Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସୁଲେମାନୀଙ୍କ ମୃତ୍ୟୁ ଏବେ ISIS ଲାଗି ମଧ୍ୟପ୍ରାଚ୍ୟରେ ସୃଷ୍ଟି କରିଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି

12/01/2020 at 8:39 PM

ତେହେରାନ ୧୨।୧: ଜାନୁଆରୀ ୩ତାରିଖ ଦିନ ଇରାକର ବଗ୍‌ଦାଦ ଏୟାରପୋର୍ଟ ବାହାରେ ଆମେରିକୀୟ ଡ୍ରୋନ ଆକ୍ରମଣରେ ଇରାନୀ କମାଣ୍ଡର କାସିମ ସୁଲେମାନୀ ନିହତ ହୋଇଥିଲେ ।   ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେରେ ଏହି ଆକ୍ରମଣ ହୋଇଥିଲା । ସୁଲେମାନୀଙ୍କ ଏପରି ଅଚାନକ ମୃତ୍ୟୁ ଯୋଗୁ ମଧ୍ୟପ୍ରାଚ୍ୟରେ ତାଙ୍କର ମିସନ ଏବେ ପ୍ରଭାବିତ ହୋଇଛି। ବିଶେଷ କରି ଜିହାଦୀଙ୍କ ବିପକ୍ଷରେ ଚାଲିଥିବା ଲଢେଇ ଏଥିଯୋଗୁ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍) ଲାଗି ବେଶ ସୁହାଇଛି।

ସୁଲେମାନୀଙ୍କ ମୃତ୍ୟୁକୁ ନେଇ ଇରାନ ଏବେ ଆମେରିକା ଓ ଆମେରିକା ସମର୍ଥିତ ଦେଶମାନଙ୍କୁ ଟାର୍ଗେଟ କରିଛି । ଯାହାର ସିଧା ଫାଇଦା ନେବାକୁ ଆଗେଇଆସିଛି ISIS । ମୁଖ୍ୟ ଅବୁ-ବକର -ଅଲ-ବାଗଦାଦୀର ମୃତ୍ୟୁ ପରେ ପୁଣି ଥରେ ନିଜ ଗୋଡରେ ଛିଡା ହେବାକୁ ଚେଷ୍ଟା କରୁଛି ସଙ୍ଗଠନ । ଇରାନ-ଆମେରିକା ଉତ୍ତେଜନାକୁ ନେଇ ଆତଙ୍କିତ ହୋଇପଡିଛି ଇରାକ୍, ଦେଶରୁ ବିଦେଶୀ ସୈନିକଙ୍କୁ ହଟାଇବା ଲାଗି ସଂସଦରେ ପ୍ରସ୍ତାବ ଗୃହୀତ କରିଛି। ଯାହାକୁ ନେଇ ଆଇଏସ୍ ଏବେ ବେଶ୍ ଆଶାବାଦୀ ହୋଇଉଠିଛି। ଇରାକ୍‌ରୁ ଅଲ-କାଏଦାର ମୂଳୋତ୍ପଟନ ହୋଇ ସାରିଛି। ତାର ସ୍ଥାନ ଏବ ଆଇଏସ ନେବାକୁ ଉଦ୍ୟମ ଚଳାଇଥିବା ବେଳେ ଗୃହୀତ ପ୍ରସ୍ତାବ ଅନୁସାରେ ଯଦି ଇରାକରୁ ଆମେରିକୀୟ ସୈନ୍ୟ ଅପସାରଣ ଆରମ୍ଭ ହୁଏ ତେବେ ଆଇଏସ ପୁଣି ଦେଶକୁ ନିଜ ଅକ୍ତିଆରକୁ ନେଇନେବା କିଛି ଅସମ୍ଭବ ନୁହେଁ।

୨୦୧୬-୧୭ରେ ଇରାକ ଓ ସିରିୟାର ଆଇଏସ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଏକ ବଡ ସୈନ୍ୟ ଅପରେସନ ହୋଇଥିଲା । ଏହି ଅପରେସନରେ ବହୁ ଆତଙ୍କବାଦୀ ନିହତ ହେବା ସହ କେତେକଙ୍କୁ ଗିରଫ ମଧ୍ୟ କରାଯାଇଥିଲା । କିନ୍ତୁ ଆଇଏସ ସଂଗଠନ ଶେଷ ହୋଇଯାଇନଥିଲା । ଏବେବେ ଏହି ଆତଙ୍କୀ ସଂଗଠନ ଇରାକ ଓ ସିରିୟାରେ ସକ୍ରିୟ ଅଛନ୍ତି । ଇରାକରେ ଆମେରିକା ଓ ସହଯୋଗୀ ପଶ୍ଚିମଦେଶର ସୈନ୍ୟମାନେ ଉପସ୍ଥିତ ରହି ଆଇଏସ୍ ବିରୋଧରେ ଯୁଦ୍ଧ ଜାରି ରଖିଛନ୍ତି ।

ତେବେ ସୁଲେମାନୀଙ୍କ ମୃତ୍ୟୁ ପରେ ଆମେରିକା ସେନା ମଧ୍ୟ ଏବେ ଆଇଏସ୍ ବିରୋଧରେ ଅଭିଯାନ ବନ୍ଦ କରିଦେଇଛି। ସେହପରି ଡେନମାର୍କ ଓ ଜର୍ମାନୀ ମଧ୍ୟ ନିଜର ଯୁଦ୍ଧ ଅଭିଯାନ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି । ସୁଲେମାନୀଙ୍କ ମୃତ୍ୟୁ ଆଇଏସ୍ ଲାଗି ଏକ ଖୁସିର ଖବର ବୋଲି ମନେକରାଯାଏ । କାରଣ ଆଇଏସର ଗୋଟିଏ ଶତ୍ରୁ , ଆଉ ଗୋଟିଏ ଶତ୍ରୁକୁ ଏବେ ହତ୍ୟା କରୁଛି । କାହିଁକି ନା ଆଇଏସ ପାଇଁ ଆମେରିକା ଯେତିକି ଶତ୍ରୁ ଥିଲା, କାସିମ ସୁଲେମାନୀ ମଧ୍ୟ ସେତିକି ଶତ୍ରୁ ଥିଲେ ।

ବର୍ଷ ୨୦୧୪ ଆତଙ୍କବାଦୀମାନେ ଇରାକର ମୋସୁଲ ସମେତ କେତେକ ବଡ ସହରଖୁ କବ୍‌ଜା କରିଥିଲେ । ଆଇଏସ ବିରୋଧରେ ଲଢେଇ ପାଇଁ କେତେକ ସିହା ସଂଗଠନ ପ୍ରସ୍ତୁତ ହେଉଥିଲେ । ଏହି ସଂଗଠନକୁ ସୁଲେମାନୀ ଟ୍ରେନିଂ ଓ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଥିଲେ । ଏଣୁ ସିହା ସଂଗଠନ ଆଇଏସ୍ ବିପକ୍ଷରେ ଲଢେଇ ଜାରି ରଖିଥିଲେ । ତେବେ ସିହା ଆଇଏସ୍ ସହ ଆମେରିକୀୟଯବାନଙ୍କୁ ବି ଟାର୍ଗେଟ କରୁଥିଲେ। ଏଣୁ ଅନ୍ୟଦେଶରେ ଆମେରିକୀୟଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ଗତ ଡିସେମ୍ବର ମାସରେ ଇରାକର ଉତ୍ତର ଏକ ସହରରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କ ହତ୍ୟା କରାଯାଇଥିଲା । ଏହାର ଜବାବ ଦେଇ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ କତାଏବ ହିଜବୁଲ୍ଲା ନାମକ ଏକ ସଂଗଠନର ୨୫ଜଣ ଯୋଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ଏହି ସଂଗଠନର ନେତା ଅବୁ ମେହେଦି ଅଲ୍‌ ମୁହାନ୍ଦିଶ ବାଗଦାଦ ଏୟାରପୋର୍ଟ ନିକଟରେ ସୁଲେମାନୀଙ୍କ ସହ ସାକ୍ଷାତ ଲାଗି ତାଙ୍କ କାରରେ ବସିଯାଇଥିଲା । ତେବେ ଯେଉଁ କାର୍‌ରେ ସୁଲେମାନୀ ଓ ଅବୁ ମେହେଦି ଅଲ ମୁହାଁନ୍ଦିଶ ଥିଲେ , ସେହି କାରଟି ଆମେରିକା ଡ୍ରୋନ ଟାର୍ଗେଟ୍‌ରେ ଥିଲା ତାହା ସେମାନେ ଜାଣିନଥିଲେ। କାର୍‌ରେ ଥିବା ସମସ୍ତେ ନିହତ ହୋଇଥିଲେ ।

   Related Posts