Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଭାରତକୁ ସତର୍କ କରାଇଲା ମିଳିତ ଜାତିସଂଘ: କେରଳ ଓ କର୍ଣ୍ଣାଟକରେ ବଡ ସଂଖ୍ୟାରେ ଛପି ରହିଛନ୍ତି ISIS ଆତଙ୍କବାଦୀ

25/07/2020 at 4:00 PM

ଜେନେଭା ୨୫।୦୭: ଆତଙ୍କବାଦ ଉପରେ ମିଳିତ ଜାତିସଂଘର ଏକ ରିପୋର୍ଟ  ଭାରତକୁ ସତର୍କ କରାଇଛି ଯେ କେରଳ ଓ କର୍ଣ୍ଣାଟକରେ ବଡ ସଂଖ୍ୟାରେ ଆଇଏସଆଇଏସ ଆତଙ୍କବାଦୀ ଛପି ରହିଛନ୍ତି। ୟୁଏନ ଏହା ମଧ୍ୟ ସୂଚିତ କରାଇଛି ଭାରତୀୟ ଉପ ମହାଦ୍ଵୀପରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଛନ୍ତି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଏହି ସଂଗଠନର ୧୫୦ ରୁ ୨୦୦ ଆତଙ୍କବାଦୀ ଭାରତ, ପାକିସ୍ତାନ, ବାଂଲାଦେଶ ଓ ମିଆଁମାରରେ ଅଛନ୍ତି।

ଆଇଏସଆଇଏସ, ଅଲକାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନ, ସମ୍ବନ୍ଧିତ ବ୍ୟକ୍ତି ଏବଂ ସଂସ୍ଥା ସହ ଜଡିତ ଲୋକଙ୍କ ଉପରେ ବିଶ୍ଳେଷଣ କରୁଥିବା ଦଳର ୨୬ତମ ରିପୋର୍ଟରେ କୁହାଯାଇଛି ଭାରତୀୟ ଉପମହାଦ୍ଵୀପରେ ଅଲକାଏଦା ତାଲିବାନ(ଏକ୍ୟୁଆଇଏସ) ଆଧାରରେ ଆଫଗାନିସ୍ତାନର ନିମରୁଜ, ହେଲମନ୍ଦ ଓ କାନ୍ଧାର ପ୍ରାନ୍ତରୁ କାମ କରୁଛି।

ଖବର ଅନୁଯାୟୀ ସଂଗଠନରେ ବାଂଲାଦେଶ, ଭାରତ, ମିଆଁମାର ଓ ପାକିସ୍ତାନରୁ ୧୫୦ରୁ ୨୦୦ ମଧ୍ୟରେ ସଦସ୍ୟ ଅଛନ୍ତି। ଏକ୍ୟୁଆଇଏସର ବର୍ତ୍ତମାନର ମୁଖିଆ ଓସାମା ମେହସୁଦ ମୃତ ଆସିମ ଉମରର ସ୍ଥାନ ନେଇଛି। ଖବର ଏହା ମଧ୍ୟ ରହିଛି ଏକ୍ୟୁଆଇଏସ ନିଜର ପୂର୍ବ ମୁଖିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଛି।

ରିପୋର୍ଟ ଅନୁଯାୟୀ, ୨୦୧୯ ମେ ୧୦ରେ ଘୋଷିତ ଆଇଏସଆଇଏଲର ଭାରତୀୟ ସହଯୋଗୀ(ହିନ୍ଦ ଓ୍ଵିଲାୟାହ)ରେ ୧୮୦ରୁ ୨୦୦ ମଧ୍ୟରେ ସଦସ୍ୟ ଅଛନ୍ତି। କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଆଇଏସଆଇଏଲର ସଦସ୍ୟ ସଂଖ୍ୟା ବହୁତ ଭଲ ରହିଛି।

   Related Posts