ୱିଲିଂଟନ ୨୨।୨: ଫିଟ୍ ଘୋଷିତ ହେବା ପରେ ଟିମ୍ ଇଣ୍ଡିଆ ବୋଲର ଇଶାନ୍ତ ଶର୍ମା ଏବେ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି। ପ୍ରଥମ ଦିନ ମ୍ୟାଚ୍ରେ ଇଶାନ୍ତ ୩ଟି ୱିକେଟ୍ ମଧ୍ୟ ପାଇଛନ୍ତି। ହେଲେ ସେ ଏଠାରେ ଯେପରି ଖେଳିବାକୁ ଚାହୁଁଛନ୍ତି ସେପରି ଖେଳିପାରୁନଥିବା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି। ସେ ଦୀର୍ଘ ୨୪ ଘଣ୍ଟାର ଯାତ୍ରା କରି ପ୍ରଥମ ଟେଷ୍ଟର ୭୨ ଘଣ୍ଟା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଥିଲେ। ହେଲେ ଏଠାରେ ପହଞ୍ଚିବା ପରଠାରୁ ସେ ଭଲରେ ଶୋଇ ପାରୁନଥିବା କହିଛନ୍ତି। ଏଣୁ ସାରା ଦିନ ତାଙ୍କୁ ଥକ୍କା ଲାଗୁଥିବାରୁ ଠିକରେ ବୋଲିଂ କରିପାରୁନଥିବା କହିଛନ୍ତି।
{"id":227686,"sizeSlug":"large"}୩ ସପ୍ତାହ ପୂର୍ବେ ରଣଜୀ ଟ୍ରଫି ମ୍ୟାଚ୍ ବେଳେ ଇଶାନ୍ତ ଆହତ ହୋଇଥିଲେ। ଏଣୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଟେଷ୍ଟ ଶୃଙ୍ଖଳା ଖେଳି ପାରିବେ କି ନା ସେ ନେଇ ସନ୍ଦେହ ଉପୁଜିଥିଲା। ହେଲେ ତାଙ୍କୁ ଫିଟ୍ ଘୋଷଣା କରାଯିବା ପରେ ନ୍ୟୁଜିଲ୍ୟାଣ୍ଡ ପଠାଯାଇଛି। ତେବେ ନିଜ ବୋଲିଂକୁ ନେଇ ଇଶାନ୍ତ ଖୁସ୍ ଥିବା କହିଛନ୍ତି। ହେଲେ ସେ ଅସୁସ୍ଥ ଅନୁଭବ କରୁଥିବାରୁ ଭଲ ଭାବେ ଖେଳିପାରୁନଥିବା ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଟେଷ୍ଟ ଟିମ୍ରେ ସେ ସାମିଲ ହୋଇପାରିଥିବାରୁ ଏଥିଲାଗି ସମସ୍ତ ଶ୍ରେୟ ଏନସିଏ ସହଯୋଗୀ ଷ୍ଟାଫ ମାନଙ୍କୁ ଦେଇଛନ୍ତି।
{"id":227687,"width":580,"height":373,"sizeSlug":"large"}ପ୍ରଥମ ଟେଷ୍ଟ ମ୍ୟାଚ୍ର ଫାଷ୍ଟ ଇନିଂସରେ ଇଶାନ୍ତ ନ୍ୟୁଜିଲ୍ୟାଣ୍ଡର ଟମ ଲେଥମ, ବ୍ଲେଣ୍ଡେଲ ଓ ରସ୍ ଟେଲରଙ୍କ ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ତେବେ ଏଠାରେ ଇଶାନ୍ତଙ୍କ ବୋଲିଂର ସବୁଠାରୁ ବଡ ଦିଗ ହେଉଛି ସେ ୧୫ ଓଭର ବୋଲିଂ କରିସାରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୩୧ ରନ୍ ଦେଇଛନ୍ତି। ଫଳରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଏବେ ଚାପରେ ପଡିଯାଇଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍ ବିନିମୟରେ କରିଛି ୨୧୬ ରନ୍। ସେହିପରି ଟିମ୍ ଇଣ୍ଡିଆ ବିପକ୍ଷରେ ଅଧିକ ୫୧ ରନ୍ ସ୍କୋର ହୋଇଛି।