Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଲେ ଇଶାନ୍ତ ଶର୍ମା, ୧୧ରେ ରୋହିତଙ୍କ ଭାଗ୍ୟ ନିର୍ଦ୍ଧାରଣ

27/11/2020 at 10:51 AM

ନୂଆଦିଲ୍ଲୀ,୨୭/୧୧:   ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି ଭାରତୀୟ. ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା । ଫିଟନେସ୍ କାରଣରୁ ବର୍ଡର-ଗାଭାସ୍କର ଟ୍ରଫିରୁ କାଙ୍କୁ ବାଦ୍ ଦିଆଯାଇଛି । କାରଣ ସେ ଆଇପିଏଲ-୨୦୨୦ରେ ମାଂସପେଶୀରେ ଆଘତ ଲାଗିବା କାରଣରୁ ଆହତ ହୋଇଥିଲେ । ଯେଉଁଥିରୁ ସେ ମୁକୁଳି ପାରିନାହାଁନ୍ତି ।

ସେହିପରି ରୋହିତ ଶର୍ମା ଏବେ ବେଙ୍ଗାଲୁରୁ ଏନସିଏରେ ଅଭ୍ୟାସ କରୁଛନ୍ତି । ସେ ଫିଟ୍ ନା ଅନଫିଟ୍ ତାହା ଡିସେମ୍ବର ୧୧ ତାରିଖରେ ଜଣାପଡିବ । ରୋହିତ ଯଦି ଫିଟ୍ ଘୋଷିତ ହୁଅନ୍ତି ତାହାଲେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ।

ବିସିସିଆଇ ସମ୍ପାଦକ ଜୟ ଶାହ ଗୁରୁବାର ରାତିରେ ସୂଚନା ଦେଇଛନ୍ତି ଯେ, ରୋହିତ ଏନସିଏରେ ଏବେ ଅଭ୍ୟାସ କରୁଛନ୍ତି । ଆସନ୍ତା ୧୧ ତାରିଖରେ ତାଙ୍କର ଫିଟନେଶ୍ ଟେଷ୍ଟ୍ ହେବ । ଏହାପରେ ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜରେ ସେ ଖେଳିବେ ନା ନାହିଁ ସ୍ପଷ୍ଟ ହେବ ।

ସେ ଆହୁରି କହିଥିଲେ ଯେ, ଆଇପିଏଲ ପରେ ରୋହିତ ନିଜର ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ତାଙ୍କ ପିତା ସୁସ୍ଥ ହେଉଛନ୍ତି । ମୁମ୍ବାଇରୁ ସେ ବେଙ୍ଗାଲୁରୁ ଯାଇଥିଲେ । ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆଇପିଏଲ ୨୦୨୦ରେ ମାଂସପେଶୀ ସମସ୍ୟାର ଶିକାର ହୋଇଥିଲେ । ଏବେବି ସେ ଫିଟ୍ ହୋଇନାହାଁନ୍ତି । ସେ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ୍ ପଡି ସାରିଛନ୍ତି ।

   Related Posts