Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବୋଲିଂ ଅଭ୍ୟାସ କରୁଛନ୍ତି ଇଶାନ୍ତ ଶର୍ମା, ଫିଟ୍ ଘୋଷିତ ହେଲେ ଯିବେ ଅଷ୍ଟ୍ରେଲିଆ

19/11/2020 at 1:02 PM

ନୂଆଦିଲ୍ଲୀ,୧୯/୧୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨ ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ସେ ଆହତଜନିତ କାରଣରୁ ଆଇପିଏଲ-୨୦୨୦ର ବାଦ୍ ପଡିଥିଲେ । ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା ।

ଆଇପିଏଲରେ ଇଶାନ୍ତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ଥିଲେ । ସେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଆହତ ହୋଇଛନ୍ତି । ଫେବ୍ରୁଆରୀରେ ମଧ୍ୟ ସେ ଆହତ ହୋଇଥିଲେ । ଆଇପିଏଲରେ ଆହତ ହେବା ପରେ ଇଶାନ୍ତ ଏନସିଏ ଆସିଥିଲେ । ସେଠାରେ ବୋଲିଂ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ ।

କ୍ରିକଇନଫୋର ରିପୋର୍ଟ ଅନୁସାରେ, ଇଶାନ୍ତ ମୁଖ୍ୟ ଚୟନକର୍ତ୍ତା ସୁନିଲ ଜୋଶୀ ଓ ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କ ଉପସ୍ଥିତିରେ ଅଭ୍ୟାସ କରିଛନ୍ତି । ସେ ଫିଟ୍ ଥିବା ନଜର ଆସିଥିଲେ । କ୍ରିକଇନଫୋ ଏନେଇ ନିଜ ଓ୍ୱେବସାଇଟରେ ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ଇଶାନ୍ତ ପୁରା ଲୟରେ ବୋଲିଂ କରୁଛନ୍ତି । ସେ ଅଣ୍ଡର-୧୯ ଟିମ୍‌ର ମୁଖ୍ୟ କୋଚ୍ ତଥା ପୂର୍ବତନ ଦ୍ରୁତ ବୋଲର ପାରସ ମହାମବରେଙ୍କ ତତ୍ତ୍ୱାବଧାନରେ ବୋଲିଂ କରୁଛନ୍ତି ।

ଯଦି ସେ ପୁରା ଫିଟ୍ ଘୋଷିତ ହୁଅନ୍ତି ତେବେ ଅଷ୍ଟ୍ରେଲିଆ ଗସ୍ତ କରି ଦଳରେ ସାମିଲ ହେବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ୍ ଆଡିଲେଡରେ ଡିସେମ୍ବର ୧୭ରେ ଖେଳାଯିବ ।

ସେହିପରି ରିଦ୍ଧିମାନ ଶାହ ମଧ୍ୟ ଟିମ୍ ଇଣ୍ଡିଆ ସହ ନେଟ୍ସ ପ୍ରାକ୍ଟିସ୍ କରୁଛନ୍ତି । କିନ୍ତୁ ତାଙ୍କର ଫିଟନେସକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ନିକଟରେ ବିସିସିଆଇ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ୍ କରିଥିଲା, ଯେଉଁଥିରେ ଶାହ ଦଳର ସପୋର୍ଟ ଷ୍ଟାଫଙ୍କ ସହ କ୍ରିକେଟ ଖେଳୁଥିବା ନଜର ଆସିଥିଲେ ।  

   Related Posts