Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଶାହିଦଙ୍କ ଫିଲ୍ମ ‘ଇସ୍କ ଭିସ୍କ’ ସିକ୍ୱେଲରେ ନଜର ଆସିବେ ଏହି ଅଭିନେତା

26/06/2019 at 11:18 AM

ମୁମ୍ବାଇ୨୬|୬: “ଇସ୍କ ଭିସ୍କ” ଫିଲ୍ମରୁ ବଲିଉଡରେ ପାଦ ଦେଇଥିବା ଶାହିଦଙ୍କ ଫିଲ୍ମ କବୀର ସିଂହ ବ୍ଲକ୍‌ବଷ୍ଟର ହିଟ୍‌ ହୋଇଛି। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି। ଲୋକପ୍ରିୟ ଅଭିନେତା ଶାହିଦ ହିନ୍ଦି ସିନେମା ଜଗତର ଚକଲେଟ ବଏ ଭାବେ ପରିଚିତ।  ବିବାହ ପରେ ମଧ୍ୟ ଝିଅଙ୍କ ମନରେ ରାଜ କରନ୍ତି ଶାହିଦ।

୯୦ ଦଶକର ବଲିଉଡ ଫିଲ୍ମରେ ଶାହିଦ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ ଟେଲିଭିଜନରେ ଦେଖିବାକୁ ମିଳୁଥିଲେ। ଦେଖୁ ଦେଖୁ ଶାହିଦ ସିନେମାର ବଡ ପରଦାରେ ପାଦ ଦେଇ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଡେବ୍ୟୁ ଫିଲ୍ମ ଇସ୍କ ଭିସ୍କ ଚଲଚ୍ଚିତ୍ର ପାଇଁ ଶାହିଦଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡ ମିଳିଥିଲା। ଏହି ଫିଲ୍ମରେ ଶାହିଦଙ୍କ ସହ ବଲିଉଡ ଅଭିନେତ୍ରୀ ଅମୃତା ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ତେବେ “ଇସ୍କ ଭିସ୍କ”ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମର ସିକ୍ୱେଲକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। କିନ୍ତୁ ଏଥର ସିକ୍ୱେଲରେ ଶାହିଦଙ୍କ ବଦଳରେ ତାଙ୍କ ସାନ ଭାଇ ଇଶାନ ଖଟ୍ଟର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ବଡ ଭାଇ ଶାହିଦଙ୍କୁ ଇଶାନ ନିଜ ଆଦର୍ଶ ମାନନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ।

୨୦୦୫ ମସିହାରେ ଇଶାନ ବଡ ପରଦାରେ ପାଦ ଦେଇଥିଲେ। “ୱାହ ଲାଇଫ ହୋ ତ ଏସି”ଫିଲ୍ମରେ ଛୋଟ ପିଲାର ଅଭିନୟ କରିଥିଲେ ଇଶାନ। ବଡ ହେବାପରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର “ବିୟଣ୍ଡ ଦ କ୍ଲାଉଡ୍ସ”ରେ ତାଙ୍କ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।  ଫିଲ୍ମ “ଧଡକ”ରେ ଅଭିନୟ କରିବା ପରେ ଏବେ ଇଶାନ ତାଙ୍କ ବଡ ଭାଇଙ୍କ ଫିଲ୍ମର ସିକ୍ୱେଲରେ ନଜର ଆସିବେ।

ଏହି ଫିଲ୍ମକୁ ରମେଶ ତୁରାନୀ ପ୍ରଡ୍ୟୁସ କରିବେ। ଇଶାନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଇଶାନ ଏହି ଫିଲ୍ମରେ ତାଙ୍କ ଭାଇ ଭଳି ଅଭିନୟ କରିପାରିବେ କି ନାହିଁ, ଏହି ଅପେକ୍ଷାରେ ଦର୍ଶକ ଅଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଭାବେ କିଏ ଅଭିନୟ କରିବେ ତାହା ଏଯାଏଁ ଜଣା ପଡିନାହିଁ।  

   Related Posts