Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ISIS ଆତଙ୍କୀ ଅବୁ ୟୁସୁଫର ମା’ଙ୍କ ବୟାନ- ରାମ ମନ୍ଦିର ଭୂମିପୂଜନ ବହୁ ପୂର୍ବରୁ ବିସ୍ଫୋରକ ତିଆରି କରୁଥିଲା ପୁଅ

25/08/2020 at 5:23 PM

ନୂଆଦିଲ୍ଲୀ ୨୫/୦୮ : ଦିଲ୍ଲୀରେ ଗିରଫ ହୋଇଥିବା ବଳରାମପୁରର ଆଇଏସଆଇଏସ ସନ୍ଦିଗ୍ଧ ଆତଙ୍କୀ ଅବୁ ୟୁସୁଫର ମା ଏକ ବଡ ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ ରାମ ମନ୍ଦିର ଭୂମିପୂଜନ ସହ ତାର କୌଣସି ଲେନା ଦେନା ନଥିଲା | କାରଣ ଭୂମିପୂଜନ କିଛି ଦିନ ପୂର୍ବରୁ ହୋଇଛି | କିନ୍ତୁ ଅବୁ ୟୁସୁଫ ୩ ବର୍ଷରୁ ବିସ୍ଫୋରକ ତିଆରି କରିବାରେ ଲାଗିଥିଲା | ସେ କହିଛନ୍ତି, ୟୁସୁଫ ସବୁବେଳେ କହୁଥିଲା, ଯଦି ଅଯୋଧ୍ୟାରେ ମସଜିଦ ତିଆରି ହେବା ତାହେଲେ କିଏ ସେଠିକି ପ୍ରାର୍ଥନା କରିବାକୁ ଯିବ | ଅଯୋଧ୍ୟାରେ ମନ୍ଦିର-ମସଜିଦ ସହ ତାର କୌଣସି ଲେନା ଦେନା ନଥିଲା | ସେ ସବୁବେଳେ ଘରେ ନିଜ ମୋବାଇଲରେ ବ୍ୟସ୍ତ ରହୁଥିଲା ବୋଲି ଅବୁ ୟୁସୁଫର ମା କହିଛନ୍ତି | ସେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସମ୍ମୁଖରେ ଖୁଲାସା କରି କହିଛନ୍ତି ଯେ ୟୁସୁଫ ୟୁଟ୍ୟୁବରେ ଭିଡିଓ ଦେଖୁଥିଲା ଏବଂ ସେଥିରୁ ପ୍ରଭାବିତ ହୋଇ ୩ ବର୍ଷ ବିସ୍ଫୋରକ ସାମଗ୍ରୀ ଏକାଠି କରୁଥିଲା | ଅବୁର ଉଦ୍ଦେଶ୍ୟ ଏତେ ବିପଦଜନକ ବୋଲି ସେତେବେଳେ ସେ ଅନ୍ଦାଜା ଲଗାଇନଥିଲେ | ୨୦୧୦ ମସିହାରେ ସାଉଦି ଆରବରୁ ଆସିବା ପରେ ଅବୁ ଆତଙ୍କୀ ଦୁନିଆ ଆଡକୁ ଚାଲିଯାଇଥିଲା | ସେ କାହା ସହ ବେଶୀ କଥାବାର୍ତ୍ତା କରେନି ବୋଲି ମଧ୍ୟ ଅବୁର ମା କହିଛନ୍ତି |

ୟୁସୁଫର ଜଣେ ପଡୋଶୀ ମହିଳା କହିଛନ୍ତି ଯେ ୟୁସୁଫର ପରିବାର ସହ ଗ୍ରାମବାସୀ ସବୁ ସମ୍ପର୍କ ତୁଟାଇ ଦେଇଥିଲେ | ଏପରିକି ଗାଁରେ ବିବାହ କିମ୍ବା ଅନ୍ୟ କୌଣସି ସମାରୋହରେ ମଧ୍ୟ ୟୁସୁଫର ପରିବାର ସାମିଲ ହେଉନଥିଲେ | ୟୁସୁଫ ଯୋଗୁଁ ହିଁ ତା ପରିବାର ସହ ଗ୍ରାମବାସୀ କୌଣସି ସମ୍ପର୍କ ରଖିନଥିଲେ |

ଆସଫିଆ ଖାନମ୍ କହିଛନ୍ତି ଯେ ଲକଡାଉନ ସମୟରେ ଏପ୍ରିଲ ମାସରେ ଗାଁର ସ୍ମଶାନରେ ବିସ୍ଫୋରଣ ଟ୍ରାଏଲ ହୋଇଥିଲା | ଏଥିରୁ ବହୁତ ଜୋର ଶବ୍ଦ ହୋଇଥିଲା | କିନ୍ତୁ ସେତେବେଳେ କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ଅବୁ ୟୁସୁଫ ଏହି କାମ କରିଥିବ ଏବଂ ତାର ଉଦ୍ଦେଶ୍ୟ ଏତେ ଭୟଙ୍କର |

   Related Posts