Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏହି ମହିଳାଙ୍କ ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଆଇଏସଆଇଏସ ଆତଙ୍କବାଦୀ

12/03/2019 at 1:25 PM

ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନକୁ ସମସ୍ତେ ଭୟ କରନ୍ତି। ଆଇଏସଆଇଏସ୍ ଆତଙ୍କବାଦୀ ସଙ୍ଗଠନର କାମ ହେଉଛି ବଡ଼ ବଡ଼ ଦେଶରେ ନିଜ ସଂଗଠନର ସଂପ୍ରସାରଣ କରିବା । ଯୁବକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ତାଙ୍କ ମନରେ ବିଭିନ୍ନ ଭ୍ରମ ସୃଷ୍ଟି କରାଯାଇଥାଏ। ଯୁବକଙ୍କ ପରିବାରକୁ ପର୍ଯ୍ୟାପ୍ତ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ମାଧ୍ୟମରେ କୈାଣସି ସ୍ଥାନ କିମ୍ବା ଦେଶକୁ ଧ୍ବଂସ କରି ଦିଆଯାଏ। ଆଇଏସଆଇଏସ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଆତଙ୍କବାଦୀ ଦଳରେ କେବଳ ପୁରୁଷ ନୁହନ୍ତି,  ମହିଳା ମଧ୍ୟ ସାମିଲ ହୁଅନ୍ତି। କିନ୍ତୁ ଆଜି ଆମେ ଏପରି ଜଣେ ମହିଳାଙ୍କ ବିଷୟରେ ଜାଣିବା ଯିଏ ଆଇଏସଆଇଏସର ସବୁ ଆତଙ୍କବାଦୀଙ୍କୁ ଗୋଟି ଗୋଟି କରି ନିପାତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମହିଳା କୈାଣସି ସାଧାରଣ ମହିଳା ନୁହଁନ୍ତି ବରଂ ଆତଙ୍କବାଦୀ ମଧ୍ୟ ତାଙ୍କ ନାଁ ଶୁଣି ଥରି ଉଠନ୍ତି।

ଇରାକରେ ରହୁଥିବା ଏହି ମହିଳାଙ୍କ ନାଁ ହେଉଛି ଓ୍ବହିଦା ମହମ୍ମଦ। ଓ୍ବହିଦା ଇରାକରେ ଆତଙ୍କବାଦୀଙ୍କୁ ମାରିବା ପାଇଁ ଏକ କ୍ୟାମ୍ପ କରିଛନ୍ତି। ଯେପରି ଭାବେ ଆତଙ୍କବାଦୀଙ୍କୁ ସେ ମାରିଥାଆନ୍ତି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଓ୍ବହିଦା ଆତଙ୍କବାଦୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥାଆନ୍ତି। ଏହାପରେ ଆତଙ୍କବାଦୀଙ୍କ ମୁଣ୍ଡକୁ ଅଲଗା ସ୍ଥାନରେ ପକାଇ ଦିଅନ୍ତି ଏବଂ ଶରୀରକୁ ଅଲଗା ଜଳାଇ ଦେଇଥାଆନ୍ତି। ଓ୍ବହିଦାଙ୍କ ରାଗ ସେତିକିରେ ଶାନ୍ତ ହୋଇନଥାଏ ବରଂ ସେ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ମଧ୍ୟ ଶବ ସହ କ୍ରୃର ବ୍ୟବହାର କରିଥାଆନ୍ତି।

୩୭ବର୍ଷ ବୟସ୍କା ଓ୍ବହିଦା ଆଇଏସଆଇଏସର ବିରୋଧୀ। ଓ୍ବହିଦା ନିଜର ୭୦ଜଣ ବନ୍ଧୁଙ୍କ ସହ ଇରାକର ମୋସୁଲ ସହରରୁ ୫୦ମାଇଲ୍ ଦକ୍ଷିଣରେ ଥିବା ଶିରକତ ଟାଉନରେ  ଆଇଏସଆଇଏସ ବିରୋଧରେ ଅଭିଯାନ ଚଳାଇଛନ୍ତି। ଓ୍ବହିଦା ୨୦୦୪ମସିହାରୁ ଆତଙ୍କବାଦୀଙ୍କୁ ଧ୍ବଂସ କରିବା ଅଭିଯାନ ଆରମ୍ଭ କରିଛନ୍ତି। ଓ୍ବହିଦାଙ୍କ କହିବାନୁସାରେ ଆଇଏସଆଇଏସର ତୁଙ୍ଗ ନେତା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ନିଜେ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ତଥାପି ସେ ବିଚଳିତ ହୋଇନାହାନ୍ତି ବରଂ ସେତିକି ମାତ୍ରାରେ ତାଙ୍କ ମନରେ ଜୋସ୍ ଆସିଥାଏ।

ଓ୍ବହିଦାଙ୍କୁ ଏହି ଆତଙ୍କବାଦୀମାନେ ଭୟଙ୍କର ମହିଳା ହେବାକୁ ବାଧ୍ୟ କରିଥିଲେ। ଓ୍ବହିଦାଙ୍କ କହିବାନୁସାରେ ସେ ବିବାହ କରିଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ଆତଙ୍କବାଦୀ ମାରି ଦେଇଥିଲେ। ସେ ଦ୍ବିତୀୟ ବିବାହ କରିବାରୁ ଦ୍ବିତୀୟ ସ୍ବାମୀଙ୍କୁ ମଧ୍ୟ ଆତଙ୍କବାଦୀ ମାରିଦେଇଥିଲେ। ଏମିତିକି ତାଙ୍କ ବାପା ଏବଂ ତିନି ଭାଇଙ୍କୁ ମଧ୍ୟ ଆତଙ୍କବାଦୀ ମାରିଦେଇଥିଲେ। ତାଙ୍କ ଘର ଉଜାଡ଼ିଥିବାରୁ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ରକ୍ତ ତାତି ଉଠିଥିଲା ଏବଂ ସେଦିନଠାରୁ ସେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ଆରମ୍ଭ କରିଦେଇଥିଲେ। ବହୁତଥର ଆତଙ୍କବାଦୀ ତାଙ୍କ କାରରେ ବୋମା ରଖି ତାଙ୍କୁ ଉଡ଼ାଇଦେବାକୁ ଉଦ୍ୟମ କରିଛନ୍ତି।

   Related Posts