Dream ODI Debut: ପ୍ରଥମ ବଲ୍ ଛକା, ଦ୍ଵିତୀୟ ଚୌକା, ପୁଣି ହାସଲ କଲେ ଅର୍ଦ୍ଧଶତକ, ଏମିତି ଡେବ୍ୟୁର ଉତ୍ସବ ମନାଇଲେ ଇଶାନ କିଶନ

Published By : Prameya-News7 Bureau | July 18, 2021 IST

କଲୋମ୍ବୋ ୧୮।୦୭: ଶ୍ରୀଲଙ୍କା ଦଳ ପ୍ରଥମ ଦିନିକିଆରେ ଭାରତକୁ ୨୬୩ ରନର ବିଜୟ ଲକ୍ଷ୍ୟ ଦେଇଛି। ପଡିଆକୁ ଓହ୍ଲାଇବା ମାତ୍ରେ ପୃଥ୍ଵୀ ଶ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୪ ବଲ୍‌ରୁ ୭ ଚୌକା ସହାୟତାରେ ୪୩ ରନ କରିଥିଲେ। ସେ ଧନଞ୍ଜୟ ଡି ସିଲଭାଙ୍କ ବଲ୍‌ରେ ଅବିଷ୍କା ଫର୍ଣ୍ଣାଡୋଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ଶ୍ରୀଲଙ୍କା ବୋଲର ଭାବିଥିଲେ, ଏବେ କିଛିଟା ଆଶ୍ଵସ୍ତି ମିଳିବ। ମାତ୍ର ଏମିତି ହୋଇନଥିଲା।

ଜନ୍ମଦିନର ଖାସ୍ ଅବସରରେ ଦିନିକିଆରେ ପଦାର୍ପଣ କରିଥିବା ଇଶାନ କିଶନ ଆସିବା ମାତ୍ରେ ପ୍ରଥମ ବଲ୍‌ରେ ଛକା ମାରିଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରାଜ୍ୟ ଝାଡଖଣ୍ଡରୁ ଆସିଥିବା ଇଶାନ କିଶନ ପୁଣି ଦ୍ଵିତୀୟ ବଲ୍‌ରେ ମଧ୍ୟ ଚୌକା ମାରିଥିଲେ।

ଏହା ପରେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ପଦାର୍ପଣ ମ୍ୟାଚ୍‌ରେ ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କୃଣାଲ ପାଣ୍ଡ୍ୟା ୨୬ ବଲ୍‌ରୁ ପଦାର୍ପଣ ମ୍ୟାଚ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଇଶାନ ୪୨ ବଲ୍‌ରୁ ୮ ଚୌକା ଓ ୨ ଛକା ଜରିଆରେ ୫୯ ରନ କରି ଆଉଟ୍ ହୋଇଛନ୍ତି। ଗୋଟିଏ ପଟେ ଜନ୍ମଦିନ, ପୁଣି ପଦାର୍ପଣ ମ୍ୟାଚ୍‌ରେ ଅର୍ଦ୍ଧଶତକ। ଏମିତି ନିଜର ସ୍ଵପ୍ନ ସାକାର କରିଛନ୍ତି ଇଶାନ କିଶନ।

wp:html /wp:html

ଟି-୨୦ ଓ ଦିନିକିଆରେ ରହିଛି ଖାସ୍ କନେକ୍ସନ

ଇଶାନ କିଶନ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌ରେ ଚୌକା ସହ ଇନିଂସ ଆରମ୍ଭ କରିଥିଲେ। ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସେ ୫୬ ରନର ଦମଦାର ପାଳି ଖେଳିଥିଲେ। ଅର୍ଥାତ ଦିନିକିଆ ଓ ଟି-୨୦ ଉଭୟ ଫର୍ମାଟରେ ଇଶାନ କିଶନ ବାଉଣ୍ଡରୀ ସହ କ୍ୟାରିୟର ଆରମ୍ଭ କରି ଅର୍ଦ୍ଧଶତକ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.