ସରିଲା ରାଜାଘର ବାହାଘର : ବୋହୁ ହୋଇଗଲେ ଇଶା ଅମ୍ବାନୀ

Published By : Prameya-News7 Bureau | December 13, 2018 IST

ମୁମ୍ବାଇ ୧୩/୧୨ : ଗତକାଲି ଥିଲା ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର | ଏହି ବାହାଘର ଦେଶର ଏହି ବର୍ଷର ସର୍ବ ବୃହତ ବିବାହ ଉତ୍ସବ ଭାବେ ପରିଗଣିତ | ଗତକାଲି ମୁମ୍ବାଇରେ ଇଶା ଅମ୍ବାନୀଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ ଅନୁଷ୍ଠିତ ହୋଇଯାଇଛି | ଉଭୟଙ୍କ ନିର୍ବନ୍ଧ ଇଟାଲୀର ଲେକ କୋମୋ ଠାରେ ୪ ମାସ ପୂର୍ବରୁ ଅନୁଷ୍ଠିତ ହୋଇଥିଲା | ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉଦୟପୁର ଠାରେ ଅନୁଷ୍ଠିତ ହୋଇଥିଲା |

{"id":63162,"width":593,"height":365}

ବିବାହ ପୂର୍ବର ସଂଗୀତ କାର୍ଯ୍ୟକ୍ରମରେ ବଲିଉଡର ବହୁତ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ | ବିଦେଶରୁ ମଧ୍ୟ ଅନେକ ଅତିଥି ଅମ୍ବାନୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଇଶାଙ୍କ ବାହାଘର ତାଙ୍କ ମୁମ୍ବାଇ ସ୍ଥିତ ନିଜ ଘର ଆଣ୍ଟାଲିଆ ହାଉସରେ ଅନୁଷ୍ଠିତ ହୋଇଥିଲା | ୨୭ ମହଲା ବିଶିଷ୍ଟ ଆଣ୍ଟାଲିଆ ହାଉସ ବିଶ୍ୱର ଦାମୀ ବଙ୍ଗଳା ମଧ୍ୟରୁ ଗୋଟିଏ | 

{"id":63148,"width":588,"height":481}


ଇଶାଙ୍କ ବିବାହ ଉତ୍ସବରେ ବଲିଉଡର ସମସ୍ତ ଅଭିନେତା ଅଭିନେତ୍ରୀ ଯୋଗଦେଇଥିଲେ | ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ ସଂଗୀତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିଥିଲେ | କେବଳ ବଲିଉଡ ନୁହେଁ ବରଂ ହିଲାରୀ କ୍ଲିଣ୍ଟନ, ଜନ୍ହ କେରି ମଧ୍ୟ ବଲିଉଡ ଗୀତରେ ଡ୍ୟାନ୍ସ କରିଥିଲେ | 

{"id":63150,"width":592,"height":347}


ଗତକାଲି ରାଜକୀୟ ଚାକଚକ୍ୟରେ ଭାରତର ସ୍ରବୁଢ଼ାରୁ ଧନୀ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି | ଦେଶର ଅନ୍ୟତମ କୋଟିପତି ଅଜୟ ପିରାମଲ ଏବଂ ସ୍ଵାତି ପିରାମଲଙ୍କ ସୁପୁତ୍ର ଆନନ୍ଦ ପିରାମଲ | 

{"id":63151,"width":584,"height":524}


ଇଶା ଏବଂ ଆନନ୍ଦଙ୍କ ବିବାହର କିଛି ଅଜଣା ତଥ୍ୟ
ସୂଚନାଯୋଗ୍ୟ ଯେ, ଉଦୟପୁରରେ ଅନୁଷ୍ଠିତ ହୋଇଥିବା ସଂଗୀତ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୧୦ ମିଲିଅନ ଡଲାର | ସମ୍ପୂର୍ଣ ବିବାହରେ ପାଖାପାଖି ୧୦୦ ମିଲିଅନ ଡଲାର ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି |
ସଂଗୀତ କାର୍ଯ୍ୟକ୍ରମରେ ୧୦୦୦ ହଜାରରୁ ଅଧିକ ଅତିଥି ଯୋଗଦେଇଥିବା ବେଳେ ବିବାହରେ ପ୍ରାୟ ୬୦୦ ଅତିଥି ଯୋଗଦେଇଥିବା ଅନୁମାନ କରାଯାଉଛି | 

{"id":63154}

ବିବାହରେ ଦେଶର ବରିଷ୍ଠ ରାଜନୀତିଜ୍ଞ ଯୋଗଦେଇଥିଲେ | ପ୍ରଣବ ମୁଖାର୍ଜୀ, ରାହନାଥ ସିଂ, ପ୍ରକାଶ ଜାଭଡେ଼କାର, ମମତା ବାନାର୍ଜୀ, ବିଜୟ ରୂପାଣି, ଚନ୍ଦ୍ରାବାବୁ ନାଇଡୁ, ଦେବେନ୍ଦ୍ର ଫଡନାବିଶ ପ୍ରମୁଖ ଯୋଗଦେଇଥିଲେ | 

{"id":63152,"width":583,"height":580}


ଆଜି ପିରାମଲ ପରିବାର ତରଫରୁ ଏକ ଗ୍ରାଣ୍ଡ ରିସେପସନର ଆୟୋଜନ କରାଯାଇଛି | ଶୁକ୍ରବାର ଦିନ ଅମ୍ବାନୀ ପରିବାର ତରଫରୁ ସ୍ୱାଙ୍କି ଵିକେସିର ଏକ ଗାର୍ଡେନରେ ଏକ ପାର୍ଟି ଆୟୋଜନ କରାଯାଇଛି | 

{"id":63155,"width":581,"height":776}

ଏହି ପାର୍ଟିରେ ଓସ୍କାର ଏବଂ ଗ୍ରାମି ଆୱାର୍ଡ ବିଜେତା ସଂଗୀତ ନିର୍ଦେଶକ ଏ.ଆର.ରହମାନ ଏବଂ ତବଲା ବାଦକ ଜାକିର ହୁସେନ ପରଫର୍ମ କରିବେ ବୋଲି ଶୁଣିବାକୁ ମିଳିଛି | 

{"id":63153,"width":587,"height":570}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.