ପିଲ୍ମ ରାଧେର ରିଭ୍ୟୁ କରି ସଲମାନ ଖାନଙ୍କୁ ଟାର୍ଗେଟ କରିଥିଲେ। ସଲାମାନଙ୍କ ଏହି ଫିଲ୍ମ ନିମ୍ନମାନର ବୋଲି କହିଥିଲେ।

ଏନେଇ ଜାଣିବା ପରେ ଦବଙ୍ଗ ଖାନ କମାଲଙ୍କ ବିରୋଧରେ ଏତଲା ଦେଇଛନ୍ତି। କିନ୍ତୁ ଅଭିନେତାଙ୍କ ଲିଗାଲ ଟିମ୍‌ ଏଫଆଇରର ଅଲଗା କାରଣ ଅଛି ବୋଲି କହିଥିଲେ। ବିଙ୍ଗ ହ୍ୟୁମାନକୁ ନେଇ ଖରାପ କହିଥିବାରୁ ସଲମାନ ଏତଲା ଦେଇଛନ୍ତି । ଏଥିରେ ଫିଲ୍ମ ରାଧେ ସହ କୌଣସି ସମ୍ପର୍କ ନାହିଁ ବୋଲି ଅଭିନେତାଙ୍କ ଲିଗାଲ ଟିମ୍‌ କହିଥିଲା। ତାପରଠୁ କେଆରକେ ଚର୍ଚ୍ଚାରେ ରହିଛନ୍ତି।

{"id":459054,"width":682,"height":682,"sizeSlug":"large","linkDestination":"none"}

ପୁଣିଥରେ ସେ ସଲାମାନଙ୍କୁ ଟାର୍ଗେଟ କରିଛନ୍ତି। କମାଲ ଟ୍ବିଟ୍‌ରେ ସଲାମାନଙ୍କ କ୍ୟାରିୟର ବରବାଦ କରିଦେବେ ବୋଲି ଦାବି କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ସେ ବହୁତ ଲୋକଙ୍କ କ୍ୟାରିୟର ବରବାଦ କରିଛି । ଯିଏ ବି ତାଙ୍କ ବିରୋଧରେ କହିଛି ବରବାଦ ହୋଇଛି। ଏବେ ମୁଁ ତାର କ୍ୟାରିୟର ବରବାଦ କରିଦେବି। ମୁଁ ଏ ଲୋକକୁ ରାସ୍ତାକୁ ନେଇଆସିବି (ଭିକାରୀ କରିଦେବି)।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.