ସ୍ଥାନୀୟ ଗ୍ୟାଙ୍ଗଷ୍ଟର୍ସଙ୍କ ସହଯୋଗରେ ଭାରତରେ ହମଲା କରାଇପାରନ୍ତି ଆଇଏସଆଇ ଓ ପାକ୍ ଆତଙ୍କୀ ସଂଗଠନ

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪/୦୮ : ଭାରତୀୟ ସୁରକ୍ଷା ସଂସ୍ଥା ଗତ କିଛି ଦିନ ହେଲା ଏକ ନୂଆ ଟ୍ରେଣ୍ଡ ଉପରେ ନଜର ରଖିଛି | ଭାରତରେ ଗତ କିଛି ବର୍ଷ ହେଲା ଆତଙ୍କୀ ହମଲା କରାଇବାରେ ବିଫଳ ହୋଇ ଆଇଏସଆଇ ଓ ଆତଙ୍କୀ ସଂଗଠନ ବର୍ତ୍ତମାନ ସ୍ଥାନୀୟ ଗ୍ୟାଙ୍ଗଷ୍ଟର ସାହାଯ୍ୟରେ ହମଲା କରିବାକୁ ଉଦ୍ୟମ କରୁଛନ୍ତି | ନିକଟରେ ଚଣ୍ଡୀଗଡ଼ର ଇଣ୍ଟେଲିଜେନ୍ସ ୟୁନିଟ ଆତଙ୍କବାଦୀ ଏବଂ ଅପରାଧୀଙ୍କ ମଧ୍ୟରେ ଏହିଭଳି ନକ୍ସଲ ସମ୍ପର୍କକୁ ନେଇ ଚେତାବନୀ ଦେଇଛି | ୟୁନିଟ କହିଛି ଯେ ଆତଙ୍କୀ ସଂଗଠନ ବର୍ତ୍ତମାନ ସ୍ଥାନୀୟ ଅପରାଧୀ ମାଧ୍ୟମରେ ହମଲା କରାଇପାରେ | ଏମାନଙ୍କ ମଧ୍ୟରୁ ଅନେକ ଅପରାଧୀ ଜେଲରେ ଅଛନ୍ତି ଏବଂ ଅନେକ ଅପରାଧୀ ଫେରାର ହୋଇଯାଇଛନ୍ତି |

ଜଣେ ବରିଷ୍ଠ ସରକାରୀ ଅଧିକାରୀ ଦାବି କରି କହିଛନ୍ତି ଯେ ସମ୍ଭବତଃ ଆଇଏସଆଇ ପୂର୍ବରୁ ହିଁ ଏହି ପ୍ରଭାବଶାଳୀ ଅପରାଧୀଙ୍କ ସମ୍ପର୍କରେ ଅଛି | କିଛି ଦିନ ପୂର୍ବରୁ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ପଞ୍ଜାବ ୟୁନିଟ ଆଲର୍ଟ ଜାରି କରିଥିଲା ଯେ ଆଇଏସଆଇ ଓ ଅନ୍ୟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ୫ ଗ୍ୟାଂଗଷ୍ଟର୍ସଙ୍କୁ କିଛି ନେତାଙ୍କୁ ଜୀବନରେ ମାରିଦେବାକୁ କଣ୍ଟ୍ରାକ୍ଟ ଦେଇଛି | ଏହି ୫ ମଧ୍ୟରୁ ୨ ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ଅନ୍ୟ ୩ ଗ୍ୟାଙ୍ଗଷ୍ଟର ଜେଲରେ ଅଛନ୍ତି | ଏହି ଗ୍ୟାଙ୍ଗଷ୍ଟରମାନେ ଅନେକ ହତ୍ୟା, ଲୁଟ ମାମଲାରେ ଲିପ୍ତ ଅଛନ୍ତି | ଏମାନେ ଜେଲରେ ଥାଇ ରାକେଟ ଚଳାନ୍ତି |

ଏହି ଆଲର୍ଟ ପରେ ସ୍ଥାନୀୟ ପୋଲିସକୁ ସଚେତନ କରାଯାଇଛି ଯେ ଅପରାଧୀଙ୍କ ଉପରେ ବିଶେଷ ନଜର ରଖିବେ | ଜଣେ ଅଧିକାରୀ କହିଛନ୍ତି ଯେ ଆଇଏସଆଇ ବର୍ତ୍ତମାନ ସ୍ଥାନୀୟ ଅପରାଧୀଙ୍କ ସାହାରା ନେଉଛି କାରଣ ଗତ କିଛି ବର୍ଷ ହେଲା ଆତଙ୍କବାଦୀଙ୍କ ସ୍ଲିପର ସେଲର ନେଟୱାର୍କ ସମ୍ପୂର୍ଣ ଭାଙ୍ଗି ଦିଆଯାଇଛି | ଏହିଭଳି ସ୍ଥିତିରେ ଆଇଏସଆଇ ଓ ପାକିସ୍ତାନୀ ଆତଙ୍କୀ ସଂଗଠନ ଅସ୍ତବ୍ୟସ୍ତ ହୋଇଯାଇଛନ୍ତି | ଏହିଭଳି ଆତଙ୍କୀ ସଂଗଠନର ଅନେକ ଟପ ଲେଭଲ କମାଣ୍ଡର ମଧ୍ୟ ସଫା ହୋଇସାରିଛନ୍ତି | ସେଥିପାଇଁ ସ୍ଥାନୀୟ ଅପରାଧୀଙ୍କ ସହଯୋଗରେ ହମଲା ଯୋଜନା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.