ଲୋଭ ହେଲା କାଳ: କବାବ ଦେଖି ପାଟିରୁ ଗଡିଲା ଲାଳ, ଅର୍ଡର ଦେଇ ପୋଲିସ ହାତରେ ଧରା ପଡିଲା ISIS ଆତଙ୍କବାଦୀ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯ : ଖାଇବାର ସଉକ ବେଳେବେଳେ ମଣିଷକୁ ଅସୁବିଧାରେ ପକାଇପାରେ। ଏହି କାହାଣୀ ଇସଲାମିକ ଷ୍ଟେଟର ଜଣେ ବ୍ରିଟିଶ ଆତଙ୍କବାଦୀଙ୍କର। କବାବ ଖାଇବାର ସଉକ ଯୋଗୁଁ ଆତଙ୍କବାଦୀ ଫସି ଯାଇଥିଲା ​। ୩୧ ବର୍ଷୀୟ ଅବଦୁଲ ମାଜିଦ୍ ବାରି କବାବ ଖାଇବା ପରେ ଏତେ ମୋଟା ହୋଇଯାଇଥିଲେ ଯେ ତାଙ୍କ ଫଟୋରୁ ତାକୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା। ସେ ଆଇଏସଆଇଏସ ପକ୍ଷରୁ ସିରିଆରେ ଯୁଦ୍ଧ କରିବାକୁ ଯାଇଥିଲା ଏବଂ ସେଠାରୁ ସେ ସ୍ପେନରେ ପହଞ୍ଚିଥିଲା। କିନ୍ତୁ କବାବ ଅର୍ଡର କରିବା ଚକ୍କରରେ ସ୍ପେନ ପୋଲିସ ଦ୍ୱାରା ଧରାପଡିଥିଲେ।

ବ୍ରିଟେନର ବାସିନ୍ଦା ଅବଦୁଲ ମାଜିଦ୍ ୨୦୧୩ ପୂର୍ବରୁ ସିରିଆକୁ ପଳାଇଥିଲା। ଏଠାରେ ତାଙ୍କର ଓଜନ ପ୍ରାୟ ୧୩୦ କିଲୋ ହୋଇସାରିଥିଲା। କିନ୍ତୁ କିଛି ବର୍ଷ ପରେ ସେ ସ୍ପେନର ଆଲମେରିଆକୁ ପଳାଇଥିଲା। ସ୍ପେନର ପୋଲିସ ଗୁପ୍ତଚର ବିଭାଗ ତାର ଆଗମନ ଖବର ପାଇଥିଲା। କିନ୍ତୁ ସେ କେଉଁଠାରେ ଅଛନ୍ତି ବୋଲି ପୋଲିସ ଜାଣି ନଥିଲା।

{"id":519677,"sizeSlug":"full","linkDestination":"none"}

ସ୍ପେନର ଅଧିକାରୀଙ୍କ କହିବାନୁସାରେ, ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦୁଇ ଜଣ ସନ୍ଦିଗ୍ଧ ଅନଲାଇନରେ ବାରମ୍ବାର କବାବ ଅର୍ଡର କରିବା ବିଷୟରେ ସୂଚନା ପାଇଥିଲେ। ଏହା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଥିଲା। ତାଙ୍କୁ ଦକ୍ଷିଣ ପୂର୍ବ ସ୍ପେନରେ ଆଲମେରିଆର ଠିକଣାର ମିଳିଥିଲା। ତାଙ୍କ ଆତଙ୍କବାଦୀ ଦଳ କବାବ ଡେଲିଭରୀ ସମୟରେ ଧରାପଡିଥିଲା। ସିଦ୍ଦିକି ନାମକ ଜଣେ ଆତଙ୍କୀ ଗିରଫ ହେବାର ପାଞ୍ଚ ଦିନ ପୂର୍ବରୁ କବାବ ଅର୍ଡର କରିଥିଲା। ଦ୍ୱିତୀୟ ଅର୍ଡର ଗୋଟିଏ ଦିନ ପରେ ରାତିରେ କରାଯାଇଥିଲା। ତୃତୀୟ ଅର୍ଡର ଉବର ଇଟ୍ସ ମାଧ୍ୟମରେ କରାଯାଇଥିଲା।

କବାବ ଡେଲିଭରୀ ସମୟରେ ପୋଲିସ ସିଦ୍ଦିକିକୁ ଦେଖିଥିଲା। ସେହି ସମୟରେ ବାରି ମଧ୍ୟ ଉପସ୍ଥିତ ଥିଲା ଯିଏ ଏତେ ମୋଟା ହୋଇଯାଇଥିଲା ଯେ ତାକୁ ଚିହ୍ନିବା କଷ୍ଟକର ହୋଇପଡିଥିଲା। କିନ୍ତୁ ତାର କାନ ହେତୁ ତାକୁ ଚିହ୍ନଟ କରାଯାଇଥିଲା। ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୪୩ ହଜାର ପାଉଣ୍ଡ ମୂଲ୍ୟର ବିଟକଏନ୍ ମଧ୍ୟ ଜବତ କରାଯାଇଥିଲା। ବାରି ମାଡ୍ରିଡ ନିକଟ ସୋଟୋ ଡେଲ ରିଅଲ ଜେଲରେ ଅଛି।

ବାରିର ପିତା ଅବଦୁଲ ବାରି ଆଫ୍ରିକାରେ ବୋମା ବିସ୍ଫୋରଣରେ ୨୦୦ ଲୋକଙ୍କୁ ମାରିଥିବା କଥା ସ୍ୱୀକାର କରିଛି। ବାରିକୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ତା ପିତାମାତା ତାଙ୍କୁ ମିଶରରୁ ଲଣ୍ଡନ ନେଇ ଆସିଥିଲେ। ୨୦୧୩ ରେ ସିରିୟା ଯିବା ପୂର୍ବରୁ ସେ ରାପର ଥିଲା ଓ ରେଡ଼ିଓ ୱାନରେ ମଧ୍ୟ ଶୋ' କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.