ମାନିଲେ ଆଇଏସ୍ଆଇଏସ୍ ଆକା, ଯୁଦ୍ଧ ଖର୍ଚ୍ଚ ତୁଲାଇବାକୁ ଲୁଟିଛନ୍ତି ବିପୁଳ ତୈଳ ଓ ପ୍ରତ୍ନତାତ୍ୱିକ୍ ସାମଗ୍ରୀ

Published By : Prameya-News7 Bureau | June 06, 2020 IST

ଇସ୍ଲାମ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍‌ (ଆଇଏସ୍ଆଇଏସ୍) ଯୁଦ୍ଧଖର୍ଚ୍ଚ ତୁଲାଇବାକୁ ବିପୁଳ ତୈଳ ଓ ପ୍ରତ୍ନତାତ୍ୱିକ୍ ଲୁଟ୍ କରିଛି। ଇରାକ୍ ଜେଲରେ ବନ୍ଦୀ ଥିବା ଜନୈକ ଆଇଏସ୍ ସଦସ୍ୟଏକ ସାକ୍ଷାତକାରରେ ଏହା କହିଛି। ମଧ୍ୟପ୍ରାଚ୍ୟରେ ବିଭିନ୍ନ ଅପରାଧ ଲାଗି ଗତ ମେ ମାସରେ ଗିରଫ ହୋଇଥିବା ଇରାକ୍ ଜନ୍ମିତ ଅବ୍ଦୁଲ ନାଜର କ୍ୱାର୍ଦ୍ଦସ ଓରଫ ଆକା ଦି ଡିଷ୍ଟ୍ରୟର ଏକ ଥିଙ୍କ ଟ୍ୟାଙ୍କ ସାକ୍ଷାତକାରରେ  ଏହା କହିଛି।

{"id":282232,"sizeSlug":"large"}

ଜେଲରେ ବିଚାର ଅପେକ୍ଷାରେ ଥିବା ଅବ୍ଦୁଲ ସହ ସାକ୍ଷାତକାରରେ ସେମାନେ ଆଇଏସ୍‌ ରେ କିଶୋର ଓ ଯୁବକଙ୍କ ଭର୍ତ୍ତି ଲାଗି ତୈଳ ଓ ଏପରି ପ୍ରତ୍ନତାତ୍ୱିକ ସାମଗ୍ରୀ ବିକି ବିଶାଳ ପାଣ୍ଠି ସଂଗ୍ରହ କରିଥିଲେ ବୋଲି କହିଛି। ୫୩ ବର୍ଷ ବୟସ୍କ ଅବଦୁଲ୍ଲ ତା ଆତଙ୍କୀ ଗୋଷ୍ଠୀଙ୍କ ଦ୍ୱାରା ଏହି ସବୁ ଲୁଟପାଟ୍ କରିଥିଲା। ଏଥିରୁ ପ୍ରତ୍ନତାତ୍ୱିକ ସାମଗ୍ରୀର ଏକ ବିଶାଳ ଭଣ୍ଡାର ଏବେବି ମହଜୁଦ ଥିବାର ଅବ୍ଦୁଲ କହିଛି। ଯାହାକୁ ବିକିବା ଲାଗି ସଙ୍ଗଠନର ଲୋକେ ୟୁରୋପ ସହ ଯୋଗାଯୋଗରେ ଥିବା ସେ ସୂଚନା ଦେଇଛି। ଏହି ସବୁ ସାମଗ୍ରୀରେ ପ୍ରାୟତଃ ସିରିୟାର ପ୍ରତ୍ନତାତ୍ୱିକ ଅବଶେଷ ଥିବାର ତା କଥାରୁ ଅନୁମାନ କରାଯାଉଛି। 

{"id":282233,"sizeSlug":"large"}

ଅବ୍ଦୁଲକୁ ଇରାକୀକୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ତେବେ କୋର୍ଟଙ୍କ ଆଦେଶ ବିରୋଧରେ ସେ ଅପିଲ କରିଥିବା ବେଳେ ଏବେ ସେ ଶୁଣାଣି ଅପେକ୍ଷାରେ ଅଛି। ସିରିୟା ଓ ଇରାକର ସ୍ୱାଥରେ ଦୀର୍ଘ  ଅରାଜକତା ବେଳେ ସେମାନେ ଏହି ଲୁଟପାଟ କରିଥିଲେ। ଏଥିରେ ସେମାନେ ଅନେକ ଖ୍ରୀଷ୍ଟିୟାନ ଚର୍ଚ୍ଚ, ସିହା ମସଜିଦ୍ ଆଦି ଲୁଟି ଥିବା ବେଳେ ପ୍ରାଚୀନ ପାତ୍ର, ମୂଲ୍ୟବାନ ଆଭୂଷଣ, ଧାତବ ପାତ୍ର ଓ କାରୁକାର୍ଯ୍ୟପୂର୍ଣ୍ଣ ହାତୀ ଦାନ୍ତ, ମୁଦ୍ରା ଏବଂ ମୂର୍ତ୍ତି ସବୁ ଲୁଟିନେଇଥିବା ଅବ୍ଦୁଲ କହିଛି।

{"id":282234,"sizeSlug":"large"}

ଇରାକ୍ ତଲ ଆଫରରେ ଜନ୍ମିତ ଅବ୍ଦୁଲ ୨୦୧୧ ମସିହାରୁ ଆଇଏସ୍ ସଂସ୍ଥାପକ ଅବୁ ବକର ଅଲ-ବଗଦାଦୀର ସହାୟକ ଭାବେ କାମ କରି ଆସୁଥିଲା। ତୈଳ ବିକ୍ରିଲାଗି ଆଇଏସ୍ ନିଷିଦ୍ଧାଦେଶ ଜାରି କରିଥିବାରୁ କାହାରିକୁ ତେଲ ବିକ୍ରି ଲାଗି ଅନୁମତି ନଥିଲା। ଏଣୁ ବଗଦାଦୀ ଏକଚାଟିଆ ତୈଳ ବିକ୍ରିରୁ କୋଟି କୋଟି ଟଙ୍କା ଆୟ କରୁଥିଲା। ସେମାନେ ପ୍ରାୟତଃ ପଶ୍ଚିମ ଇରାକ୍ ଓ ପୂର୍ବ ଶିରିଆରୁ ତୈଳ ତସ୍କରୀ କରୁଥିଲେ। ଏଥିରୁ ବଗଦାଦୀ ୩୮୧ ମିଲିୟନ ପାଉଣ୍ଡ ଆୟ କରିଥିବାର ସେ କହିଛି। ୨୦୧୫ ମସିହାରେ ତାକୁ ୧୮୦ ମିଲିୟନ ପାଉଣ୍ଡର ଟାର୍ଗେଟ୍ ଦିଆଯାଇଥିଲା। 

{"id":282235,"sizeSlug":"large"}

ଏହି ଅର୍ଥରୁ କିଛି ସୈନିକ, କମାଣ୍ଡର ଓ ତାଙ୍କ ପରିବାର ଲାଗି ବ୍ୟୟ ହେଉଥିବା ବେଳେ ବାକି ଅର୍ଥ ଅସ୍ତ୍ରଶସ୍ତ୍ର କ୍ରୟ, ପ୍ରସ୍ତୁତି ଓ ଯୁଦ୍ଧ ବାବଦରେ ଖର୍ଚ୍ଚ ହେଉଥିବାର ଅବ୍ଦୁଲର ସୂଚନାରୁ ଜଣାପଡିଛି। ତେବେ ଆଇଏସ୍‌ରେ ସ୍ୱେଚ୍ଛାକୃତ ଯୋଗଦାନ ଲାଗି ଯୁବ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଅର୍ଥ ହିଁ ମୁଖ୍ୟ ମାଧ୍ୟମ ଥିଲା ବୋଲି ସେ କହିଛି। ଆଇଏସ୍‌ର ଉତ୍ଥାନ ଦାରିଦ୍ର୍ୟତା ଓ ବେକାରୀ ଯୋଗୁ ନୈରାଶ୍ୟରେ ଥିବା ଯୁବଗୋଷ୍ଠୀଙ୍କ ଲାଗି ସାହାରା ପାଲଟିଥିଲା। ଆମେରିକୀୟ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଗ୍ଲୋବାଲ ପଲିସି ଲାଗି କାର୍ଯ୍ୟ କରୁଥିବା ଇରାକୀ ସଦସ୍ୟ ହସମ ହାସିମୀ ଜେଲରେ ଏହି ଆଇଏସ୍ ସଦସ୍ୟଙ୍କୁ ଭେଟିଥିଲେ। 

{"id":282239,"sizeSlug":"large"}

ଗତବର୍ଷ ବଗଦାଦୀର ମୃତ୍ୟୁ ପରେ ଅବ୍ଦୁଲକୁ କିଛି କାଳ ସଙ୍ଗଠନର ନେତା କରାଯାଇଥିଲା। ତେବେ ପରେ ପଦକ୍ରମ ଅନୁସାରେ ବିଭାଜନ ହେବାରୁ ଯାହାଙ୍କୁ ନୂଆ ନେତା କରାଗଲା ତାଙ୍କ ପ୍ରତି ଅବ୍ଦୁଲ ଆନୁଗତ୍ୟତା ପ୍ରଦର୍ଶନ ଲାଗି ରାଜି ହୋଇନଥିଲା। ତେବେ ତା ସ୍ଥାନରେ ଏବେ ସଙ୍ଗଠନର ଦାୟିତ୍ୱ ନିର୍ବାହ କରୁଥିବା ବ୍ୟକ୍ତି ସମ୍ପର୍କରେ ପଚରା ଯିବାରୁ ସେ ଅବୁ ଇବ୍ରାହିମ ଅଲ-କ୍ୟୁରେସୀ ଏହି ଦାୟିତ୍ୱ ତୁଲାଉଥିବାର କହିଛି। ଅର୍ଥାତ ମଧ୍ୟପ୍ରାଚ୍ୟରେ ଆଇଏସ୍ ଆଇଏସ୍‌କୁ ଜୀବିତ ରଖିବା ଲାଗି ଏବେ ମଧ୍ୟ ଉଦ୍ୟମ ଅବ୍ୟହତ ଥିବା ସ୍ପଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.