ମହିଳା ଦିବସରେ ଦିନେ ପାଇଁ ମେୟର ହେଲେ ୮ ବର୍ଷୀୟ ଇଷିତା

Published By : Prameya-News7 Bureau | March 09, 2021 IST

ଜୟପୁର ୦୯/୦୩ : ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଜସ୍ଥାନ ଜୟପୁରରେ ୮ ବର୍ଷୀୟ ଇଷିତା ଦିନେ ପାଇଁ ହେରିଟେଜ ନଗର ନିଗମର ମେୟର ହୋଇଥିଲେ। ଇଷିତା ନିୟମିତ ମେୟର ମୁନେଶ ଗୁର୍ଜରଙ୍କ ୱାର୍ଡର ଜଣେ ବ୍ୟକ୍ତିଙ୍କ ଝିଅ। ଇଷିତା ଏକ ଦୁର୍ଲଭ ରୋଗରେ ପୀଡିତ। ଇଷିତାଙ୍କ ଚିକିତ୍ସା ଓ ଶିକ୍ଷା ଖର୍ଚ୍ଚ ମେୟର ମୁନେଶ ଗୁର୍ଜର ବହନ କରୁଛନ୍ତି। ମୁନେଶ ଗୁର୍ଜର ଦିନେ ରାମରାଜପୁରା  କଲୋନୀ ନିରୀକ୍ଷଣ ପାଇଁ ଯାଇଥିଲେ। ସେଠାରେ ବାସ କରୁଥିବା ଅନୁସୂଚିତ ଜାତିର ବନବାରି ଲାଲଙ୍କ ସହ କଥାବାର୍ତ୍ତା କଲାବେଳେ ସେ କହିଥିଲେ ଯେ ତାଙ୍କ ୮ ବର୍ଷୀୟ ଝିଅ ଏକ ଦୁର୍ଲଭ ରୋଗରେ ପୀଡିତ। ଆର୍ଥିକ ସମସ୍ୟା ଯୋଗୁଁ ସେ ଝିଅର ଚିକିତ୍ସା କରିବାକୁ ଅସମର୍ଥ। ଏକ ଅସହାୟ ପିତାର ବେଦନା ଶୁଣି ମୁନେଶ ଗୁର୍ଜର ମାନବିକତାର ପରିଚୟ ଦେଇ ଇଷିତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।

{"id":420011,"sizeSlug":"large","linkDestination":"none"}

ମୁନେଶ ଗୁର୍ଜର ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ସମସ୍ତଙ୍କୁ ଶୁଭକାମନା ଜଣାଇ ଜନତାଙ୍କୁ ଅପିଲ କରିଥିଲେ ଯେ ପ୍ରତ୍ୟେକ ସକ୍ଷମ ପରିବାର କୌଣସି ଅଭାବୀ ବା ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ଏବଂ ସେମାନଙ୍କ ଜୀବନକୁ ଆଲୋକିତ କରନ୍ତୁ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଇଷିତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଇଷିତାଙ୍କ ଜୀବନର ସମସ୍ତ ଦାୟିତ୍ୱ ବହନ କରିବେ।

{"id":420014,"sizeSlug":"large","linkDestination":"none"}

ମହିଳା ଦିବସରେ ଇଷିତା ଦିନେ ପାଇଁ ଅଞ୍ଚଳର ମେୟର ହୋଇଥିଲେ। ମେୟରଙ୍କ ଚେୟାରରେ ବସି ଇଷିତା ବହୁତ ଖୁସି ହୋଇଥିଲେ। ତାଙ୍କୁ ଅନେକ ଉପହାର ମଧ୍ୟ ଦିଆଯାଇଥିଲା। ଏହି ଅବସରରେ ମହିଳା ଓ ପୋଲିସ ଅଧିକାରୀ ଇଷିତାଙ୍କୁ ସାଲ୍ୟୁଟ ବି କରିଥିଲେ। ୮ ବର୍ଷୀୟ ଇଷିତାଙ୍କ ପାଇଁ ଏସବୁ ବହୁତ ନିଆରା ଥିଲା। ଏସବୁ ତାଙ୍କ ପାଇଁ ଏକ ସ୍ବପ୍ନ ଭଳି ଥିଲା।

{"id":420015,"sizeSlug":"large","linkDestination":"none"}

ଏହି ଅବସରରେ ମୁନେଶ ଗୁର୍ଜର ଘୋଷଣା କରିଥିଲେ ଯେ ପ୍ରତିଦିନ ଅଧା ଘଣ୍ଟା କେବଳ ମହିଳାଙ୍କ ସମସ୍ୟା ଶୁଣିବେ ଓ ସମାଧାନ ପାଇଁ ସବୁ ପ୍ରକାର ଚେଷ୍ଟା କରିବେ। ସେ କହିଥିଲେ ଯେ ସେ ନିଜେ ବି ଜଣେ ମହିଳା, ସେଥିପାଇଁ ମହିଳାଙ୍କ ସମ୍ମାନରେ ସେ ପ୍ରତିଦିନ ଅପରାହ୍ନ ୩ଟା ସାଢେ ୩ଟା ଯାଏଁ କେବଳ ମହିଳାଙ୍କ ସମସ୍ୟା ଶୁଣିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.