Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅର୍ଜୁନ ପୁରସ୍କାର ପାଇଁ ଇଶାନ୍ତ ଶର୍ମା ସହିତ ୨୯ ଖେଳାଳିଙ୍କ ନାମ ସୁପାରିଶ କଲା କ୍ରୀଡା ମନ୍ତ୍ରଣାଳୟ

18/08/2020 at 5:31 PM

ନୂଆଦିଲ୍ଲୀ ୧୮।୦୮: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ତୀରନ୍ଦାଜି ଅତନୁ ଦାସଙ୍କ ସହିତ ୨୯ ଖେଳାଳିଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି ସୁପାରିସ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ହକି ଟିମ୍‌ର ଖେଳାଳି ଦୀପିକା ଠାକୁର, କ୍ରିକେଟ୍‌ର ଦୀପକ ହୁଡ୍ଡା ଓ ଟେନିସ୍ ଖେଳାଳି ଦିଭିଜ ଶରଣଙ୍କ ନାମ ସାମିଲ।

ଇଶାନ୍ତ ଶର୍ମା ଭାରତ ପକ୍ଷରୁ ୯୭ ଟେଷ୍ଟ ଖେଳି ୨୯୭ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ୧୧ ଥର ୫ ଓ୍ଵିକେଟ୍ ସାମିଲ। ଇଶାନ୍ତଙ୍କ ନାମରେ ଦିନିକିଆରେ ୮୦ଟି ମ୍ୟାଚ୍‌ରୁ ୧୧୫ ଓ୍ଵିକେଟ୍ ରହିଛି। ଇଶାନ୍ତ ଭାରତୀୟ ଟେଷ୍ଟ ଦଳର ସବୁଠୁ  ବରିଷ୍ଠ ଖେଳାଳି ଏବଂ ଦଳକୁ ନମ୍ବର-୧ କରିବାରେ ତାଙ୍କର ବହୁତ ଯୋଗଦାନ ଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।

ରିପୋର୍ଟରେ  କୁହାଯାଇଛି ଅର୍ଜୁନ ପୁରସ୍କାରର ସୁପାରିଶ ପାଇଁ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଓ ପୂର୍ବତନ ବିଶ୍ଵ ଚମ୍ପିଆନ ଭାରୋତ୍ତଳନକାରୀ ମୀରାବାଇ ଚାନୁଙ୍କ ନାମ ମଧ୍ୟ ସାମିଲ ଥିଲା, ହେଲେ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଚୂଡାନ୍ତ ନିର୍ଣ୍ଣୟ ନେଇ ଉଭୟଙ୍କ ନାମ ହଟାଇ ଦିଆଯାଇଛି।

ସେ କହିଛନ୍ତି ଉଭୟ ମହିଳା ପୂର୍ବରୁ ଖେଳ ରତ୍ନ ଆଓ୍ଵାର୍ଡ ପାଇ ସାରିଛନ୍ତି। ସାକ୍ଷୀ ୨୦୧୬ରେ ଅଲିମ୍ପିକରେ କାଂସ୍ୟ ପଦକ ଜିତିବା କାରଣରୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଓ ମୀରାବାଇ ଚାନୁ ବିଶ୍ଵ ଚମ୍ପିଆନସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ୨୦୧୮ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

   Related Posts