Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମାଇଲ୍‌ଖୁଣ୍ଟ ଅତିକ୍ରମ କଲେ ଇଶାନ୍ତ, ଦ୍ୱିତୀୟ ଦ୍ରୁତ ବୋଲର୍ ଭାବେ ଟେଷ୍ଟରେ ଖେଳିଲେ ୧୦୦ତମ ମ୍ୟାଚ୍

24/02/2021 at 3:29 PM

ନୂଆଦିଲ୍ଲୀ, ୨୪/୦୨: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍ ଇଶାନ୍ତ ଶର୍ମାଙ୍କୁ  ବୁଧବାର ଏକ ଖାସ୍ ଉପଲବ୍ଧି ମିଳିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ପିଙ୍କ୍ ଟେଷ୍ଟ୍ରେ ପଡ଼ିଆକୁ ଓହ୍ଲାଇବା ସହିତ ସେ ଟେଷ୍ଟ୍ ମ୍ୟାଚ୍ରେ ସେଞ୍ଚୁରୀ ପୁରା କରିଛନ୍ତି । ୩୨ ବର୍ଷୀୟ ଇଶାନ୍ତ ପୂର୍ବ କ୍ୟାପ୍ଟେନ୍ କପିଳ୍ ଦେବଙ୍କ ପରେ ଦ୍ୱିତୀୟ ଦ୍ରୁତ ବୋଲର୍ ଭାବେ ଏହି ମାଇଲ୍ ଖୁଣ୍ଟକୁ ପାର୍ କରିଛନ୍ତି । ଏଥି ସହିତ ସେ ଭାରତ ତରଫରୁ ୧୦୦ ଶତକ ଖେଳୁଥିବା ୧୧ତମ କ୍ରିକେଟର୍ ମଧ୍ୟ ହୋଇଛନ୍ତି ।

ଭାରତ କ୍ରିକେଟ୍ ଇତିହାସରେ ସଚିନ୍ ତେନ୍ଦୁଲକର୍ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯାହାକି ବିଶ୍ୱ ରେକର୍ଡ କରିଛି । ଏହାଛଡ଼ା ରାହୁଲ୍ ଦ୍ରାବିଡ଼ ୧୬୪ଟି, ଭିଭିଏସ୍ ଲକ୍ଷ୍ମଣ ୧୩୪ଟି, ଅନିଲ୍ କୁମ୍ୱଲେ ୧୩୨ଟି, କପିଲ୍ ଦେବ୍ ୧୩୧ଟି, ସୁନିଲ୍ ଗାଭାସ୍କର ୧୨୫ଟି, ଦିଲିପ୍ ବେଙ୍ଗ୍ଲରକର ୧୧୬ଟି, ସୌରଭ ଗାଗୁଁଲି ୧୧୩ଟି, ବିରେନ୍ଦ୍ର ସହେବାଗ୍ ୧୦୪ଟି ଏବଂ ହରଭଜନ୍ ସିଂହ ୧୦୩ଟି ଟେଷ୍ଟ୍ କ୍ରିକେଟ୍ ଖେଳିଛନ୍ତି ।

ଟେଷ୍ଟରେ ବିଭିନ୍ନ ଦଳ ବିପକ୍ଷରେ ଇଶାନ୍ତ ଶର୍ମାଙ୍କ ବୋଲିଂ ରେକର୍ଡ –

୧. ଇଂଲଣ୍ଡ: ୨୦ ଟେଷ୍ଟ- ୬୧ * ୱିକେଟ୍

୨. ଅଷ୍ଟ୍ରେଲିଆ: ୨୫ ଟେଷ୍ଟ – ୫୯ ୱିକେଟ୍

୩. ୱେଷ୍ଟଇଣ୍ଡିଜ୍: ୧୨ ଟେଷ୍ଟ – ୪୬ ୱିକେଟ୍

୪. ଶ୍ରୀଲଙ୍କା: ୧୨ ଟି ଟେଷ୍ଟ – ୩୬ ୱିକେଟ୍

୫. ନ୍ୟୁଜିଲ୍ୟାଣ୍ଡ: ୭ ଟେଷ୍ଟ – ୩୫ ୱିକେଟ୍

୬. ଦକ୍ଷିଣ ଆଫ୍ରିକା: ୧୫ ଟେଷ୍ଟ – ୩୧ ୱିକେଟ୍

୭. ବାଂଲାଦେଶ: ୭ ଟେଷ୍ଟ – ୨୫ ୱିକେଟ୍

୮. ପାକିସ୍ତାନ:୧ ଟେଷ୍ଟ – ୫ ୱିକେଟ୍

୯. ଆଫଗାନିସ୍ତାନ: ୧ ଟେଷ୍ଟ – ୪ ୱିକେଟ୍

   Related Posts