Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ଗିରଫ : ୩୭୦ ଧାରା ଉଚ୍ଛେଦ ହେବା ପୂର୍ବ ଦିନ ଆସିଥିଲା ଭାରତ, ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା…

28/08/2019 at 1:53 PM

ନୂଆଦିଲ୍ଲୀ ୨୮/୮: ନରେନ୍ଦ୍ର ମୋଦି ସରକାର ଯେଉଁ ଦିନ ୩୭୦ ଧାରା ଉ​ଚ୍ଛେଦ କରିବାକୁ ଘୋଷଣା କରିଥିଲେ,ଏହାର ଠିକ୍ ଦିନେ ପୂର୍ବରୁ ପାକିସ୍ତାନୀର ଜଣେ ଆଇଏସଆଇ ଏଜେଣ୍ଟ ରାଜସ୍ତାନର ବାଡ଼ମେର ସୀମାଦେଇ ଭାରତକୁ ଅନୁପ୍ରବେଶ କରିଥିଲା।ତେବେ ସେ ଭାରତରେ ରହିବାର୧୦ଦିନ ମଧ୍ୟରେ ଅମ୍ବାଲା ପୋଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଖବର ଏବେ ସାମ୍ନାକୁ ଆସିଛି ।  

ଏହି ଆଇଏସଆଇ ଏଜେଣ୍ଟର ନାଁ ହେଉଛି ଅଲି ମୂର୍ତ୍ତଜା ଅଜଗର(୩୨)। ଜାମ୍ମୁ ଏବଂ କାଶ୍ମୀର ସ୍ଥିତ ସାମରିକ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଅମ୍ବାଲା ପୋଲିସ୍ ଅଜଗରକୁ ଗିରଫ କରିଥିଲା।

 ସାମରିକ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଅପରେଟିଭ କଲ(PIO)କୁ ଟ୍ରାକ୍ କରାଯାଉଥିଲା। ଏହି କଲ ରେକର୍ଡରୁ ଅଜଗର ସମ୍ପର୍କରେ ସୂଚନା ମିଲିଥିଲା ।

ସୂଚନାଯୋଗ୍ୟ ଯେ, ନିଜ ନମ୍ବରକୁ ଭାରତୀୟ ନମ୍ବର ସହ ମାସ୍କିଂ କରି ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ମାନେ କଲ୍ କରିଥାନ୍ତି ।  

ଜାମ୍ମୁ- କାଶ୍ମୀରରୁ ୩୭୦ଧାର ଉଚ୍ଛେଦ ପାଇଁ ଭାରତ ସରକାର ସଂସଦରେ ଐତିହାସିକ ଘୋଷଣା କରିବା ପୂର୍ବରୁ କାଶ୍ମୀର ଘାଟୀରେ ବ୍ୟାପକ ସୈନ୍ୟ ମୁତୟନ ହୋଇଥିଲା ।  ଏହି ସମୟରେ ପାକିସ୍ତାନ କୌଣସି ଅଘଟଣ ଘଟାଇବା ଆଶଙ୍କାରେ ସାମରିକ ଗୁଇନ୍ଦା ସଂସ୍ଥା ତରଫରୁ ଏପରି କଲକୁ ମଧ୍ୟ ଟ୍ରାକ୍ କରାଯାଉଥିଲା।

ଅଜଗର ଭାରତରେ ପ୍ରବେଶ କରିବା ପରେ ସାମରିକ ଗୁଇନ୍ଦା ତାର ଗତିବିଧି ଉପରେ ବରାବର ନଜର ରଖିଥିଲା । ଅଜଗର ଭିସା ନିୟମକୁ ଉଲ୍ଳଙ୍ଘନ କରି ଅନେକ ସ୍ଥାନକୁ ମଧ୍ୟ ଯା ଆସ କରୁଥିଲା।

 କରାଚୀରେ ରହୁଥିବା ଅଜଗର ଜଣେ ଆଇଟି ପ୍ରଫେସନାଲ ବୋଲି କୁହାଯାଉଛି। କିନ୍ତୁ ସେ ଧାର୍ମିକ ସ୍ଥଳକୁ ଯିବା ପାଇଁ ଭିସା ମାଗିଥିଲା। ଏହି ଉପାୟ ଅବଲମ୍ବନ କରି ଅସଗର ପୂର୍ବରୁ ମଧ୍ୟ ଭାରତ ଆସିଛି। ଅସଗର ଅମୃତସର, ମୁମ୍ବାଇ, ହାଇଦ୍ରାବାଦ ଯାଇସାରିଥିବା ଥିବାର ସୂଚନା ମିଳିଥିଲା।

ଅଜଗର ଯେତେବେଳେ ଭିସା ନିୟମର ଉଲ୍ଲଙ୍ଘନ କରିଥିଲା ସେତେବେଳେ ତା’ର ଗତିବିଧିକୁ ଟ୍ରାକ୍ କରିବା ପାଇଁ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋ, ପଞ୍ଜାବ ପୋଲିସ୍ ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ୍ ମିଳିତଭାବେ ମିଶି ଯାଞ୍ଚ କରିବାରୁ ଫଳ ଖବୁ୍ ଶୀଘ୍ର ସାମନାକୁ ଆସିଥିଲା।

ସୂଚନା ଅନୁଯାୟୀ ଗୁଇନ୍ଦା ବ୍ୟୁରୋ ଏବଂ ପୋଲିସ୍ ରିମାଣ୍ଡ ସମୟରେ ଅଜଗରଠୁ ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରାଯାଇଛି। ଏବେ ବି ପୋଲିସ୍ ତାକୁ ପଚରାଉଚୁରା କରୁଛି। ଅଜଗର ଗତ ୩ବର୍ଷ ହେଲା ଭାରତ ଯିବା ଆସିବା କରୁଥିଲା। ଗିରଫ ହେବାର କିଛି ସମୟ ପୂର୍ବରୁ ସେ ତା’ର ଜଣେ ସହଯୋଗୀକୁ ଫୋନ୍ କରିଥିଲା। ​‌​‌ତେଣୁ ପୋଲିସ ତା ଲୋକେଶନ ଟ୍ରାକ କରି ତା ନିକଟରେ ପହଞ୍ଚିବା ସହଜ ହୋଇଥିଲା। ତାକୁ ଅମ୍ବାଲା ବସ୍ ଷ୍ଟାଣ୍ଡରେ ଧରାଯାଇଥିଲା ।

   Related Posts