Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

ISIS ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିହତ ! ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି ଟ୍ରମ୍ପ୍

27/10/2019 at 12:57 PM

ଓ୍ବାଶିଂଟନ୍ ୨୭।୧୦: ବିଶ୍ବର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିହତ ଅନୁମାନ । ଆଇଏସଆଇଏସ୍ ଆତଙ୍କୀ ସଂଗଠନ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ । ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଉତ୍ତରପଶ୍ଚିମ ସିରିୟାରେ ଆମେରିକା ସେନା ରେଡ୍ କରିଥିଲା । ଏଥିରେ ବାଗଦାଦି ପ୍ରାଣ ହରାଇଛି । ନିଜେ ପିନ୍ଧିଥିବା ବିସ୍ଫୋରକ ଜ୍ୟାକେଟ୍ କୁ ବିସ୍ଫୋରକ କରି ବାଗଦାଦି ସୁଇସାଇଡ୍ କରିଥିବା ମଧ୍ୟ କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି । ଡିଏନଏ ଟେଷ୍ଟ ଏବଂ ବାୟୋମେଟ୍ରିକ୍ ଟେଷ୍ଟ ପରେ ହିଁ ବାଗଦାଦିର  ମୃତ୍ୟୁ ନେଇ ସଠିକ ସୂଚନା ମିଳିପାରିବ ।

ଏହି ଖବର ନେଇ ପେଣ୍ଟାଗନ୍ କୌଣସି ପ୍ରତିକ୍ରିୟା ରଖିନି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟୁଇଟ୍ ଚର୍ଚ୍ଚା କରିଥିଲେ । ସକାଳୁ ସକାଳୁ ଆସିଥିବା ଟ୍ରମ୍ପଙ୍କ ଟୁଇଟରେ ଲେଖା ଅଛି, ସମଥିଙ୍ଗ ଭେରି ବିଗ ହାଜ ଜଷ୍ଟ ହାପେଣ୍ଡ ଅର୍ଥାତ  ‘କିଛି ବଡ ଗୋଟେ ଘଟିଛି’ । ଟ୍ରମ୍ପଙ୍କ ଏହି ଟୁଇଟ୍ ବାଗଦାଦି ନିହତ ହୋଇଥିବା ସୂଚାଉଛି ବୋଲି ଚର୍ଚ୍ଚା ହେଉଛି ।

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ ନିକଟରେ ଆଇଏସଆଇଏସ ମୁଖିଆ ଅବୁ ବକର ଅଲ ବାଗଦାଦିକୁ ଟାର୍ଗେଟ କରି ତା ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ୱତନ୍ତ୍ର ଅପରେସନ ପାଇଁ ଅନୁମତି ଦେଇଥିଲେ । ଏଥିରେ ଆମେରିକା ସେନାକୁ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି । ଭାରତୀୟ ସମୟ ଆଜି ସଂଧ୍ୟା ସାଢେ ୬ଟା ସମୟରେ ଡୋନାଲ୍ଡ ଟ୍ରମ୍ପ ପ୍ରେସମିଟ କରି କୌଣସି ବଡ ସୂଚନା ଦେବେ ବୋଲି ହ୍ବାଇଟ ହାଉସ ସୂଚନା ଦେଇଛି । ତେଣୁ କିଛି ଗୋଟିଏ ବଡ ଘଟିଥିବା ଆଶଙ୍କା କରାଯାଉଛି । ଆଗରୁ ମଧ୍ୟ ଅନେକ ଥର ବାଗଦାଦି ପ୍ରାଣ ହରାଇ ଥିବା ନେଇ ପ୍ରଚାର ହୋଇଥିଲା । ତେଣୁ ଏବେ ଅନ୍ତର୍ଜାତୀୟ ଖବରରେ ବାଗଦାଦିର ମୃତ୍ୟୁ ଚର୍ଚ୍ଚା କେତେ ସତ ସେନେଇ ସନ୍ଦେହ ରହିଛି ।

ଆଇଏସଏଆଇଏଲ ସଂଗଠନ ମୁଖିଆ ବାଗଦାଦି ର ଠିକଣା ଇରାକ ଏବଂ ସିରିଆ । ତେବେ ତାର ଅସଲ ଟିକଣା ନେଇ କୌଣସି ସୂଚନା ନାହିଁ । ବାଗଦାଦ ସହରର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲା ବାଗଦାଦି । ୨୦୦୩ରେ ଇରାକରେ ଆମେରିକା ସେନା ପ୍ରବେଶ କରିବା ବେଳେ ଏକ ମସଜିଦରେ ମୌଲବୀ ଥିଲା ବାଗଦାଦି । ୨୦୦୪ରେ ଗିରଫ ହେବା ପରେ ଅନେକ ଦିନ ଧରି ତାକୁ ଆମେରିକା ଜେଲରେ ରଖା ଯାଇଥିଲା । ସେଠାରୁ ମୁକୁଳିବା ପରେ ସେ ସିରିଆ ଚାଲି ଯାଇ ସେଠାରେ ଆତଙ୍କୀ ସଂଗଠନ ଚଳାଇବା ଆରମ୍ଭ କରିଥିଲା ।

୨୦୦୬ରେ ଆଲକାଏଦାର ଏକ ଶାଖାକୁ ବଦଳାଇ ଆଇଏସଆଇ ନାଁ ଦେଇଥିଲା । ୨୦୧୩ରେ ଏହା ଆଇଏସଆଇଏସ ନାଁରେ ଆତଙ୍କୀ କାରନାମା ଚଳାଇଥିଲା । ଆଇଏସଆଇଏସ ଆତଙ୍କୀ ବିଦେଶୀ ନାଗରିକଙ୍କୁ ଧରି ସେମାନଙ୍କ ମୁଣ୍ଡ କାଟିବା ଭଳି ଜଘନ୍ୟ କାଣ୍ଡ କରୁଥିଲେ । ଏହାଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଚାପ ସୃଷ୍ଟି କରିବା ଏବଂ ଆତଙ୍କ ଖେଳାଇବା ଥିଲା ଲକ୍ଷ୍ୟ । ଏହାପରଠୁ ବାଗଦାଦିକୁ ଧରିବା ଲାଗି ଆମେରିକା ସେନା ଅପରେସନ୍ ଚଳାଇଥିଲା ।

   Related Posts