୭ ମିନିଟ ୨୬ ସେକେଣ୍ଡ କାକାସନ କରି ବିଶ୍ୱ ରେକର୍ଡ କଲେ ଈଶାନ ଗୋସ୍ୱାମୀ

Published By : Prameya-News7 Bureau | September 06, 2021 IST

ଧମତରି ୦୬/୦୯ : ଛତିଶଗଡ଼ ଧମତରି ଜିଲ୍ଲାର ୧୫ ବର୍ଷୀୟ ଈଶାନ ଗୋସ୍ୱାମୀ ଯୋଗ ଅଭ୍ୟାସରେ ଗୋଲଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ଦର୍ଜ କରିଛନ୍ତି। ଦଶମ ଶ୍ରେଣୀ ଛାତ୍ର ଇଶାନ ୩ ବର୍ଷ ବୟସରୁ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଜୁନ୍ ୨୧ ରେ ବିଶ୍ୱ ଯୋଗ ଦିବସରେ ଏହି ରେକର୍ଡ ସୃଷ୍ଟି କରିଥିଲେ। ଈଶାନ ୭ ମିନିଟ୍ ୨୬ ସେକେଣ୍ଡ୍ ଯାଏଁ କାକାସନ କରିଛନ୍ତି। ତାଙ୍କ ପୂର୍ବରୁ ୪ ମିନିଟ ୨୪ ସେକେଣ୍ଡ ରେକର୍ଡ ହୋଇଥିଲା ଯାହା ଏହାର ଦୁଇଗୁଣ। ଏହା ବର୍ତ୍ତମାନ ଏକ ନୂଆ ବିଶ୍ୱ ରେକର୍ଡ ଏବଂ ଈଶାନଙ୍କ ନାଁରେ ଅଛି।

କାକାସନ ଯୋଗ କଠିନ ଆସାନ ମଧ୍ୟରୁ ଗୋଟିଏ ଯେଉଁଥିରେ ସମଗ୍ର ଶରୀରର ଓଜନ ଉଭୟ ହାତରେ ରହିଥାଏ। ଏହି ବର୍ଷ କରୋନା ଯୋଗୁଁ ଏହି ପ୍ରତିଯୋଗିତା ଭର୍ଚୁଆଲରେ ଆୟୋଜିତ ହୋଇଥିଲା। ମହର୍ଷି ମହେଶ ଯୋଗୀଙ୍କ ଏକ ସଂଗଠନ ଦିବ୍ୟା ଭାରତ ନିର୍ମାଣ ଟ୍ରଷ୍ଟ ପ୍ରତିବର୍ଷ ଏଭଳି ପ୍ରତିଯୋଗିତା ଆୟୋଜନ କରିଥାଏ। ଭାରତ ସହିତ ଏହି ସଂଗଠନ ଦୁନିଆର ଅନ୍ୟାନ୍ୟ ଦେଶରେ ମଧ୍ୟ ଅଛି। ଈଶାନ କହିଛନ୍ତି ଯେ ସେ ଯୋଗ ପ୍ରଶିକ୍ଷକ ହେବାକୁ ଚାହୁଁଛନ୍ତି। ଏହା ସହିତ ସେ ସିଭିଲ ସର୍ଭିସକୁ ଯିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.