ମୋର ଇଣ୍ଟରଭ୍ୟୁ ନେଇ କଣ କରିବେ ? ମୁଁ ତ ଜଣେ 'ଲିଭି ଯାଇଥିବା ଦୀପ', ଜାଣନ୍ତୁ କେଉଁ ଭାରତୀୟ ଦ୍ରୁତ ବୋଲର କାହିଁକି ଏମିତି କହିଲେ

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧।୦୨: ଭାରତୀୟ କ୍ରିକେଟ୍ ଦଳର ଅନୁଭବୀ ଦ୍ରୁତ ବୋଲର ଇଶାନ୍ତ ଶର୍ମା ୨୦୧୯ର ଏକ ରଣଜୀ ମ୍ୟାଚ୍‌ରେ ଜଣେ ସାମ୍ବାଦିକଙ୍କୁ ସାକ୍ଷାତକାର ବେଳେ କହିଥିଲେ ଯେ, ମୁଁ ଜଣେ 'ଲିଭି ଯାଇଥିବା ଦୀପ'। ମାତ୍ର ଏହାର ପ୍ରାୟ ୧୪ ମାସ ପରେ ଭାରତୀୟ କ୍ରିକେଟ୍‌ର ଏହି 'ଲମ୍ବୁ' ବୋଲର ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ।

ଇଶାନ୍ତ ଶର୍ମା ଆଘାତଜନିତ ସମସ୍ୟା କାରଣରୁ ୫ଟି ଟେଷ୍ଟ ଖେଳି ପାରି ନାହାନ୍ତି। ଏବେ ସେ କପିଲ ଦେବଙ୍କ ପରେ ଭାରତ ପକ୍ଷରୁ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ଦ୍ଵିତୀୟ ବୋଲର ହେବାକୁ ଯାଉଛନ୍ତି। ଇଶାନ୍ତ ଶର୍ମା ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ କହିଥିଲେ ଯେ, ଆରେ ମୋର ଇଣ୍ଟରଭ୍ୟୁ ନେଇ କଣ କହିବେ ? ମୁଁ ତ ଜଣେ ଲିଭି ଯାଇଥିବା ଦୀପ। ଇଶାନ୍ତଙ୍କ ଦିଲ୍ଲୀର ପୂର୍ବତନ ସାଥୀ ତଥା କୋଚ୍ ବିଜୟ ଦାହିଆଙ୍କ ମତରେ ସେ ଦେଶ ପକ୍ଷରୁ ୧୦୦ ଟେଷ୍ଟ ଖେଳିବାରେ ଶେଷ ବୋଲର ହେବେ।

{"id":412391,"sizeSlug":"large","linkDestination":"none"}

ଦାହିଆ କହିଛନ୍ତି, ମୁଁ ନିଶ୍ଚିତ ଭାବେ କହୁଛି ଯେ, ୧୦୦ ତମ  ଟେଷ୍ଟ ଖେଳିବାରେ ଇଶାନ୍ତ ଶର୍ମା ଶେଷ ଭାରତୀୟ ଦ୍ରୁତ ବୋଲର ହେବେ। ମୋତେ ଲାଗୁ ନାହିଁ ଯେ, ଆଉ କିଏ ୧୦୦ ଟେଷ୍ଟ ମ୍ୟାଚ୍ ଖେଳି ପାରିବ। ଅଧିକାଂଶ ଦ୍ରୁତ ବୋଲର ନିଜକୁ ଆଇପିଏଲ  ଓ ସୀମିତ ଓଭର ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରି ରଖୁଛନ୍ତି। ତେଣୁ ଏମିତିରେ ଭାରତ ପକ୍ଷରୁ ୧୦୦ ଟେଷ୍ଟ ମ୍ୟାଚ୍ ଖେଳିବା ଅନ୍ୟ ଭାରତୀୟ ଦ୍ରୁତ ବୋଲରଙ୍କ ପାଇଁ ମୁସ୍କିଲ ହେବ।

ଇଶାନ୍ତ ଅଦ୍ୟାବଧି ୭୯ ଟେଷ୍ଟ ମ୍ୟାଚ୍‌ରୁ ୨୨୬ ଓ୍ଵିକେଟ୍ ନେଇଛନ୍ତି। ମାତ୍ର ଗତ ୨୦ଟି ମ୍ୟାଚ୍‌ରେ ସେ ୭୬ ଓ୍ଵିକେଟ୍ ନେଇଛନ୍ତି। ଏଥିରୁ ଲାଗୁଛି ଯେ, ଦିଲ୍ଲୀର ଏହି ଦ୍ରୁତ ବୋଲର ଦଳର ଆବଶ୍ୟକତା ଅନୁସାରେ ନିଜକୁ ଖାପ ଖୁଆଉଛନ୍ତି। ଦାହିଆ କହିଛନ୍ତି, ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଉପଯୋଗ ରକ୍ଷାତ୍ମକ ବୋଲର ଭାବେ କରୁଥିଲେ ଏବଂ ଗୋଟିଏ ପଟୁ ବ୍ୟାଟସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଉଥିଲେ। ଏହି ଭୂମିକା ପାଇଁ ସେ ଇଶାନ୍ତ ଶର୍ମାଙ୍କ ଉପରେ ଭରସା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.