ISIS-Kର ଦାବି: କାବୁଲ୍‌ରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଭାରତରେ ହୋଇଥିଲା ଗିରଫ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ, ୧୯/୦୯: ଆଫଗାନିସ୍ତାନକୁ ତାଲିବାନ କବ୍‌ଜାକୁ ନେବା ଭିତରେ ୨୬ ଅଗଷ୍ଟରେ କାବୁଲ୍‌ ଏୟାରପୋର୍ଟ ବାହାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏହାକୁ ନେଇ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌-କେ ଏକ ମାଗାଜିନ୍‌ରେ ଆତଙ୍କବାଦୀ ହାମିଦ୍‌ କରଜଇ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ବାହାରେ ହମ୍‌ଲା କରିଥିବା ଦାବି କରିଛି । ଯିଏକି ୫ ବର୍ଷ ପୂର୍ବେ ଭାରତର ରାଜଧାନୀରେ ଗିରଫ ହୋଇଥିଲା ।

ଉକ୍ତ ମାଗାଜିନ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ ୨୬ ଅଗଷ୍ଟରେ କାବୁଲ୍‌ର ଏୟାରପୋର୍ଟରେ ଆମେରିକାର ସେନା ଏବଂ ଆଫଗାନି ଲେକଙ୍କ ଉପରେ ହୋଇଥିବା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌କୁ ଭାରତରେ ୫ ବର୍ଷ ପୂର୍ବେ ଗିରଫ କରାଯାଇଥିଲା । ଅବ୍‌ଦୁର ରହମାନ ଅଲ୍‌-ଲୋଗରି ଦିଲ୍ଲୀରେ ଥିବା ସମୟରେ ୨୦୧୬ରେ ଭାରତୀୟ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲା ।

ସେ କାଶ୍ମୀର ଉପରେ ହମ୍‌ଲା କରିବା ପାଇଁ ଭାରତ ଯାଇଥିଲା । କିନ୍ତୁ ତାକୁ ଦିଲ୍ଲୀରୁ ହିଁ ଗିରଫ କରିନିଆଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ ଗତ ମାସରେ ହଜାର ହଜାର ଆଫଗାନିସ୍ତାନ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଦେଶ ଛାଡି ପଳାଉଥିଲେ । ସେତେବେଳେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ଆମେରିକାର ୧୩ ମେରାଇନ କମାଣ୍ଡରଙ୍କ ସମେତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.