କଲମ୍ବୋ ବିସ୍ଫୋରଣରେ ଆଇଏସଆଇର ହାତ ଥିବା କହିଲେ ଏମକ୍ୟୁମ ପ୍ରତିଷ୍ଠାତା ଅଲତାଫ ହୁସେନ : ପାକିସ୍ତାନରେ ସୃଷ୍ଟି ହେଲା ହଇଚଇ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪ : ଶ୍ରୀଲଙ୍କାରେ ରବିବାର ଦିନ ହୋଇଥିବା ସିତିଜ ବିସ୍ଫୋରଣ ଘଟଣାକୁ ନେଇ ନିର୍ବାସିତ ପାକିସ୍ତାନୀ ନେତା ଏବଂ ମୁତ୍ତାହିଦା କୋୖମି ମୁଭମେଣ୍ଟର ପ୍ରତିଷ୍ଠାତା ଅଲତାଫ ହୁସେନ ବଡ ବୟାନ ଦେଇଛନ୍ତି | ହୁସେନଙ୍କ ବୟାନକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି |


ହୁସେନ ଦୃଢ଼ତାର ସହ କହିଛନ୍ତି ଯେ, ରବିବାର ଦିନ ଇଷ୍ଟର ପର୍ବ ପାଳନବେଳେ କଲମ୍ବୋରେ ଯେଉଁ ସିରିଜ ବିସ୍ଫୋରଣ ହୋଇଥିଲା ତା'ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଥାଇପାରେ | ହୁସେନ ଜାତିସଂଘର ମହାସଚିବଙ୍କୁ ଅପିଲ କରିଛନ୍ତି ଯେ, ଏହି ବିସ୍ଫୋରଣରେ ଆଇଏସଆଇ ସଂସ୍ଥାର ହାତ ଥିବା କଥାକୁ ନଜର ଅନ୍ଦାଜ ନ କରାଯାଉ | ସେ କହିଛନ୍ତି ଯେ, ସାରା ବିଶ୍ୱରେ ଆତଙ୍କବାଦୀ ହମଲାର ଷଡଯନ୍ତ୍ର ପାକିସ୍ତାନରେ ହିଁ ରଚା ଯାଇଥାଏ | ଏବେ ପର୍ଯ୍ୟନ୍ତ ଦୁନିଆର ଯେଉଁଠି ଆତଙ୍କବାଦୀ ହମଲା ହୋଇଛି ସବୁଠି ପାକିସ୍ତାନର ହାତ ଥିବା ଜଣାପଡିଛି |

ପାକିସ୍ତାନରେ ଲୁଚି ଥିବା ଆତଙ୍କବାଦୀ ଏହି ହମଲା କରାଇଥିବା ସମ୍ଭାବନା ରହିଛି | ଏହି ମାମଲାର ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି | ସେ କହିଛନ୍ତି ଯେ ଏମକ୍ୟୁମର ପ୍ରତ୍ୟେକ ସଦସ୍ୟ କଲମ୍ବୋ ବିସ୍ଫୋରଣ ଘଟଣାକୁ ନେଇ ଦୁଃଖିତ | ସେ ଆତଙ୍କବାଦ ଏକ ବଡ ସମସ୍ୟା | ଆତଙ୍କବାଦକୁ ଦୁନିଆରୁ ପୁରା ସଫା କରିଦେବା ଉଚିତ |
ହୁସେନ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.