ଫିଟନେସ୍‌ ଟେଷ୍ଟରେ ଇଶାନ୍ତ ପାସ୍‌, ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଦଳରେ ସାମିଲ ହେବେ

Published By : Prameya-News7 Bureau | February 16, 2020 IST

ମୁମ୍ବାଇ ୧୬।୦୨: ଇଶାନ୍ତ ଶର୍ମା ଫିଟ୍ । ଜାତୀୟ କ୍ରିକେଟ ଏକଡେମୀରେ ହୋଇଥିବା ଫିଟ୍‌ନେସ୍ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପାସ୍‌ ହୋଇଛନ୍ତି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରଣଜୀ ମୁକାବିଲରେ ଆଘାତ ଲାଗିଥିଲା । ରଣଜୀ ମୁକାବିଲାରେ ବିଦର୍ଭ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ସମୟରେ ଆଘାତ ଲାଗିଥିଲା । ତେବେ ଫିଟ୍‌ନେସ୍‌ ଟେଷ୍ଟରେ ପାସ୍‌ ହେବା ପରେ ଏବେ ଆଗାମୀ ନ୍ୟୁଜିଲାଣ୍ଡ କରିପାରିବେ ବୋଲି ସୂଚନା ରହିଛି ।

wp:core-embed/twitter {"url":"https://twitter.com/ICC/status/1228884203313467392","type":"rich","providerNameSlug":"twitter","className":""}
https://twitter.com/ICC/status/1228884203313467392
/wp:core-embed/twitter

ସୂଚନାଯୋଗ୍ୟ ଯେ, ୩୧ବର୍ଷୀୟ ଇଶାନ୍ତ ଶର୍ମା ବିଦର୍ଭ ବିପକ୍ଷରେ ଏକ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳୁଥିଲା । ତେବେ ମ୍ୟାଚ୍‌ର  ପଞ୍ଚମ ଓଭରରେ ତାଙ୍କୁ ଆଘାତ ଲାଗିଥିଲା । ଇଶାନ୍ତଙ୍କୁ ଲାଗିଥିବା ଆଘାତ  ଗ୍ରେଡ୍-୩ ବୋଲି ଜଣାପଡିଥିଲା । ଏହାପରେ ତାଙ୍କୁ ୬ସପ୍ତାହ ଆରାମ ପାଇଁ ପରାମର୍ଶ ଦେଇଥିଲେ । ତେବେ ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଶାନ୍ତଙ୍କୁ ଫିଟନେସ ଟେଷ୍ଟ ଦେବା ପାଇଁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ଡକରା ଯାଇଥିଲା । ଏବଂ ସେଠାରେ ସେ ଫିଟ୍‌ନେସ ଟେଷ୍ଟ ଦେଇଥିଲା । ରିପୋର୍ଟ ଅନୁସାରେ ଇଶାନ୍ତ ଦେଇଥିବା ଫିଟ୍‌ନେସ ଟେଷ୍ଟରେ ପାସ୍‌ ହୋଇଛନ୍ତି । ଖୁବଶୀଘ୍ର ସେ ନ୍ୟୁଜିଲାଣ୍ଡ ଗସ୍ତ କରିପାରନ୍ତି । ଆସନ୍ତା ୨୧ଫେବୃଆରୀରୁ ନ୍ୟୁଜିଲାଣ୍ଡରେ ୨ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.