ଆତଙ୍କବାଦୀ ମସୁଦର ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପାକିସ୍ତାନ : ରାୱଲପିଣ୍ଡିରୁ ବହାବଳପୁର ସ୍ଥାନାନ୍ତର

Published By : Prameya-News7 Bureau | February 26, 2019 IST

ଦିଲ୍ଲୀ ୨୬/୨ : ପୁଲୱାମା ହମଲା ପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛି | ଗୁଇନ୍ଦା ସଂସ୍ଥା ମସୁଦକୁ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଛି | ସୂଚନା ଅନୁଯାୟୀ, ଅଜହର ଫେବୃଆରୀ ୧୭-୧୮ ତାରିଖରେ ରାୱଲପିଣ୍ଡିରୁ ବହାବଳପୁର ନିକଟସ୍ଥ କୋଟଘନି ଯାଇଥିଲା | ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଯେତେବେଳେ ଆତଙ୍କୀ ହମଲା ହୋଇଥିଲା ସେତେବେଳେ ମସୁଦ ରାୱଲପିଣ୍ଡିରେ ସେନା ହସ୍ପିଟାଲରେ ଭର୍ତ୍ତି ଥିଲା | ତାକୁ ୧୭-୧୮ ତାରିଖରେ ବହାବଳପୁର ସ୍ଥିତ କୋଟଘନି ପଠାଯାଇଥିଲା | ସେଠାରେ ମସୁଦ ହିଜବୂଲ ମୁଖ୍ୟ ସାଲାହୁଦ୍ଦିନ ସହ ସାକ୍ଷାତ କରିଥିଲା | ଗୁଇନ୍ଦା ସୂଚନା ଅନୁଯାୟୀ, ଦୁଇ ଆତଙ୍କୀ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା | ବୈଠକରେ ଉଭୟ ସଂଗଠନ ପରସ୍ପରକୁ ସହଯୋଗ କରିବେ ବୋଲି ଆଲୋଚନା ହୋଇଥିଲା | ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା |

{"id":88811}


ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଭାରତରେ ଅନେକ ବଡ ବଡ ଆତଙ୍କୀ ହମଲା କରିଛି | ପଠାନକୋଟ ହମଲା, ଉରୀ ବେଶ କ୍ୟାମ୍ପରେ ହୋଇଥିବା ଆତଙ୍କୀ ହମଲାରେ ମସୁଦର ହାତ ଥିବା ଜଣାପଡିଛି | ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତ୍ମଘାତୀ ଆତଙ୍କୀ ଆଦିଲ ଅହମଦ ଡାର ଏକ ଭିଡିଓ ଜାରି କରିଥିଲା | ପୁଲୱାମା ହମଲା ପାଇଁ ସେ ସମ୍ପୂର୍ଣ ରୂପେ ଦାୟୀ ବୋଲି ଭିଡିଓରେ ସ୍ୱୀକାର କରିଥିଲା |

{"id":88812}


ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପଠାନକୋଟରେ ଆତଙ୍କୀ ହମଲାରେ ୭ ଭାରତୀୟ ଯବାନ ସହିଦ ହୋଇଥିଲେ | ଏହାପରେ ପୁଣି ୨୦୧୬ ମସିହାରେ ହିଁ ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ହମଲା କରିଥିଲେ | ଏଥିରେ ୧୯ ଯବାନ ସହିଦ ହୋଇଥିଲେ | ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମା ହମଲାରେ ୪୨ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଏହାପରେ ଦେଶରେ ଆକ୍ରୋଶ ଦେଖା ଦେଇଥିଲା | ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ | ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଦାବି କରିଥିଲେ ଦେଶବାସୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.